Odiapua.com

କୋରାଇ ଥାନାରେ ତ୍ରିନାଥ ମେଳା

ଯାଜପୁର ୧୩ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)କୋରାଇ ଥାନ ପରିସରରେ ଥିବା ତ୍ରିନାଥ ମନ୍ଦରରେ ମଙ୍ଗଳବାର କାର୍ତିକ ପୁର୍ଣ୍ଣିମା ଅବସରରେ ମେଳା ଅନୁଷ୍ଠିତ ହୋଇଥିଲା । ଥାନା ଅଧିକାରୀ ରଣଜିତ ମହାନ୍ତିଙ୍କ ପ୍ରତ୍ୟେକ୍ଷ ତତ୍ୱବଧନାରେ ଅନୁଷ୍ଠିତ ଏହି ମେଳାରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅକ୍ଷୟ କୁମାର ଦାସ, ଯାଜପୁର ରୋଡ ସର୍କଲର ପୂର୍ବତନ ଏସଡିପଓ କେଦାରନାଥ ସାହୁ, ପାଣିକୋଇଲି ଥାନା ଅଧିକାରୀ ଅଜୟ କୁମାର ଜେନା ପ୍ରମୁଖ ଯୋଗଦେଇଥିଲେ । ଏଥି ସହିତ କୋରାଇ ବିଧାୟକ ଅଶୋକ ବଳ ଯୋଗଦେଇ ତ୍ରିନାଥଙ୍କ ଅଶିଷ କାମନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କୋରଇର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଭିକାରୀ ବରାଳଙ୍କ ସମେତ ବିଭିନ୍ନ ପଂଚାୟତର ସରପଂଚ, ସମିତିସଭ୍ୟ, ସମ୍ବାଦିକ, ବୁଦ୍ଧିଜୀବୀଙ୍କ ସହ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ପ୍ରଭୁ ତ୍ରିନାଥଙ୍କର କୃପାଲାଭ କରିଥିଲେ । ମନ୍ଦିର ପରିସରରେ ଭଜନ କୀର୍ତନ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠି ହୋଇଥିଲା । କାର୍ଯ୍ୟକ୍ରମକୁ ପରିଚାଳନାରେ ଏସଆଇ ସୁବ୍ରତକୁମାର ସାହୁ, କଳ୍ପଲତା ପ୍ରଧାନ, ଏଏସଆଇ ସଲିଳ ମଲ୍ଲିକ, ମଦନ ମଲ୍ଲିକ, ଦୁଃଶାସନ ରାଉତ, ଶରତ ଚନ୍ଦ୍ର ଜେନା, ଦୀପ୍ତିରଞ୍ଜନ ଗିରି, ସୁରେନ୍ଦ୍ର ସ୍ୱାଇଁ, ବୁଦ୍ଧଦେବ ପୃଷ୍ଟି, ସର୍ବେଶ୍ୱର ପଣ୍ଡା, ବୁଦ୍ଧନାଥ ସେଠୀ, ସରୋଜ କୁମାର ସାହୁଙ୍କ ସମେତ ଥାନର ସମସ୍ତ ଅଧିକାରୀ ଓ କର୍ମଚାରୀ ମାନେ ସହଯୋଗିତା କରିଥିଲେ ।