Odiapua.com

କୋରାପୁଟ ଜିଲ୍ଲା ନିଯୁକ୍ତି ମେଳାରେ ୧୫୨୧ ଜଣ ଯୁବକ ଓ ଯୁବତୀଙ୍କ ଅଂଶଗ୍ରହଣ

କୋରାପୁଟ ୨୨-୧୨(ଓଡିଆ ପୁଅ/ରଂଜନ ଦାସ) କୋରାପୁଟ ଜିଲ୍ଲା କର୍ମ ନିୟୋଜନ କାର୍ଯ୍ୟାଳୟ ପରିସରରେ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି। କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରଘୁରାମ ପଡ଼ାଲ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦଘାଟନ କରିଥିଲେ। କୋରାପୁଟ ଡିପିଏମୟୁ ଉପ ନିର୍ଦ୍ଦେଶକ ସୂର୍ଯ୍ୟକାନ୍ତ ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ।ଏହି ମେଳାରେ ସମୁଦାୟ ୧୫୨୧ ଜଣ ଯୁବକ ଓ ଯୁବତୀ ଅଂଶଗ୍ରହଣ କରିଥିଲେ ବୋଲି ଜିଲ୍ଳା ନିୟୋଜନ ଅଧିକାରୀ ଶୁଭେନ୍ଦୁ ମିଶ୍ର ପ୍ରକାଶ କରିଛନ୍ତି।୬୩୬ ଜଣ ପ୍ରାର୍ଥୀ ସର୍ଟ ଲିଷ୍ଟ ହୋଇଥିବା ବେଳେ ୬୫୨ ଜଣଙ୍କୁ ତାଲିମ ନିମନ୍ତେ ପରାମର୍ଶ ଦିଆଯାଇଥିବା ସେ ସୂଚନା ଦେଇଛନ୍ତି। ୧୯ଗୋଟି ନିଯୁକ୍ତିଦାତା ଓ ୭ଗୋଟି ତାଲିମ ଅଂଶୀଦାର ମାନେ ଅଂଶଗ୍ରହଣ କରିଥିଲେ ବୋଲି ସେ ପ୍ରକାଶ କରିଛନ୍ତି।