Odiapua.com

କୋହ୍ଲ ସରକାରୀ ହାଇସ୍କୁଲର ବାର୍ଷିକ ଉତ୍ସବ,କଠିନ ପରିଶ୍ରମ ସଫଳତାର ଶୀର୍ଷରେ ପହଂଚାଇ ଥାଏ

?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୩୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ଅଧୀନ କୋହ୍ଲ ସରକାରୀ ହାଇସ୍କୁଲର ବାର୍ଷିକ ଉତ୍ସବ ଶୁକ୍ରବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏହିଅବସରରେ ପ୍ରଧାନଶିକ୍ଷକ ପ୍ରଶାନ୍ତ କୁମାର ମହାନ୍ତିଙ୍କ ପୌରୋହିତ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟଅତିଥି ଭାବେ ପଂଚାୟତର ସମିତିସଭ୍ୟା ତିଳୋତମା ବେହେରା ଯୋଗଦେଇ କଠିନ ପରିଶ୍ରମ ସଫଳତାର ଶୀର୍ଷରେ ପହଂଚାଇ ପାରିବ ବୋଲି କହିଥିଲେ। ମୁଖ୍ୟବକ୍ତା ଭାବେ ଜୟପୁରସ୍ଥିତ ବାଞ୍ଛାନିଧି ହାଇସ୍କୁଲର ପ୍ରଧାନଶିକ୍ଷକ ଲଷ୍ମୀଧର ପତି ଯୋଗଦେଇ ଉଚ୍ଚ ଅଭିଳାଷ ଭଲମଣିଷ କରିପାରିବ ବୋଲି କହିଥିଲେ। ସମ୍ନାନିତ ଅତିଥି ଭାବେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଲଷ୍ମୀପ୍ରିୟା ମାଝୀ, ପୂର୍ବତନ ସରପଂଚ ପ୍ରଦୀପ ସାହୁ, ପରିଚାଳନା କମିଟି ସଭ୍ୟ ଜ୍ଞାନପ୍ରକାଶ ମାହୁନ୍ତ, ସଞ୍ଜିତ ବଳ, ବିଚିତ୍ର ବାରିକ, ଶଶିକାନ୍ତ ସାହୁ, ସିଆରସିସି ସତ୍ୟ ନାରାୟଣ ପାଣି, ଚନ୍ଦନ ପାତ୍ର ପ୍ରମୁଖ ଯୋଗଦେଇ ବକ୍ତବ୍ୟ ଦେଇଥିଲେ । ଏହି ଅବସରରେ ଗତବର୍ଷ ମାଟ୍ରିକ ପରୀକ୍ଷାରେ ଏ ୧ ଗ୍ରେଡ଼ରେ ପାଶ କରିଥିବା ମେଧାବୀ ଛାତ୍ର ଚନ୍ଦ୍ରଶେଖର ବାରିକଙ୍କୁ ଅଧ୍ୟାପକ ରବି ନାରାୟଣ ସେନାପତି ଗୋପୀନାଥ ସେନାପତି ସ୍ମାରକୀ ପୁରସ୍କାର ପ୍ରଦାନ କରିଥିଲେ । ସ୍କୁଲ ପକ୍ଷରୁ ଛାତ୍ରଙ୍କ ମା ରଶ୍ମିରେଖା ବାରିକଙ୍କ ପିଲାର ସଫଳତା ପଛରେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିବାରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହାଛଡ଼ା ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶିକ୍ଷକ ବିଶ୍ୱରଞ୍ଜନ ପଣ୍ଡା ଅତିଥି ପରିଚୟ ଓ ଶିକ୍ଷକ ରମେଶ ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ । ଛାତ୍ରଛାତ୍ରୀମାନେ କ୍ଷୁଦ୍ର ନାଟକ, ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିଥିଲେ । ସ୍କୁଲର ମନମୋହିନୀ ବିଶ୍ୱାଳ, ଗୀତାଞ୍ଜଳି ସାହୁ, ରୋଜାଲିନ ବଳ, ଗୀତାଞ୍ଜଳି ରଥ, ଅଜୟ ବାରିକ, ସସ୍ମିତା ସେନାପତି, ବାସନ୍ତୀ ଲତା ନାୟକ, ତୋଫାନ ମୁର୍ମୁ, ଗିରିଜା ଶଙ୍କର ଦାସ,ହୀରଣ୍ମୟୀ ସାହୁ ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀମାନେ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ କ୍ଷଏହି ଉତ୍ସବରେ ଅଭିବାବକ ,ଅଭିଭାବିକା ଓ ଛାତ୍ର ଛାତ୍ରୀ ଉପସ୍ଥିତଥିଲେ।