Odiapua.com

କୋଭିଡ ଯୋଦ୍ଧାଙ୍କ ସମ୍ମାନାର୍ଥେ ନୟାଗଡ଼ରେ ଶପଥ ପାଠ

ନୟାଗଡ଼, ୫ା୮:(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) କୋଭିଡ ଯୋଦ୍ଧାମାନଙ୍କର ମାନବ ଜାତି ପାଇଁ ଏହି ସର୍ବୋଚ୍ଚ ତ୍ୟାଗକୁ ପୁନଃ ସ୍ମରଣ କରିବା ଓ ସମ୍ମାନ ଜଣାଇବା ପାଇଁ ସେମାନଙ୍କ ସ୍ମୃତିରେ ନୟାଗଡ଼ ଜିଲାର ବିଭିନ୍ନ ସ୍ଥାନରେ ଆଜି ସନ୍ଧ୍ୟା ୬ଟାରେ ୧ମିନିନ୍ ନୀରବ ପ୍ରାର୍ଥନା କରାଯାଇଥିଲା। କୋଭିଡ ମହାମାରୀ ମାନବ ଜାତି ପାଇଁ ଏକ ଅଦ୍ଭୁତପୂର୍ବ ଆହ୍ୱାନ ସୃଷ୍ଟି କରିଥିବାବେଳେ ସାରା ସଂସାର ଏବେ କୋଭିଡ ସଂକ୍ରମଣରେ କବଳିତ ହେବାରେ ଲାଗିଛି। ଯାହାକି ପ୍ରତ୍ୟେକ ଦେଶ ଅତ୍ୟନ୍ତ ଗମ୍ଭୀରତାର ସହିତ ଏହାକୁ ଗ୍ରହଣ କରି ମୁକାବଲା କରିବାରେ ଲାଗିଛନ୍ତି। ଏହି ପରିପ୍ରେକ୍ଷିରେ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକୁ ସମ୍ମାନ ଜଣାଇ ବୁଧବାର ଜିଲାର ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠାରେ କୋଭିଡ ଯୋଦ୍ଧାଙ୍କ ସମ୍ମାନାର୍ଥେ ଏକ ମିନିଟ ନୀରବ ପ୍ରାର୍ଥନା ସହ ନିରବ ପ୍ରାର୍ଥନା କରାଯାଇଥିବା ଦେଖିବାକୁ ମିଳିଥିଲାବେଳେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମଧ୍ୟ ଶପଥ ପାଠ ଓ ନିରବ ପ୍ରାର୍ଥନା ହୋଇଥିବା ଦେଖିବାକୁ ମିଳିଥିଲା। ଏହି ଶପଥ ପାଠରେ ନିଜେ କୋଭିଡ କଟକଣା ମାନିବା ସହ ଅନ୍ୟମାନଙ୍କୁ ମଧ୍ୟ ଏଥିପାଇଁ ସଚେତନ କରିବି ବୋଲି ଶପଥ ପାଠ କରାଯାଇଥିଲା।