Odiapua.com

କୋରାପୁଟ ଜଗନ୍ନାଥ ମନ୍ଦିରର ଅସ୍ଥାୟୀ ସଂପାଦକ ହେଲେ ଜଗବନ୍ଧୁ

କୋରାପୁଟ ୧୭-୧୦(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଜଗନ୍ନାଥ ମନ୍ଦିରର ଅସ୍ଥାୟୀ ସଂପାଦକ ଭାବେ କମିଟିର ଯୁଗ୍ମ ସଂପାଦକ ଜଗବନ୍ଧୁ ସାମଲଙ୍କୁ ମନୋନୀତ କରାଯାଇଥିବା ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ଓ ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଇଶ୍ୱର ଚନ୍ଦ୍ର ପାଣିଗ୍ରାହୀ ପ୍ରକାଶ କରିଛନ୍ତି ।ଆଜି ଆଦିବାସୀ ସଂଗ୍ରହାଳୟ ସଭାଗୃହ ପରିସରରେ  ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।ଆଜି  ସ୍ୱତଃ ପ୍ରବୃତଭାବରେ ଗଦାଧର ପରିଡା ଇସ୍ତାଫା ଦେବେ  ବୋଲି ବୈଠକରେ ନିଷ୍ପତି ହୋଇଥିଲା ।ଏତତବ୍ୟତୀତ ଶ୍ରୀ ସମାଲଙ୍କୁ ସଂପାଦକ ଦାୟିତ୍ୱ ଶ୍ରୀ ପରିଡା ହସ୍ତାନ୍ତର କରିବାକୁ ନିଷ୍ପତି ନିଆଯାଇଥିବା ଜଣାପଡିଛି ।୨ ମାସ ନିମନ୍ତେ ଶ୍ରୀ ସାମଲ ଦାୟିତ୍ୱ ତୁଲାଇବେ ଏବଂ ଏହି ସମୟ ମଧ୍ୟରେ ସାଧାରଣ ପରିଷଦ  ଓ ନିର୍ବାଚନ ନିମନ୍ତେ ପଦ କ୍ଷେପ ନିଆଯିବ ବୋଲି ଜଣାପଡିଛି ।ଲଲାଟେନ୍ଦୁ ଦେଓ ଓ ଭୀମସେନ ଜେନା ଅସ୍ଥାୟୀ ସଂପାଦକଙ୍କୁ ସହଯୋଗ କରିବେ ବୋଲି ମଧ୍ୟ ନିଷ୍ପତି ନିଆଯାଇଥିବା ଜଣାପଡିଛି ।ଏହି ବୈଠକରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି,ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଇଶ୍ୱର ପାଣିଗ୍ରାହୀ ,କୋରାପୁଟ ବିଧାୟକ ରଘୁରାମ ପଡାଲ ,ଲକ୍ଷ୍ମିପୁର ବିଧାୟକ ପ୍ରଭୁ ଜାନି ,ପଟ୍ଟାଙ୍ଗୀ ବିଧାୟକ ପୀତମ ପାଢୀି , ଲଲାଟେନ୍ଦୁ ଦେଓ ,ତ୍ରୀନାଥ ପାତ୍ର,ତ୍ରିଲୋଚନ ଶତପଥି,ଅରୁଣ ଦାସ,ଭିମସେନ ଜେନା ,ଉମାକାନ୍ତ ଦାସ ,ପି.ସି.ମହାପାତ୍ର. ଗଦାଧର ପରିଡା,ପି.ସି.ମିଶ୍ର,ପ୍ରମୁଖଙ୍କ ସହ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ । ଅନେକ ବର୍ଷ ହେବ ସଂପାଦକ, ନିର୍ବାଚନ ଓ ସାଧରଣ ପରିଷଦ ବୈଠକକୁ ନେଇ ଯେଉଁ ବିବାଦ ରହିଥିଲା ତାହାର ଆଜି ଅନ୍ତ ଘଟିଛି ବୋଲି ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଶ୍ରୀ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।କୋରାପୁଟ ଜଗନ୍ନାଥ ମନ୍ଦିର କମିଟିର ସଂପାଦକ ଭାବେ ଗଦାଧର ପରିଡାଙ୍କୁ  ଦାୟିତ୍ୱ ଦିଆଯାଇଥିଲା କିନ୍ତୁ ୪ ବର୍ଷ ହେବ କୈାଣସି କାରଣବଶତଃ ନିର୍ବାଚନ ହୋଇପାରି ନ ଥିଲା ବୋଲି ଜୟପୁର ବିଧାୟକ ଶ୍ରୀ ବାହିନିପତି ପ୍ରକାଶ କରିଛନ୍ତି ।ଆଜିର ବୈଠକରେ କମିଟିର ଯୁଗ୍ମ ସଂପାଦକ ଥିବା ଜଗବନ୍ଧୁ ସାମଲଙ୍କୁ ଅସ୍ଥାୟୀ ସଂପାଦକ ଭାବେ ଦାୟିତ୍ୱ ଦିଆଯାଇଥିବା  ସେ ସୂଚନା ଦେଇଛନ୍ତି ।ମୋର ଇଛା ନ ଥିଲା କିନ୍ତୁ ବିଧାୟକ ଓ ସଦସ୍ୟମାନେ  ୨ ମାସ ନିମନ୍ତେ ଅସ୍ଥାୟୀ ସଂପାଦକ  ହେବାକୁ କହିଥିଲେ ବୋଲି ଜଗବନ୍ଧୁ ସାମଲ ପ୍ରକାଶ କରିଛନ୍ତି ।ଜଗନ୍ନାଥ ମନ୍ଦିରର ସମ୍ବିଧାନକୁ ଅନୁଧ୍ୟାନ କରି ନିର୍ବାଚନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।