Odiapua.com

କୋଭିଡ-୧୯ ସଂକ୍ରାନ୍ତରେ ସଦ୍ୟତମ ସୂଚନା ୯୫, ୫୨୬ କରୋନା ରୋଗୀ ସୁସ୍ଥ

ନୂଆ ଦିଲ୍ଲୀ ୨-୬ (ଓଡ଼ିଆ ପୁଅ) ବର୍ତ୍ତମାନ ଦେଶରେ ୯୭, ୫୮୧ କରୋନା ରୋଗୀ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୩, ୭୦୮ ଜଣ ସୁସ୍ଥ ହୋଇଛନ୍ତି। ଏପର୍ଯ୍ୟନ୍ତ ଦେଶରେ ୯୫, ୫୨୬ ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଆରୋଗ୍ୟ ହାର ଶତକଡା ୪୮.୦୭। ଦେଶରେ ଆରୋଗ୍ୟ ହାର ବଢିବାକୁ ଲାଗିଥିବା ବେଳେ ମୃତ୍ୟୁ ହାର ସମଗ୍ର ବିଶ୍ଵରେ ସର୍ବନିମ୍ନ ରହିଛି। ଅଦ୍ୟାବଧି ଏହି ମୃତ୍ୟୁ ହାର ୨.୮୨ ପ୍ରତିଶତ ରହିଛି।

ଭାରତର ଜନସଂଖ୍ୟା ୧୪ଟି ସର୍ବାଧିକ କ୍ଷତିଗ୍ରସ୍ତ ଦେଶର ଜନସଂଖ୍ୟା ସହ ସମାନ। ତେବେ ଏହି ମାସ ପହିଲା ସୁଦ୍ଧା ୧୪ଟି ଯାକ ଦେଶର କରୋନା ଆକ୍ରାନ୍ତ ସଂଖ୍ୟା ଆମ ଦେଶ ତୁଳନାରେ ୨୨.୫ ଗୁଣ ଅଧିକ। ସେହି ୧୪ଟି ସବୁଠାରୁ ଅଧିକ ସଂକ୍ରମିତ ଦେଶରେ ମୋଟ ମୃତ୍ୟୁ ହାର ଭାରତଠାରୁ ୫୫.୨ ଗୁଣ ଅଧିକ।

ଏଭଳି ପରିସ୍ଥିତିରେ ସମୟୋଚିତ ଚିହ୍ନଟ ଓ ରୋଗୀ ଚିକିତ୍ସା କରି ମୃତ୍ୟୁ ହାରକୁ କମ କରାଯାଇପାରିବ। ଦୁଇଟି ମୁଖ୍ୟ ପନ୍ଥା ସମୟୋଚିତ ଚିହ୍ନଟିକରଣ ଓ ସମୁଚିତ ଚିକିତ୍ସା ନିୟମକୁ ଅବଲମ୍ବନ କରି ମୃତ୍ୟୁ ହାର କମ କରିହେବ।

ଯଦି କୋଭିଡ-୧୯ ମୃତ୍ୟୁ ତଥ୍ୟକୁ ବିଶ୍ଳେଷଣ କରାଯାଏ, ତେବେ ଜନସଂଖ୍ୟାର ଶତକଡା ୧୦ ଭାଗ (୬୦ ବର୍ଷରୁ ଊର୍ଦ୍ଧ୍ଵ ବ୍ୟକ୍ତି) ମୋଟ ମୃତ୍ୟୁର ଶତକଡା ୫୦ ଭାଗ ରହିଛନ୍ତି। ଦେଶରେ କୋଭିଡ-୧୯ ଯୋଗୁଁ ମୃତ୍ୟୁବରଣ କରୁଥିବା ଶତକଡା ୭୩ ଭାଗ ଲୋକଙ୍କର ଅନ୍ୟାନ୍ୟ ଜଟିଳ ରୋଗ ଲକ୍ଷଣ ଯଥା ମଧୁମେହ, ଉଚ୍ଚ ରକ୍ତ ଚାପ, ହୃଦରୋଗ ଓ ଶ୍ଵାସକ୍ରିୟା ଜନିତ। ସେ ଦୃଷ୍ଟିରୁ ଏହି ଅଧିକ ସମ୍ବେଦନଶୀଳ ବ୍ୟକ୍ତିମାନଙ୍କ ସୁରକ୍ଷା ସର୍ବାଗ୍ରେ ବାଞ୍ଛନୀୟ। ସବୁଠାରୁ ସମ୍ବେଦନଶୀଳ ରୋଗୀମାନଙ୍କ ମୃତ୍ୟୁ ହାରକୁ କମାଇବାକୁ ହେଲେ କେତେକ ସାବଧାନତା ଅବଲମ୍ବନ କରିବାକୁ ପଡିବ। ସେଗୁଡିକ ହେଲା ଡାକ୍ତରଙ୍କ ପରାମର୍ଶ ଅନୁସାରେ ନିୟମିତ ଔଷଧ ସେବନ, ରୋଗ ପ୍ରତିଷେଧକ ଶକ୍ତି ବଢାଇବା ପାଇଁ ଆୟୁଷ ମନ୍ତ୍ରଣାଳୟ ଦ୍ଵାରା ପ୍ରଣିତ ହର୍ବାଲ ଚା, ପାନ, କାଢା, ଟେଲିମେଡ଼ିସିନ ଇତ୍ୟାଦି ଅନ୍ତର୍ଭୁକ୍ତ। ଯଦି କୌଣସି ବ୍ୟକ୍ତି କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥାନ୍ତି ଆରୋଗ୍ୟ ସେତୁ ଆପ ବଳରେ ନିଜର ସ୍ୱାସ୍ଥ୍ୟର ପରୀକ୍ଷା ସହ ଖୁବ ଶୀଘ୍ର ରୋଗ ଚିହ୍ନଟ ସମ୍ଭବପର ହୋଇପାରିବ। ଯଦି ଅଧିକ ସମ୍ବେଦନଶୀଳ ବ୍ୟକ୍ତିଙ୍କଠାରେ କରୋନା ଲକ୍ଷଣ ଦେଖାଦେବ, ତେବେ ସେମାନେ ଖୁବ ଶୀଘ୍ର ଟେଲିମେଡ଼ିସିନ ହେଲ୍ପଲାଇନ ବା ବ୍ୟକ୍ତିଗତ ଭାବେ ଚିକିତ୍ସକଙ୍କ ନିକଟକୁ ଯାଇ ତାହାର ଉପଚାର କରିପାରିବେ। ଏଦିଗରେ ଜନସାଧାରଣ ଅତ୍ୟନ୍ତ ସମ୍ବେଦନଶୀଳ ବ୍ୟକ୍ତିଙ୍କୁ ସ୍ୱାସ୍ଥ୍ୟ ରକ୍ଷା ନେଇ ଉପଦେଶ ଦେବା ସହ ଅନ୍ୟ କାହାର କରୋନା ସଂକ୍ରମଣ ଥିଲେ ତାଙ୍କ ସଂସ୍ପର୍ଶରେ ନଆସିବା ପାଇଁ ସଚେତନ କରାଇପାରିବେ। ନିହାତି ଦରକାର ନହେଲେ ବାହାରକୁ ନଯାଇ ଘରେ ରହିବା ପାଇଁ ବିଶେଷ ପରାମର୍ଶ ଦିଆଯାଉଛି।

କୋଭିଡ-୧୯ରୁ ମୁକ୍ତି ପାଇବା ପାଇଁ ଏହାକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବାକୁ ହେବ। ଜନସାଧାରଣ ସଚେତନତା, ସମୟୋଚିତ ଉପଚାର ଓ ପ୍ରତିଷେଧକ ଭଳି ତିନୋଟି ନିୟମାବଳିକୁ ମାନି କରୋନାକୁ ହଟାଇବା ଲାଗି ସଂକଳ୍ପବଦ୍ଧ ହେବାକୁ ପଡିବ।

କୋଭିଡ-୧୯ ସମ୍ବନ୍ଧୀୟ ବୈଷୟିକ ତଥ୍ୟ, ମାର୍ଗଦର୍ଶିକା ଓ ନିୟମାବଳୀର ସୂଚନା ପାଇଁ ନିୟମିତ ପରିଦର୍ଶନ କରନ୍ତୁ: https://www.mohfw.gov.in/ ଏବଂ @MoHFW_INDIA।

ଏ ସମ୍ପର୍କିତ ବୈଷୟିକ ପ୍ରଶ୍ନାବଳୀ technicalquery.covid19@gov.in ଏବଂ ncov2019@gov.in ଏବଂ @CovidIndiaSeva କୁ ପଠାଇ ପାରିବେ।

କୋଭିଡ-୧୯ ଜନିତ କୌଣସି ଜିଜ୍ଞାସା ପାଇଁ ଦୟାକରି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଲ୍ପଲାଇନ ନଂ : + ୯୧-୧୧-୨୩୯୭୮୦୪୬ କିମ୍ବା ୧୦୭୫ (ଦେୟ ମୁକ୍ତ)ରେ ସମ୍ପର୍କ କରିପାରନ୍ତି। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କୋଭିଡ-୧୯ ହେଲ୍ପଲାଇନ ନମ୍ବରଗୁଡ଼ିକର ତାଲିକା ନିମ୍ନ ୱେବସାଇଟ ରେ ଉପଲବ୍ଧ।

https://www.mohfw.gov.in/pdf/coronvavirushelplinenumber.pdf