Odiapua.com

କୋରାପୁଟ ଜିଲ୍ଲାରେ ୧୮୦ଜଣ କରୋନା ଆକ୍ରାନ୍ତ  ଚିହ୍ନଟ

କୋରାପୁଟ ୦୭-୦୬(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାରେ  ସୋମବାର ଦିନ ୮୮ଜଣ ମହିଳାଙ୍କ ସମେତ  ୧୮୦ଜଣ  କରୋନା ଆକ୍ରାନ୍ତ ଚିହ୍ନଟ  ହୋଇଥିବାବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା  ୧୬୨୧୩ରେ ପହଂଚିଛି ।  ଆଜିର ଆକ୍ରାନ୍ତ ମାନଙ୍କ ମଧ୍ୟରୁ କୋରାପୁଟ ପୌରାଂଚଳରୁ ୩୦ ଜଣ  ଚିହ୍ନଟ ହୋଇଥିବାବେଳେ  ଜୟପୁର ପୌରାଂଚଳରୁ ୨୨,ସୁନାବେଡା ପୌରାଂଚଳରୁ ୧୫ ଏବଂ କୋଟପାଡ ଏନଏସିରୁ  ୩ଜଣ  ଆକ୍ରାନ୍ତ  ଚିହ୍ନଟ ହୋଇଛନ୍ତି । ଆଜି ବନ୍ଧୁଗାଁ  ଓ  ନାରାୟଣପାଟଣା ବ୍ଲକରୁ ଜଣେ ମଧ୍ୟ ଆକ୍ରାନ୍ତ ଚିହ୍ନଟ ହୋଇନାହାଁନ୍ତି । ସେହିପରି ବୈପାରିଗୁଡା ବ୍ଲକରୁ ୧୩, ବୋରିଗୁମ୍ମା ବ୍ଲକରୁ ୩୧,ଦଶମନ୍ତପୁର ବ୍ଲକରୁ ୨,ଜୟପୁର ବ୍ଲକରୁ ୮  ଓ କୋରାପୁଟ ବ୍ଲକରୁ ୪ଜଣ ଚିହ୍ନଟ ହୋଇଥିବାବେଳେ କୋଟପାଡ ବ୍ଲକରୁ ୫,କୁନ୍ଦୁରା ବ୍ଲକରୁ ୩,ଲମତାପସ୍ୱଙ୍କ ବ୍ଲକରୁ ୮,ଲକ୍ଷ୍ମୀପୁର ବ୍ଲକରୁ ୮,ନନ୍ଦପୁର ବ୍ଲକରୁ ୬,ପଟ୍ଟାଙ୍ଗୀ ବ୍ଲକରୁ ୧୭  ଏବଂ  ସେମିଲିଗୁଡା  ବ୍ଲକରୁ  ୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା  ଜଣାପଡିଛି ।  ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ଜୁନ ୬  ତାରିଖ ସୁଦ୍ଧା ୨ ଲକ୍ଷ  ୯୯  ହଜାର ୭୫୯  ଜଣଙ୍କୁ କରୋନା ଟୀକାକରଣ କରାଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ସେହିପରି ଜୁନ ୬ ତାରିଖ  ସୁଦ୍ଧା ଜିଲ୍ଲାରେ ମୋଟ   ଆକ୍ରାନ୍ତଙ୍କ ଭିତରୁ  ୧୪୧୭୬ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବାବେଳେ ୧୯୯୪ଟି ସକ୍ରୀୟ କେସ ରହିଛି ଓ  ୪୩ ଜଣ କରୋନା  ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।