Odiapua.com

କୋରାପୁଟ ଜିଲ୍ଲାରେ  ୬୭ଜଣ କରୋନା ପଜିଟିଭ ଚିହ୍ନଟ

କୋରାପୁଟ ୨୪-୦୪(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଜିଲ୍ଲାରେ   ଶନିବାର ଦିନ ୨୬ଜଣ ମହିଳାଙ୍କ ସମେତ ୬୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା  ୮୪୦୦ ରେ ପହଂଚିଛି । ଆକ୍ରାନ୍ତ ମାନଙ୍କ ମଧ୍ୟରୁ କୋରାପୁଟ ପୌରାଂଚଳରୁ  ୮,ଜୟପୁର ପୌରାଂଚଳରୁ ୧୯, ଓ ସୁନାବେଡା ପୌରାଂଚଳରୁ୬ ଜଣ  ଚିହ୍ନଟ ଆକ୍ରାନ୍ତ  ଚିହ୍ନଟ ହୋଇଛନ୍ତି । ସେହିପରି  ବନ୍ଧୁଗାଁ ବ୍ଲକରୁ ୩,ବୋରିଗୁମ୍ମା ବ୍ଲକରୁ ୯,ଜୟପୁର ବ୍ଲକରୁ ୧  ଓ କୋରାପୁଟ ବ୍ଲକରୁ ୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ କୋଟପାଡ ବ୍ଲକରୁ ୩,କୁନ୍ଦ୍ରା ବ୍ଲକରୁ ୨ ,ଲକ୍ଷ୍ମୀପୁର  ବ୍ଲକରୁ  ୨,ନନ୍ଦପୁର ବ୍ଲକରୁ ୧,ପଟ୍ଟାଙ୍ଗୀ ବ୍ଲକରୁ ୩   ଏବଂ ସେମିଲିଗୁଡା  ବ୍ଲକରୁ  ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା  ଜଣାପଡିଛି ।  ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ଏପ୍ରିଲ ୨୩  ତାରିଖ ସୁଦ୍ଧା ୪୫-୫୯ ଓ ୬୦ ବର୍ଷରୁ ଉର୍ଦ୍ଧ୍ୱ  ବୟସର  ୨ ଲକ୍ଷ  ୮ ହଜାର ୮୮୨  ଜଣଙ୍କୁ କରୋନା ଟୀକାକରଣ କରା ଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି ।