Odiapua.com

କୋରାଇ ବ୍ଲକରେ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ

ଭୁବନେଶ୍ୱର/ଯାଜପୁର୨୯ା୧୦(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ୧୯୯୯ ମସିହା ଅକ୍ଟୋବର ୨୯ ମହାବାତ୍ୟାକୁ ମନେପକାଇ ସାରା ରାଜ୍ୟରେ ଆଜି ବିପର୍ଯ୍ୟୟ ପ୍ରଶମନ ଦିବସ ପାଳନ କରାଯାଉଛି । ମହାବାତ୍ୟାକୁ ଏହା ମଧ୍ୟରେ ୨୦ ବର୍ଷ ବିତିଯାଇଥିଲେ ମଧ୍ୟ ଏବେବି କ୍ଷତିଗ୍ରସ୍ତଙ୍କ ମନରୁ ବାତ୍ୟାର କରାଳ ରୂପ ଲିଭିନି । ବାତ୍ୟାରେ ଯାଜପୁର ଜିଲ୍ଲା ସମତେ କୋରାଇ ବ୍ଲକ୍‌ରେ ମଧ୍ୟ ବହୁ ଧନ ଜୀବନ କ୍ଷତି ହୋଇଥିଲା । ଖାଲି ମହାବାତ୍ୟା କାହିଁକି ପରେ ହୁଡ଼ହୁଡ଼ ଓ ଫାଇଲିନ୍ ଭଳି ଅନେକ ବାତ୍ୟା ଓ ବନ୍ୟାରେ ପ୍ରଭାବିତ ହୋଇଛି କୋରାଇ ବ୍ଲକ୍ । ତେବେ ମହାବାତ୍ୟା ପରେ ପ୍ରତିବର୍ଷ ଅକ୍‌ଟୋବର ୨୯ ତାରିଖକୁ ରାଜ୍ୟସାରା ବିପର‌୍ୟ୍ୟୟ ପ୍ରଶମନ ଦିବସ ଭାରେ ପାଳନ କରାଯାଉଛି  ହେଲେ ଆଜି ପର‌୍ୟ୍ୟନ୍ତ ସରକାର କ୍ଷତିଗ୍ରସ୍ତଙ୍କୁ ସହାୟତା ନକରିବା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଏନେଇ ଆଜି କୋରେଇ ବ୍ଳକ୍ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ଲକ୍ କାର‌୍ୟ୍ୟାଳୟ ବିପର‌୍ୟ୍ୟୟ ପରିଚାଳନା ବିଭାଗ ଓ ଅଗ୍ନିଶ୍ରମ ବିଭାଗ ପକ୍ଷରୁ ବିଭିନ୍ନ କଳାକୌଶଳ ପ୍ରଦର୍ଶିତ କରାଯିବା ସହିତ ବିପର‌୍ୟ୍ୟୟ ସମୟରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯିବାକୁ ନେଇ ସଚେତନ କରାଯାଇଥିଲା । ଏନେଇ ବ୍ଲକ୍‌ର ମୁଖ୍ୟକିରାଣି ସୁନିଲ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅଗ୍ନିଶ୍ରମ ବିଭାଗ ଅଧିକାରୀ ସୁବାଷ ଚନ୍ଦ୍ର ବଳ, ଜିପିଓ ପୂର୍ଣ୍ଣଚନ୍ଦ୍ର ପାତ୍ର, ଯନ୍ତ୍ରୀ ଦେବାଶିଷ ମିଶ୍ର ଅତିଥି ଭାବେ ଯୋଗଦେଇଥିଲେ । ଅଗ୍ନିଶ୍ରମ ଅଧିକାରୀ ଶ୍ରୀ ବଳ ଓ କର୍ମଚାରୀମାନେ ବିଭିନ୍ନ କଳାକୃତି ମାଧ୍ୟରେ କିପରି ବିପର‌୍ୟ୍ୟୟ ସମୟରେ ବୃଦ୍ଧ/ବୃଦ୍ଧା, ଶିଶୁ ଓ ରୋଗାକ୍ରାନ୍ତଙ୍କୁ ଉଦ୍ଧାର କରାଯାଇପାରିବ ତାହା ଉପସ୍ଥାପନ କରିଥିଲେ । ଉଦ୍ଧାର କାର‌୍ୟ୍ୟ ପାଇଁ ବିଭିନ୍ନ ଅତ୍ୟାଧୁନିକ ଉପକରଣ ମାନ ବ୍ୟବହାର କରାଯାଉଥିଲେ ମଧ୍ୟ ଗ୍ରାମଂଚଳରେ ସେସବୁ ଉପଲବ୍ଧ ହେଉନଥିବାରୁ ନିତ୍ୟ ବ୍ୟବହାର‌୍ୟ୍ୟ ଜିନିଷ ମାଧ୍ୟମରେ ମଧ୍ୟ ବନ୍ୟା ଓ ଅଗ୍ନିକାଣ୍ଡ ସମୟରେ ବିପନ୍ନଙ୍କୁ ଉଦ୍ଧାର କରାଯାଇପାରିବାକୁ ନେଇ ଶ୍ରୀ ବଳ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ୍ୟ ଜଳ ଯୋଗାଣ ବ୍ଲକ୍ ଉପାଧ୍ୟକ୍ଷ ଅନିଲ କୁମାର ମାହାପାତ୍ର, ଯନ୍ତ୍ରୀ ସେମାନାଥ ପାଣିଗ୍ରାହୀ, କୁମ୍ଭକର୍ଣ୍ଣ ଦଣ୍ଡପାଟ, ଉତମ ରଣା, ଯୋଗାଣ ଅଧିକାରୀ ପ୍ରଶାନ୍ତ କୁମାର ନାୟକ, ପିଇଓ ଚର୍ତୁଭୂଜ ସାହୁ, ସତ୍ୟବ୍ରତ ଜେନା, ତପନ ବେହେରା, ସମିତିସଭ୍ୟ ପ୍ରମୋଦ କୁମାର ସାହୁ, ସୁଷମା ଦାସ, ସରପଂଚ ସୁଶାନ୍ତ କୁମାର ସାହୁ, ଗୋପାଳ ମଲିକ, ଲକ୍ଷ୍ମୀଧର କରଣ, ଅରୁଣ କୁମାର ସାହୁ, ରାକେଶ ଦାସ, ପ୍ରକାଶ ମଲିକ, ସଂଧ୍ୟାରାଣି ରାଉତ, ମନ୍ମଥ ଜେନାଙ୍କ ସମେତ ବହୁ ଜନ ପ୍ରତିନିଧି ଉପସ୍ଥିତ ଥିଲେ ।