Odiapua.com

କୋରାପୁଟ ଜିଲ୍ଲା ଛାତ୍ର କଂଗ୍ରେସର ଶୋଭାଯାତ୍ରା ଓ ଦାବିପତ୍ର ପ୍ରଦାନ

କୋରାପୁଟ ୦୫-୦୮(ଓଡିଆ ପୁଅ /ରଂଜନ ଦାସ) ଓଡିଶା ଷ୍ଟାଫ ସିଲେକସନ କମିଶନରେ ହୋଇଥିବା ଦୁର୍ନିତି ପ୍ରତିବାଦରେ କୋରାପୁଟ ଜିଲ୍ଲା ଛାତ୍ର କଂଗ୍ରେସର କର୍ମକର୍ତାମାନେ ସହରରେ ଶୋଭାଯାତ୍ରା କରି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଥିବା ଜଣାପଡିଛି ।କୋରାପୁଟ ଜିଲ୍ଲା ଛାତ୍ର କଂଗ୍ରେସର ସଭାପତି ମାଧବ ରେଡ୍ଡିଙ୍କ ନେତୃତ୍ୟରେ ପୂର୍ବତନ ବିଧାୟକ ନିମାଇଁ ସରକାର ,କଂଗ୍ରେସ ନେତା ରୂପକ ତୁରୁକ , ଭଗବାନ ବାହିନିପତି,କୃଷ୍ଣ କୁଲଦୀପ , ଜଗଦୀଶ ଖୋସଲା,ଜିଲ୍ଲା ଯୁବ କଂଗ୍ରେସ ସଭାପତି ସୁକାନ୍ତ ପଟନାୟକ , ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ନଳିନୀ ରଥ ,କୋରାପୁଟ ନଗର କଂଗ୍ରେସ ସଭାପତି ଜୟନ୍ତ କଚିନ,ଜୟପୁର ବ୍ଲକ କଂଗ୍ରେସ ସଭାପତି ବସନ୍ତ ନାୟକ , ପୂର୍ବତନ କାଉନସିଲର ବିଜୟ କୁମାର ରାଓ , ଭବାନୀ ଶଙ୍କର ମିଶ୍ର ,ଏ.ରମେଶ ରାଓ ପ୍ରମୁଖ ଉପସ୍ଥିତ ଥିଲେ ।