Odiapua.com

କ୍ରାନ୍ତୀ ଦିବସରେ କେନ୍ଦ୍ରୀୟ ଶ୍ରମିକ ସଂଗଠନର ‘ଭାରତ ବଂଚାଅ’ଦିବସ

ଭଦ୍ରକ, ୯ା୮ (ଓଡ଼ିଆ ପୁଅ/ସ୍ନିଗ୍ଧା ରାୟ) -ବୃଦ୍ଧି ପାଉଥିବା ବେରୋଜଗାର ଓ ଶ୍ରମିକଙ୍କ ଛଟେଇ ଉପରେ ରୋକ ଲଗାଇବା, କାମ ଦେବା ପ୍ର୍‌ତିଶ୍ରୁତି, ରୋଜଗାରର ଅଧିକାର, ମନେଗାରେ କାମ ସୁନିଶ୍ଚିତ କରିବା ସହ ଏହାକୁ ସହରାଞ୍ଚଳରେ ଲାଗୁ କରିବା, ଅସଂଗଠିତ ଶ୍ରମିକଙ୍କୁ ଲକଡାଉନ ସମୟରେ ୧୦ ହଜାର ଟଙ୍କା କରି ୬ମାସର ବେତନ ପ୍ରଦାନ, ମୁକ୍ତ ରାସନ କାର୍ଡ଼ ସୁନିଶ୍ଚିତ କରିବା, ଏହି ସମୟରେ ସମସ୍ତ ଶ୍ରମିକଙ୍କୁ ପରିବହନ ଖର୍ଚ୍ଚ ୫ ହଜାର ଟଙ୍କା ପ୍ରଦାନ କରିବା ଦାବିରେ ଏଆଇସିସିଟିୟୁ, ଏଆଇଟିୟୁସି, ଏଆଇୟୁଟିୟୁସି, ଏଆଇକେଏମ, ଏଆଇକେଏସ, ଏଆଇକେଏମଏସ ପକ୍ଷରୁ ମିଳିତ ବିକ୍ଷୋଭ ଶୋଭାଯାତ୍ରାରେ ଦାବି ହୋଇଛି। ଅଗଷ୍ଟ କ୍ରାନ୍ତୀ ଦିବସରେ ଏସମସ୍ତ ସଂଗଠନ ଶ୍ରମିକମାନଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ ସହ ଦରମାର କୌଣସି ପ୍ରକାର କଟାକଟି ବନ୍ଦ କରିବା, ଚାରିଗୋଟି ଶ୍ରମ କୋଡ ଓ ୩ କଳା କୃଷି ଆଇନ ରଦ୍ଦ କରିବା, ସବୁ ଶ୍ରମିକଙ୍କୁ ଟୀକାକରଣ କରିବା, ରାଜଦ୍ରୋହୀ ଆଇନ ୟୁପିପିଏ ସମେତ ସମସ୍ତ ଆଇନକୁ ରଦ୍ଦ କରିବା ଓ ସମସ୍ତ ରାଜନୈତିକ ବନ୍ଦୀଙ୍କୁ ମୁକ୍ତ କରିବାକୁ ମଧ୍ୟ ସଂପୃକ୍ତ ସଂଗଠନ ସମୂହ ପକ୍ଷରୁ ଦାବି ହୋଇଛି। ସୋମବାର ପୂବ୍ରାହ୍ନରେ ଉପରୋକ୍ତ ସଂଗଠନର ସଦସ୍ୟମାନେ ଏକ ବିଶାଳ ଶୋଭାଯାତ୍ରାରେ ବନ୍ତ ଛକ ଠାରୁ ବାହାରି ସହର ପରିକ୍ରମା କରି ଉପଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେଠାରେ ରାମଚନ୍ଦ୍ର ଶଂଖୁଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ ପ୍ରତିବାଦ ସଭାରେ ଏଆଇସିସିଟିୟୁର ସମର ବଳ, ଜୟନ୍ତୀ ବିଶ୍ୱାଳ, ଏଆଇଟିୟୁସିର ରମେଶ ଜେନା, ଶୁଭେନ୍ଦ୍ର ପ୍ରତାପ ମହାନ୍ତି, ଏଆଇକେଏମର ଜଗନ୍ନାଥ ବେହେରା, ରମାକାନ୍ତ ଦାସ, ଏଆଇକେଏସର ରବୀନ୍ଦ୍ର ସେଠୀ, ଅନନ୍ତ ମହାରଣା, ଏଆଇକେଏମଏସର ଅଜମଲ ହୋସେନ୍‌, ଦିଗମ୍ବର ସ୍ୱାଇଁ ପ୍ରମୁଖ ବକ୍ତବ୍ୟ ରଖି ସମ୍ମୁଖ ଯୋଦ୍ଧା ଭାବେ କାର୍ଯ୍ୟରତ କରୋନା ଯୋଦ୍ଧାଙ୍କୁ ବୀମା ସୁବିଧା ସହ ୫୦ ଲକ୍ଷ ଟଙ୍କାର ମୃତ୍ୟୁକାଳୀନ ସହାୟତା ରାଶୀ ପ୍ରଦାନ, ରାଷ୍ଟ୍ରାୟତ ସମ୍ପତ୍ତିକୁ ବିକ୍ରୀ, ଘରୋଇକଣର ବନ୍ଦ କରିବା, ପ୍ରତିରକ୍ଷା ବିଭାରଗରେ ଧର୍ମଘଟ ଲାଗି ଅଣାଯାଇଥିବା ଅଧ୍ୟାଦେଶକୁ ପ୍ରତ୍ୟାହାର, ଦରବୃଦ୍ଧି ଉପରେ ରୋକ, ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସ୍ୱଛତା ରକ୍ଷା କରିବାକୁ ଦାବି କରିଥିଲେ। ନରେନ୍ଦ୍ର ମୋଦି ସରକାରଙ୍କ ଦ୍ୱିତୀୟ ପାଳିରେ ଦେଶର ଅଭୂତପୂର୍ବ କ୍ଷତି ଘଟିଛି। କୋଭିଡରେ ମୃତ୍ୟୁବରଣ କରିଥିବା ୪୦ଲକ୍ଷରୁ ଉର୍ଦ୍ଧ୍ୱ ଲୋକଙ୍କୁ ନ୍ୟାୟ ମିଳି ପାରୁନି। ଅକ୍ସିଜେନ ପାଇଁ ବହୁ ଲୋକଙ୍କ ଜୀବନ ଯାଇଛି। କୋଟି କୋଟି ଶ୍ରମିକଙ୍କ ଜୀବନ ଜୀବିକା ବିପନ୍ନ ହୋଇଥିବାବେଳେ, ଅକାକାଶଛୁଆଁ ଦରବୃଦ୍ଧି, ସେମାନଙ୍କ ଜୀବନକୁ ଦୁର୍ବର୍ିସହ କରିଛି। ସେହିପରି ୪ଟି ଶ୍ରମ କୋଡ ଶ୍ରମିକଙ୍କୁ ଗୋଲାମୀ ବ୍ୟବସ୍ଥା ମଧ୍ୟକୁ ଠେଲି ଦେଇଛି। କରୋନା ସମୟରେ କେନ୍ଦ୍ର ସରକାର କୃଷି ଆଇନ, ଶିକ୍ଷାନିତୀ, ଖଣି ଆଇନକୁ ନିଜ ସ୍ୱାର୍ଥ ପାଇଁ ସଂଶୋଧନ କରିଛନ୍ତି। ତେଣୁ ଏଥିରୁ ରକ୍ଷା ପାଇବାକୁ ତଥା ଦେଶବାସୀଙ୍କ ସ୍ୱାର୍ଥ ରକ୍ଷା ଉଦ୍ଦେଶ୍ୟରେ ଭାରତ ବଞ୍ଚାଅ ଦିବସ ପାଳନ କରାଯାଉଛି ବୋଲି ଉପସ୍ଥିତ ନେତଅମଣ୍ଡଳୀ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆରତୀ ଜେନା, କଳ୍ପନା ସ୍ୱାଇଁ, ଆନନ୍ଦ ସ୍ୱାଇଁ, ପୁଷ୍ପାରାଣୀ ପରିଡ଼ା, ସୁଲୋଚନା ବେହେରା, ପ୍ରମିଳା ରାଉତ୍‌, ପୂର୍ଣ୍ଣିମା ରାଉତ, ପ୍ରିତୀପ୍ରଭା ରାଉତ, ରୀନାରାଣୀ ରାଉତ, କିଶୋର ଜେନା, ମୀନାରାଣୀ ସ୍ୱାଇଁ, ସୁମିତ୍ରା ପ୍ରଧାନ, ମୀନାରାଣୀ ରାଉତ, ହେମନ୍ତ ସ୍ୱାଇଁ, ପ୍ରତାପ ନାୟକ, ସ୍ୱରୂପା ସାମଲ, ହାଲିମା ବିବି, ସଂଜୀବ ଭଞ୍ଜ, ରୂପା ପାତ୍ର, ହରେକୃଷ୍ଣ ଜେନା, ଅନାମ ସାମଲ, ମଧୁ ଜେନା, ନିରଂଜନ ନାୟକ, କିଶୋର ବେହେରା, ନୃସିଂହ ଦାସ, କୈଳାସ ଜେନା, ଅଜୟ ବେହେରା, ସୁଦର୍ଶନ ଜେନାଙ୍କ ସମେତ ବହୁ କମ୍ରେଡ ଉପସ୍ଥିତ ରହି ବକ୍ତବ୍ୟ ରଖି ମୋଦି ସରକାରଙ୍କ ପତନର ବେଳ ଆସିଗଲାଣି ବୋଲି କହିଥିଲେ।