Odiapua.com

କୋଲାବିରା ଅଂଚଳରେ ମୋରମ ଚେରାଚାଲାଣ, ବିପୁଳ ପରିମାଣରେ ରାଜସ୍ୱ ହାନୀ

କୋଲାବିରା, ୭।୧ (ଓଡିଆ ପୁଅ/ନିଶିତ କୁମାର ବହିଦାର) କୋଲାବିରା ରାଜସ୍ୱ କ୍ଷେତ୍ରରେ ବିପୁଳ ପରିମାଣରେ ଲଘୁଖଣିଜ ଦ୍ରବ୍ୟ ଚୋରା ଚାଲାଣ ହେଉଥିବାର ଦେଖିବାକୁ ମିଲୁଛି। ବିଭାଗୀୟ ଅଧିକାରୀ ଜାଣତରେ ହେଉ କିମ୍ବା ଅଜାଣତରେ ମାଫିଆମାନେ ଏପରି କାର୍ଯ୍ୟରେ ଲିପ୍ତ ରହୁଥିବା ନେଇ ଅଭିଯୋଗ ହେଉଛି। କାରଣ ମୁଖ୍ୟ ରାସ୍ତା କଡରୁ ଲଗାତାର ସହସହ ଟ୍ରିପ୍ ମୁରୁମ ଚୋରି ହେଉଥିଲେ ମଧ୍ୟ ବିଭାଗ ପକ୍ଷରୁ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ମାଫିଆ ମାନେ ଅଧିକ ସକ୍ରୀୟ ହୋଇପଡିଛନ୍ତି। କାର୍ଯ୍ୟାଳୟର ଛୁଟି ଦିବସ ହେଉ କିମ୍ବା ଅଧିକାରୀଙ୍କ ଅନୁପସ୍ଥିତ ସମୟର ସୁଯୋଗ ନେଇ ମେସିନ ଲଗେଇ ଏମାନେ ମୁରୁମ ଖୋଳି ନେଉଛନ୍ତି। ଯାଫଳରେ ସରକାରଙ୍କ ଅଜସ୍ର ରାଜସ୍ୱହାନୀ ହେଉଛି। ଏପରି ଘଟଣା ନିୟମିତ ଭାବରେ ଦେଖିବାକୁ ମିଲୁଛି କୋଲାବିରା ତହସିଲ ଅନ୍ତର୍ଗତ ପତ୍ରାପାଲି ରାଜସ୍ୱ ସର୍କଳର ପତ୍ରାପାଲି ସାପ୍ତାହିକ ବଜାର ନିକଟସ୍ଥ ମୁରୁମ ଗାଡରୁ। ରବିବାର ଦିନ ତମାମ ଉକ୍ତ ସ୍ଥାନରୁ ମେସିନ ଲଗେଇ ମୁରୁମ ଚୋରା ଚାଳାଣ ହେଉଥିବା ଦେଖିବାକୁ ମିଲିଥିଲା। ଏନ ଏଚ ର ଉଭୟ ପାଶ୍ୱରେ ରାସ୍ତା ଚଉଡା ନିର୍ମାଣ ହେଉଥିବା ରାସ୍ତାରେ ଏହି ମୁରୁମ ବ୍ୟବହାର କରାଯାଉଥିବା ଜଣାପଡଥିବା ବେଳେ ବିଭାଗୀୟ ଅନୁମତି ବିନାଏତେ ପରିମାଣରେ ମୁରୁମ ପରିବହନ କରାଯାଇଥିଲେ ମଧ୍ୟ ବିଭାଗୀୟ କାର୍ଯ୍ୟାନୁଷ୍ଠାନଏପର୍ଯ୍ୟନ୍ତ କରାଯାଇନଥିବା ପରିତାପର ବିଷୟ। ଏକ ଘରୋଇ ଠିକା ସ୍ଂସ୍ଥା ଦ୍ୱାରା ସମ୍ପାଦିତ ହେଉଥିବା ରାସ୍ତା ଓସାର କାର୍ଯ୍ୟରେ ଏହି ମୁରୁମ ବ୍ୟବହାର କରାଯାଇିଁ। ତେବେ ମୁଖ୍ୟ ରାସ୍ତା କଡରୁ ବିନା ଅନୁମତିରେ ମୁରୁମ ଉଠାଯାଉଥିବା ଯୋଗୁଁ ଅସନ୍ତୋଷ ଦେଖାଦେଉଛି। ତାଛଡା ଆଜି ରବିବାର ଛୁଟି ଦିବସର ଫାଇଦା ଉଠେଇ ଏହି ସଂସ୍ଥା ନିର୍ବିଷ୍ନରେ ମୁରୁର ଉତୋଳନ କରୁଥିବା ନେଇ ଅଭିଯୋଗ ହେଉଛି। ଏଦିଗରେ ରାଜସ୍ୱ ବିଭାଗ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଜନସାଧାରଣରେ ଦାବି ହେଉଛି।