Odiapua.com

କୋରାପୁଟ ଷ୍ଟାଡିୟମ ଖେଳ ପଡିଆ ଓ ଜଳ ଯୋଗାଣ ପ୍ରକଳ୍ପର ଶୁଭାରମ୍ଭ

କୋରାପୁଟ ୦୧-୦୧(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଷ୍ଟାଡିୟମ ଖେଳ ପଡିଆ ଓ ଜଳ ଯୋଗାଣ ପ୍ରକଳ୍ପର ଶୁଭାରମ୍ଭ ହୋଇଯାଇଛି।କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦଘାଟନ କରିଥିଲେ।ଏହି ଅବସରରେ କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ,  ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରବୀର କୁମାର ନାୟକ,  ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ମହେଶ୍ୱର ଚନ୍ଦ୍ର ନାୟକ, କୋରାପୁଟ ଉପଜିଲ୍ଲାପାଳ ଲଲିତ କୁମାର କହଁର,  ଜଳବିଭାଜିକ ପ୍ରକଳ୍ପ ନିର୍ଦ୍ଦେଶକ ଭବାନୀ ଶଙ୍କର କାଲୋ,  ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ ସେନାପତି . କୋରାପୁଟ ମ୍ୟୁନସିପାଲଟି ନିର୍ବାହୀ ଅଧିକାରୀ ଆଲୋକ ରଂଜନ ସାମନ୍ତରାୟ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜଗନ୍ନାଥ ପ୍ରସାଦ ରାୟଗୁରୁ,  କୋରାପୁଟ ପ୍ରେସକ୍ଲବ ସଭାପତି ଭବାନୀ ଶଙ୍କର ମିଶ୍ର, ଭାରପ୍ରାପ୍ତ ଜିଲ୍ଲା କ୍ରୀଡା ଅଧିକାରୀ ଅର୍ଚ୍ଚନା ଦାଶ ପ୍ରମୁଖ ଉପସ୍ଥିତ ଥିଲେ।କୋରାପୁଟ ଷ୍ଟାଡିୟମର ସୈାନ୍ଦର୍ଯ୍ୟକରଣ ନିମନ୍ତେ ସମସ୍ତ ପ୍ରକାର କାର୍ଯ୍ୟ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି।କୋରାପୁଟ ମ୍ୟୁନସିପାଲଟି କର୍ତୂପକ୍ଷ ଦ୍ୱାରା ସୈାନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।ଷ୍ଟାଡିୟମର ପାଚେରୀ ନିର୍ମାଣ କାର୍ଯ୍ୟ ମଧ୍ୟ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।୨୦୧୮ ମସିହାରେ ୮୦ ଲକ୍ଷ ଟଙ୍କା ଖର୍ଚ୍ଚରେ ଷ୍ଟାଡିୟମ ମଧ୍ୟରେ ବରମୁଣ୍ଡା ଘାସ ଲଗାଯାଇଥିଲା ଓ ଉକ୍ତ ଘାସ ନିମନ୍ତେ ପାଣିର ଦରକାର ପଡୁଥିବାରୁ ଜଳ ଯୋଗାଣର ସୁବିଧା କରାଯାଇଥିବା ସେ ପ୍ରକାଶ କରିଥିଲେ।କାର୍ଯ୍ୟକ୍ରମରେ ସେମିଲିଗୁଡା ସହାୟକ ମୂର୍ତିକା ସଂରକ୍ଷଣ ଅଧିକାରୀ ଶ୍ରୀମତୀ ସୁମନ ରାଉତ,  ଦଶମନ୍ତପୁର ସହାୟକ ମୂର୍ତିକା ସଂରକ୍ଷଣ ଅଧିକାରୀ ନରସିଂହ ନାୟକ, କୁନ୍ଦ୍ରା ସହାୟକ ମୂର୍ତିକା ସଂରକ୍ଷଣ ଅଧିକାରୀ ନିର୍ମଳ କୁମାର ଜେନା ଓ ଜଳବିଭାଜିକା କାର୍ଯ୍ୟାଳୟର ଅଶୋକ କୁମାର ପାତ୍ର, ସଂଜିତ ସାହୁ, ପ୍ରମୋଦ କୁମାର ରଥ,  ଶ୍ୟାମ ସୁନ୍ଦର ରାଜଗୁରୁ, ସମର ବଲ୍ଲଭ ମହାଙ୍କୁଡ, ମଞୁଲତା ପଟନାୟକ ପ୍ରମୁଖ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ।