Odiapua.com

କୋରୋନା ସତର୍କତା; ସବୁ ଧର୍ମର ମନ୍ଦିର,ମସ୍‌ଜିଦ,ଗୁରୁଦ୍ୱାର ଓ ଗିର୍ଜା ଗୁଡିକରେ ସର୍ବସାଧାରଣ ଦର୍ଶନ ଆସନ୍ତା ଏପ୍ରିଲ ୧ ପର୍ଯ୍ୟନ୍ତ ବନ୍ଦ

ଭୁବନେଶ୍ୱର୧୯ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କୋରୋନା ସତର୍କତା ଦୃଷ୍ଟିରୁ ଆସନ୍ତା କାଲି ଠାରୁ ପୁରୀ ଜିଲ୍ଲା ପ୍ରଶାସନ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ଆସନ୍ତା ଏପ୍ରିଲ ୧ ତାରିଖ ପର‌୍ୟ୍ୟନ୍ତ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସେହିପରି ରାଜ୍ୟରେ ଥିବା ସବୁ ଧର୍ମର ମନ୍ଦିର,ମସ୍‌ଜିଦ,ଗୁରୁଦ୍ୱାର ଓ ଗିର୍ଜା ଗୁଡିକ ଶ୍ରଧାଳୁ ମାନେ ଦର୍ଶନ କରିପାରିବେ ନାହିଁ ବୋଲି ଆଜି ରାଜ୍ୟ ସରକାର ଜୟଦେବ ଭବନରେ ଏକ ସମ୍ବାଦିକ ସମ୍ମିଳନରେ ଘେଷଣା କରିଛନ୍ତି । ସବୁ ଧାର୍ମିକ ସଂସ୍ଥାରେ ପୂଜା ଓ ନୀତିକାନ୍ତି ପୂର୍ବଭଳି ଚାଲିବ କିନ୍ତୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ସରକାରଙ୍କ ପକ୍ଷରୁ ସୁଚନା ଦିଆଯାଇଛି ।