Odiapua.com

କୋଲକାତାରୁ ଜର୍ମାନୀକୁ ‘ପଳାୟନ’ କରିବା ପାଇଁ ନେତାଜୀ ଏହି କାରର ସାହାଯ୍ୟ ନେଇଥିଲେ

କୋଲକାତା ୨୩-୧ (ଓଡ଼ିଆ ପୁଅ/ଲକ୍ଷ୍ମୀଧାର ସାହୁ) କୋଲକାତାର ଏଲଗିନ ରୋଡରେ ଅବସ୍ଥିତ ନେତାଜୀଙ୍କ ପୈତୃକ ବାସଭବନରେ ୧୯୩୭ ମଡେଲର ସୁନ୍ଦର ଜର୍ମାନ ୱାଣ୍ଡର ସେଡାନ କାର ଛିଡା ହୋଇଛି ଯେଉଁଥିରେ ସେ ଜର୍ମାନୀ ‘ପଳାୟନ’ କରିଥିଲେ।

ଆଜି ଦେଶ, ସ୍ୱାଧୀନ ରାଷ୍ଟ୍ର ସଂଗ୍ରାମର ବୀର ଯୋଦ୍ଧା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜନ୍ମ ବାର୍ଷିକୀ ପାଳନ କରୁଛି। କୋଲକାତାର ଏଲଗିନ ରୋଡରେ ଅବସ୍ଥିତ ନେତାଜୀଙ୍କ ପୈତୃକ ବାସଭବନରେ ୧୯୩୭ ମଡେଲ ଜର୍ମାନ ୱାନଡେର ସେଡାନ କାର ଛିଡା ହୋଇଛି ଯାହା ସୁଭାଷ ଚନ୍ଦ୍ର ବୋଷଙ୍କୁ ଗୁପ୍ତରେ ଜର୍ମାନୀ ପହଞ୍ଚିବାର ଏକ ନିରବ ସାକ୍ଷୀ ଅଟେ।

ବୋଷ ୧୯୪୧ ମସିହାରେ ଏଲଜିନ୍ ରୋଡରୁ ପଳାଇ ଯାଇ ଝାଡଖଣ୍ଡର ଗୋମୋହ ରେଳ ଷ୍ଟେସନରେ ପହଞ୍ଚିଥିଲେ ଏବଂ ସେଠାରୁ ସେ ଜର୍ମାନୀକୁ ପଳାଇ ଯାଇଥିଲେ।

ସେ ୧୬ ଏବଂ ୧୭ ଜାନୁୟାରୀ ୧୯୪୧ ରେ ମଧ୍ୟରାତ୍ରିରେ ପୁତୁରା ଶିଶିର କୁମାର ବୋଷଙ୍କ ସହ କୋଲକାତାରୁ ଲୁଚି ପଳାଇଥିଲେ। ମହମ୍ମଦ ଜିଆଉଦ୍ଦିନ ବୋଷ ନାମରେ ସେ ଆଗ ସିଟରେ ବସିଥିବାବେଳେ ଶିଶିର ବୋଷ କାର ଚଳାଉଥିଲେ।

ତେବେ, ନେତାଜୀ ରିସର୍ଚ୍ଚ ବ୍ୟୁରୋର ଉଦ୍ୟମରେ କାର ନିର୍ମାତା ଅଡି ଏହି ସେଡାନ କାରକୁ ୧୯୪୧ ଭିଣ୍ଟେଜ ଲୁକ ଦେଇଛନ୍ତି।

୨୦୧୭ ମସିହାରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଦ୍ୱାରା ଜର୍ମାନ ୱାଣ୍ଡର ସେଡାନ କାର ଉନ୍ମୋଚିତ ହୋଇଥିଲା।

ସୂଚନାଯୋଗ୍ୟଯେ, ଇଂରେଜମାନେ ବୋଷଙ୍କୁ ନିଜ ଘରେ ନଜରବନ୍ଦୀ କରିଥିଲେ। ସେମାନେ ଆଖିରେ ଧୂଳି ପକାଇ ନେତାଜୀ ଖସିଯିବାରେ ସଫଳ ହୋଇଥିଲେ।

୪୦ ଲିଟର ଇନ୍ଧନ କ୍ଷମତା ବିଶିଷ୍ଟ ଏହି କାରରେ ୧୭୬୭ ସିସି ଇଞ୍ଜିନ୍ ଅଛି ଏବଂ ଘଣ୍ଟା ପ୍ରତି ସର୍ବାଧିକ ୧୦୮ କିଲୋମିଟର ବେଗରେ ଗତି କରିଥାଏ ଏହି କାର।

ଉପଲବ୍ଧ ସୂଚନା ଅନୁଯାୟୀ, ନେତାଜୀ ଦେଶର ପ୍ରଥମ ବ୍ୟକ୍ତି ଯିଏକି ଅଡି କାରର ମାଲିକ ଥିଲେ।