Odiapua.com

କୋଭିଡ ପରିସ୍ଥିତିରେ ଜୀବନ ଜୀବିକାର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡା ୧୦/୯(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- ଅଲ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନ କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ କୋଭିଡ ପରିସ୍ଥିତିରେ ଜୀବନ ଜୀବିକାର ସୁରକ୍ଷା ପାଇଁ ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ଓଡିଶାର ଗରୀବ, ଖଟିଖିଆ, ଶ୍ରମଜୀବି ଜନସାଧାରଣ କରୋନା ଓ ତତଜନିତ ଲକଡାଉନ ପରିସ୍ଥିତି ଯୋଗୁଁ ଅତ୍ୟନ୍ତ ଶୋଚନୀୟ ଅବସ୍ଥା ମଧ୍ୟ ଦେଇ ଗତି କରୁଛନ୍ତି। ଜୀବିକା ହରାଇ ପ୍ରବାସୀ ଶ୍ରମିକମାନେ ରାଜ୍ୟକୁ ଫେରିବା ପରେ ଏଠାରେ ସେମାନଙ୍କ ପାଇଁ ନିଯୁକ୍ତିର କୈାଣସି ବ୍ୟବସ୍ଥା ନାହିଁ। ରାଜ୍ୟ ଭିତରେ ନିର୍ମାଣ ଓ ଅନ୍ୟାନ୍ୟ କ୍ଷେତ୍ରରେ ନିୟୋଜିତ ଶ୍ରମିକମାନେ ମଧ୍ୟ ଜୀବିକା ହରାଇଛନ୍ତି। କ୍ଷୁଦ୍ର ବ୍ୟବସାୟୀ ଓ ଉଠାଦୋକାନୀମାନଙ୍କର ବ୍ୟବସାୟ ମଧ୍ୟ ବନ୍ଦ ହୋଇଯାଇଛି। ପରିଚାରିକା ଭାବରେ ବାବୁମାନଙ୍କ ଘରେ କାମ କରୁଥିବା ମହିଳାମାନେ ମଧ୍ୟ କାମ ହରାଇଛନ୍ତି। ଏହିପରି ଭାବରେ ଘରେ ଘରେ ହା ହା କାର ପରିସ୍ଥିତି ସୃଷ୍ଟି ହୋଇଛି। ଦିନକୁ ଦୁଇ ଓଳି ଖାଦ୍ୟ ଯୋଗାଡ କରିବା ମଧ୍ୟ କଠିନ ହୋଇପଡିଛି। ରାଜ୍ୟର ଗରୀବ ଜନସାଧାରଣଙ୍କ ମଧ୍ୟରୁ ଅନେକଙ୍କର ରେସନକାର୍ଡ ନଥିବାରୁ ଖାଦ୍ୟ ସାମଗ୍ରୀ ପାଇବାରୁ ସେମାନେ ବଂଚିତ ହେଉଛନ୍ତି। ଆଶା, ଅଙ୍ଗନୱାଡି, ପାଚିକା, ସହାୟିକା ଭାବରେ କଠିନ ପରିଶ୍ରମକରି ସରକାରୀ ନୀତି ଗୁଡିକ କାର୍ଯ୍ୟକାରୀ କରୁଥିବା ମହିଳାମାନଙ୍କୁ ଅତିକମ ପାରିଶ୍ରମିକ ଦିଆଯାଉଛି। ତାହାପୁଣି ନିୟମିତ ଭାବରେ ନୁହେଁ। ରାଜ୍ୟର ବନ୍ୟା ପରିସ୍ଥିତି ମଧ୍ୟ ଏହି ଜନସାଧାରଣଙ୍କ ଦୁଃଖକୁ ଆହୁରି ବଢାଇଦେଇଛି। ଏହି ସମସ୍ତ ଅଭାବୀ ମହିଳା ଓ ଜନଗଣଙ୍କ ଜୀବନର ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ ଖାଦ୍ୟ, ନିଯୁକ୍ତି ଓ ନିୟମିତ ରୋଜଗାରର ବ୍ୟବସ୍ଥା କରିବା ସର୍ବାଗ୍ରେ ଜରୁରୀ ହୋଇଥିବାରୁ ସେମାନଙ୍କୁ ତୁରନ୍ତ ଆର୍ଥିକ ସହାୟତା ଯୋଗାଇଦେବାକୁ ଦାବି କରାଯାଇଛି। ଏଥିସହିତ ବର୍ତ୍ତମାନ ପରିସ୍ଥିତିରେ କରୋନା ସମେତ ସମସ୍ତ ରୋଗର ଦେୟମୁକ୍ତ ଚିକିତ୍ସା ସେମାନଙ୍କୁ ଯୋଗାଇ ଦିଆଯାଉ। ଜୀବନ ଜୀବିକା ସହିତ ନାରୀମାନଙ୍କ ମର୍ଯର୍ାଦା ମଧ୍ୟ ବିପନ୍ନ ହୋଇପଡିଛି। ମଦ ଓ ଅଶ୍ଳିଳତାର ପ୍ରସାର ସହିତ ନାବାଳିକା ଓ ଶିଶୁମାନଙ୍କ ଉପରେ ଯୈାନ ଉତ୍ପିଡନ ମଧ୍ୟ ବୃଦ୍ଧି ପାଇ ଚାଲିଛି। ପୁନଶ୍ଚ ଲକଡାଉନ ପରିସ୍ଥିତିର ସୁଯୋଗରେ ସରକାର ରେଳ, ବ୍ୟାଙ୍କ, ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଘରୋଇକରଣ କରି କର୍ପୋରେଟ ହାତକୁ ଟେକିଦେଇଛନ୍ତି। ଏପରିକି ସ୍ୱାଧୀନ ଭାବରେ ମତବ୍ୟକ୍ତ କରିବାର ଅଧିକାର ସହିତ ଅନ୍ୟାନ୍ୟ ଗଣତାନ୍ତ୍ରିକ ଅଧିକାର ଗୁଡିକୁ ଖର୍ବ କରିବାର ଯୋଜନା କରିଚାଲିଛନ୍ତି। ଏଣୁ ଏହି ଅବସରରେ ଏକ ୧୧ଦଫା ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ସଂଗଠନ ପକ୍ଷରୁ ହୀରାମଣୀ ରାଉତ, ଏଲୀନା ସାମନ୍ତରାୟ, ପ୍ରତିଜ୍ଞା ନାୟକ, ଜୟନ୍ତୀ ଜେନା, ସରୋଜିନୀ ପ୍ରଧାନ ପ୍ରମୁଖ ପ୍ରଦାନ କରିଛନ୍ତି।