Odiapua.com

କୋଭିଡ -୧୯ ରେ ମୃତ୍ୟୁବରଣ କରିଥିବା ଗଞ୍ଜାମ ଜିଲ୍ଲାର କାର୍ଯ୍ୟରତ ସାମ୍ବାଦିକ କରୁଣାକର ସାହୁଙ୍କ ପରିବାରକୁ ୧୫ ଲକ୍ଷର ଆର୍ଥିକ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ୨୯-୬ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ -୧୯ ରେ ମୃତ୍ୟୁବରଣ କରିଥିବା ଗଞ୍ଜାମ ଜିଲ୍ଲାର ‘ଅନୁପମ ଭାରତ’ର ସମ୍ବାଦଦାତା ତଥା କାର୍ଯ୍ୟରତ ସାମ୍ବାଦିକ କରୁଣାକର ସାହୁଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବାକୁ ମଞ୍ଜୁର କରିଛନ୍ତି।

ସୂଚନାଯୋଗ୍ୟଯେ, କରୁଣାକର ସାହୁ ଶେରଗଡ ଅଞ୍ଚଳର ଅନୁପମଭାରତ ଖବରକାଗଜର ପ୍ରତିନିଧି ଓ ବରିଷ୍ଠ ସାମ୍ବାଦିକ ଥିଲେ ସେ କରୋନା ଆକ୍ରାନ୍ତ ହେବା ପରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ବିୟୋଗ ହୋଇଥିଲା। ଅନୁପମ ଭାରତ ପ୍ରତିନିଧି ରୂପେ ପ୍ରାୟ ୨୫ବର୍ଷ ରୁ ଉର୍ଦ୍ଧ ସମୟ ଧରି କାର୍ଯ୍ୟ କରି ଆସୁଥିଲେ।