Odiapua.com

କୋରାପୁଟରେ ମହିଳା ଏସଏଚଜି କଫି ଚାରା ଉତ୍ପାଦନ କରିବେ

କୋରାପୁଟ ୦୯-୧୨(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାର ମହିଳା ଏସଏଚଜି ଏବେ କଫି ଚାରା ଉତ୍ପାଦନ କରିବେ ।ଏକ ହଜାର ହେକ୍ଟର ଜମିରେ କଫି ଚାଷ ନିମନ୍ତେ ୨୦ ଟି ମହିଳା ଏସଏଚଜି କଫି ଚାରା ଉତ୍ପାଦନ କରିବେ ।ଆଜି କୁଜାମ୍ବ ଓ ମାଛକୁଣ୍ଡ ଏସଏଚଜି ମହିଳା ମାନଙ୍କ ନିମନ୍ତେ ୨ ଦିନିଆ ପ୍ରଶିକ୍ଷଣ ଶିବିର ସ୍ଥାନୀୟ କଫି ବୋର୍ଡ ପରିସରରେ ଉଦଘାଟିତ ହୋଇଯାଇଛି ।କୋରାପୁଟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ହେମକାନ୍ତ ସାଏ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦଘାଟନ କରିଥିଲେ ।କଫି ବୋର୍ଡର ଏସଏଲଓ ଉପେନ୍ଦ୍ର କୁମାର ସାହା ,କଫି ଉନ୍ନୟନ ଟ୍ରଷ୍ଟର ପ୍ରକଳ୍ପ ନିର୍ଦ୍ଦେଶକ ଅରୁଣ କୁମାର ଦାସ ପ୍ରମୁଖ ଉପସ୍ଥିତ ରହି ଚାରା ଉତ୍ପାଦନ ସଂପର୍କରେ ତାଲିମ ପ୍ରଦାନ କରିଥିଲେ ।ଲମତାପୁଟ ବ୍ଲକ ଅନ୍ତର୍ଗତ ମାଛକୁଣ୍ଡ ଓ କୁଜାମ୍ବ ଏସଏଚଜି ମହିଳାମାନେ ଅଂଶଗ୍ରହଣ କରିଥିଲେ ।ଏକ ହଜାର ହେକ୍ଟର ଜମିରେ କଫି ଚାଷ କରିବା ନିମନ୍ତେ ୧୩ ଟି ସ୍ଥାନରେ ନର୍ସରୀ କରାଯିବ ବୋଲି ଓଡିଶା ଜୀବିକା ମିଶନର ଡିପିଏମ ସୁସ୍ମିତା ସାମାନ୍ତରାୟ ପ୍ରକାଶ କରିଛନ୍ତି ।ପ୍ରତି ଚାରା ପିଛା  ୨ ଟଙ୍କା୩୦ ପଇସା  ଏସଏଚଜି ମହିଳାମାନେ ଲାଭ ପାଇବେ ବୋଲି ସେ ସୂଚନା ଦେଇଛନ୍ତି ।କୋରାପୁଟ କଫିର ଚାହିଦା ବୃଦ୍ଧି ପାଉଥିବା ବେଳେ କଫିଚାଷକୁ ବ୍ୟାପକ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ  କୋରାପୁଟ ଜିଲ୍ଲାରେ ୫ ବର୍ଷରେ ୫ ହଜାର ହେକ୍ଟର ଜମିରେ କଫି ଚାଷ କରାଯିବ ବୋଲି ଘୋଷଣା କରିଥିଲେ ।