Odiapua.com

କ୍ରାନ୍ତୀ ଦିବସ ଅବସରରେ ସଫେଇ, ବୃକ୍ଷରୋପଣ

କୋରେଇ ୦୯/୮(ଓଡ଼ିଆ ପୁଅ/ଭାସ୍କର ସାହୁ) ଅଗଷ୍ଟ୯ କ୍ରାନ୍ତୀ ଦିବସ ଅବସରରେ ଜିଲ୍ଲାର ଅଗ୍ରଣୀ ସ୍ୱୋଚ୍ଛାସେବୀ ସଙ୍ଗଠନ ଆମେ ବିପଦରେ ସାଥୀ ପକ୍ଷରୁ ଡାକ୍ତରଖାନା ସଫେଇ, ବୃକ୍ଷରୋପଣ ଓ କାର୍ଯ୍ୟାଳୟ ସାନିଟାଇଜେସନ କରାଯାଇଛି। ପ୍ରଥମେ ପାଣିକୋଇଲି ଡାକ୍ତରଖାନାକୁ ସଫେଇ କରାଯିବା ସହ ଡାକ୍ତରଖାନା ପରିସରରେ ବୃକ୍ଷରୋପଣ ସାନିଟାଇଜ କରାଯାଇଥିଲା। ପାଣିକୋଇଲି ଥାନାଧିକାରୀ ସସ୍ମିତା ସାହୁ ଅତିଥିଭାବେ ଯୋଗଦେଇ ବୃକ୍ଷରୋପଣ କରିବା ସହିତ ଉପସ୍ଥିତ ସଦସ୍ୟମାନଙ୍କୁ ଉତ୍ସାହିତ କରିଥିଲେ। ଏଥିସହିତ ପାଣିକୋଇଲି ଥାନା, ପାନୀକୋଇଲି ବିଦ୍ୟୁତ ଉପଖଣ୍ଡ କାର୍ଯ୍ୟାଳୟ, ବ୍ୟାଙ୍କ, ଏଟିଏମ ସହ ପାଣିକୋଇଲି ସ୍ଥିତ ବିଭିର୍ନ୍ନ କାର୍ଯ୍ୟାଳୟ ପରିସରକୁ ସାନିଟାଇଜ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସୁବାସ ଧଳ, ତାରିଣୀ ପଟ୍ଟନାୟକ, ମନମୋହନ ବାରିକ, ଅଶୋକ ବେହେରା, ରବିନ୍ଦ୍ର ବେହେରା, ସୁଧାଶଙ୍କର ବିଶ୍ୱାଳ, ଶୁଶାନ୍ତ ସେନାପତି, ରାକେଶ ରଂଜନ ପଣ୍ଡା, ଶୁଭ୍ରାଂଶୁ ନାୟକ, ତପନ ମହାନ୍ତି, ସିଦ୍ଧାନ୍ତ ଧଳ, ବାଦଲ ନାୟକ, ପ୍ରଭାସ ସାହୁ, ଶିବ ପ୍ରସାଦ ବେହେରା, ବିଜୟା ନନ୍ଦ କବୀ, ଅଶ୍ୱିନୀ ଧଳ, ଶ୍ରୀନିବାସ ସାହୁ ପ୍ରମୁଖ ଯୋଗଦେଇଥିଲେ।