Odiapua.com

କ୍ରାନ୍ତି ଦିବସ ଉପଲକ୍ଷେ ସ୍ୱାଧୀନତା ସଂଗ୍ରାମୀଙ୍କୁ ସମ୍ବର୍ଦ୍ଧନା

ନୟାଗଡ଼, ୯ା୮ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): କ୍ରାନ୍ତି ଦିବସ ପାଳନ ଅବସରରେ ନୟାଗଡ଼ ଜିଲାର ୨ଜଣ ସ୍ୱତନ୍ତ୍ରତା ସୈନିକ ସମ୍ମାନ ପେନସନ ସ୍ୱାଧୀନତା ସଂଗ୍ରାମୀଙ୍କୁ ଜିଲା ପ୍ରଶାସନ ପକ୍ଷରୁ ସମ୍ମାନୀତ କରାଯାଇଛି। କଂଟିଲୋ ଜାମୁସାହିପାଟଣାର ମହାନ ସ୍ୱାଧୀନତା ସଂଗ୍ରାମୀ ଶହଦେବ ବେହେରାଙ୍କୁ ନୟାଗଡ଼ର ଅତିରିକ୍ତ ଜିଲାପାଳ ବିଧାନ ଚନ୍ଦ୍ର ରାୟ ତାଙ୍କ ବାସଭବନକୁ ଯାଇ ପୁଷ୍ପମାଳ ଓ ଅଙ୍ଗବସ୍ତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଛନ୍ତି। ସେହିପରି ରଣପୁର ମଝିଆଖଣ୍ଡ ଗ୍ରାମର ମହାନ ସ୍ୱାଧୀନତା ସଂଗ୍ରାମୀ ଇଶ୍ୱର ଚନ୍ଦ୍ର ବେହେରାଙ୍କ ବାସଭବନକୁ ଯାଇ ଉପଜିଲାପାଳ ଲଗ୍ନଜିତ ରାଉତ ପୁଷ୍ପମାଳ ଓ ଅଙ୍ଗବସ୍ତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଛନ୍ତି। ପ୍ରତିବର୍ଷ ଏହି କାର୍ଯ୍ୟକ୍ରମ ମହାମହିମ ରାଷ୍ଟ୍ରପତିଙ୍କ ଦ୍ୱାରା ରାଷ୍ଟପତି ଭବନରେ ଅଗଷ୍ଟ ୯ତାରିଖରେ କ୍ରାନ୍ତି ଦିବସ ଅବସରରେ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥାଏ। ସମ୍ପ୍ରତି କୋଭିଡ୍‌-୧୯ର ପ୍ରଭାବ ହେତୁ ସମ୍ପୃକ୍ତ ଜିଲା ପ୍ରଶାସନ ଦ୍ୱାରା ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସମ୍ମାନୀତ କରିବା ପାଇଁ ସ୍ଥିର କରାଯାଇଛି।