Odiapua.com

କୋଭିଡ ନିୟମ ଯୋଗୁଁ ଗୁରୁତର ଏଚ ଆଇ ବି/ ଏଡ୍ସରେ ଆକ୍ରାନ୍ତ ମୃତ୍ୟୁ ସହ ସଂଗ୍ରାମରତ, କାଗଜପତ୍ରରେ ସୀମିତ ସରକାରୀ ଯୋଜନା

ବଲାଙ୍ଗୀର, ୧୩-୧୧ : (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲାରେ କରୋନା କଟକଣା ଯୋଗୁଁ ଦୁର୍ଦ୍ଦିନରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଏଚ ଆଇ, ବି/ଏଡ୍ସରେ ଆକ୍ରାନ୍ତ। ଅସଂଖ୍ୟ ଏଚ ଆଇ ବି/ଏଡ୍ସ ଭୁତାଣୁ ଦ୍ଵାରା ସଂକ୍ରମିତ ହୋଇ ବଲାଙ୍ଗୀର ଜିଲ୍ଲା ଭୀମଭୋଇ ମେଡ଼ିକାଲ କଲେଜ ଡାକ୍ତରଖାନାରେ ଥିବା ଏ ଆର ଟି କେନ୍ଦ୍ର ରୁ ନିୟମିତ ଭାବେ ଏ ଆର ଟି ଔଷଧ ସେବନ ସହ ପ୍ରତି ମାସରେ ଥରେ ନିଜର ଆବଶ୍ୟକ ଡାକ୍ତରୀ ପରୀକ୍ଷା ମାନ କରି ପାରୁଥିଲେ। ହେଲେ କୋଭିଡ-୧୯ କଟକଣା ଜାରି ହେବା ଯାନ, ବାହାନ ଚଳାଚଳ ଠପ ହୋଇଯିବାରୁ ଉକ୍ତ ଏ ଆର ଟି ଔଷଧ ସେବନ ରୁ ଅନ୍ୟ ଉପାୟ ନ ପାଇ ଔଷଧ ସେବନ କରିପାରିବା ରୁ ବଞ୍ଚିତ ହେବା ସାର ହୋଇଛି। ହେଲେ ସରକାରୀ ନିୟମ ଅନୁଯାୟୀ ପ୍ରତି ଆକ୍ରାନ୍ତ ଙ୍କ ନିକଟରେ ପହଞ୍ଚି ଔଷଧ ପ୍ରଦାନ ନିମନ୍ତେ ଦାଇତ୍ଵ ଦିଆଯାଇଥିବା କର୍ମଚାରୀ ଏହାର ଖିଲାପ କରିବା ସହ ନାମକୁ ମାତ୍ର ବିଭିନ୍ନ ଆଇ ସି ଟି ସି କେନ୍ଦ୍ର କୁ ତାଙ୍କୁ ଓଲଟା ଡକାଇ ଉକ୍ତ ଔଷଧ ପ୍ରଦାନ ମାତ୍ର କିଛି ଜଣ ଙ୍କୁ ଥରେ ଦୁଇ ଥର ଦେଇ ଚାଲିଯାଇ ନିଜ ଦାଇତ୍ଵ ସମାପନ କରି ଦେଇଛନ୍ତି। ସରକାରୀ ଭାବେ ଆକ୍ରାନ୍ତ ଙ୍କ ନିକଟକୁ ଯାଇ ଓ ବିଭିନ୍ନ ସ୍ଥାନରେ ଡାକ୍ତରୀ ମୋବାଇଲ ଟିମ ପହଞ୍ଚି ସ୍ୱାସ୍ଥ୍ୟ ପରୀକ୍ଷା ସହ ଗୁରୁତର ଅବସ୍ଥାରେ ଥିବା ଆକ୍ରାନ୍ତଙ୍କ ସି-ଡ଼ି-୪ ଜରିଆରେ ରୋଗ ପ୍ରତିରୋଧକ ଶକ୍ତି ର ମାନ ପରୀକ୍ଷା କରିବା ନିୟମ ରହିଛି। ଏହି ବଲାଙ୍ଗୀର ଜିଲ୍ଲାରେ ନୂତନ ଏଚ ଆଇ ବି ଆକ୍ରାନ୍ତ ଚିହ୍ନଟ ହୋଇ ଥିବା ଓ ଅତି ଗୁରୁତର ଅବସ୍ଥାରେ ଏହି ଆକ୍ରାନ୍ତ ଦୁର୍ଦ୍ଦଶା ରେ ଦିନ କାଟି, କାଟି ମୃତ୍ୟୁ ର ଶିକାର ହେଉଥିବା ଅଭିଯୋଗ ବାରମ୍ବାର ହୋଇଚାଲିଛି। କେତେକ ନିର୍ଦ୍ଦିଷ୍ଟ ଘରୋଇ ସଂସ୍ଥା ଗୁଡିକ ନୂତନ ସଂକ୍ରମିତ ଙ୍କୁ ସଚେତନ କରିବା ସହ କିପରି ସେମାନେ ଔଷଧ ସେବନ କରି ସାଧାରଣ ଜୀବନ ଯାପନ କରିପାରିବେ ତଥା ସଂକ୍ରମିତ ନ ହେବା ନିମନ୍ତେ ଉକ୍ତ ଗୋଷ୍ଠୀ ର ଲୋକଙ୍କୁ ସଚେତନ କରିବା ପାଇଁ ଜିଲ୍ଲା ରେ କାର୍ଯ୍ୟରତ ଅଛନ୍ତି। ବିଶେଷ କରି ସମଲିଙ୍ଗୀ ଯୌନ ସଂକ୍ରମଣ, ରଖୁଥିବା କିନ୍ନର, ମହିଳା ଯୌନକର୍ମୀ, ଇଂଜେକସନ ଦ୍ୱାରା ନିଶା ରେ ଅଭ୍ୟସ୍ତ ଙ୍କୁ କିପରି ସଂକ୍ରମଣ ରୁ ରକ୍ଷା କରାଯାଇ ପାରିବ ଉକ୍ତ କାର୍ଯ୍ୟକ୍ରମ କେବଳ କାଗଜ, କଲମ ରେ ସୀମିତ କରି ବର୍ଷ, ବର୍ଷ ଧରି ମୋଟା ଅଙ୍କର ଅର୍ଥ ହଡପ କରିଚାଲିଥିବା ଅଭିଯୋଗ ହୋଇଛି। ଏପରି କି ଟ୍ରେନ, ବସ ରେ ପାସ ବ୍ୟବସ୍ଥା ଆକ୍ରାନ୍ତ ଙ୍କୁ ମାସିକ ଭତ୍ତା, ତାଙ୍କୁ ଅନ୍ତଦୋୟ ଅନ୍ନଯୋଜନା ପରି ଯୋଜନା ରେ ସାମିଲ କରିବା ପରି ଗୁରୁ ଦାଇତ୍ଵ ମାନ ରହିଥିବା ଥିବା ବେଳେ ଖୋଲା, ଖୋଲି ଭାବେ କେବଳ ଅର୍ଥ ତୋସାର ପାତ କରି ଚାଲିଥିବା ବଲାଙ୍ଗୀର ଜିଲ୍ଲା ଜନସେବା ସି ବି ଓ ସଭାପତି ଶ୍ରୀ ଲମ୍ବୁଧର ଛତ୍ରୀଆ ଅଭିଯୋଗ କରିଛନ୍ତି। ଜିଲ୍ଲାର ପଟଣାଗଡ଼, ବେଲପଡା, କଣ୍ଟାବାଞ୍ଜି, ଟିଟିଲାଗଡ଼, ସିନ୍ଧେକେଲା, ବଙ୍ଗୋମୁଣ୍ଡା, ସଇଁତଲା, ତୁରେକେଲା, ଆଦି ଦାଦନ ପ୍ରବଣ ଅଞ୍ଚଳରେ ସରକାରୀ ଭାବେ ସମସ୍ତ କାର୍ଯ୍ୟ କେବଳ କାଗଜପତ୍ର ରେ କରାଯାଇ ବ୍ୟାପକ ଅର୍ଥ ତୋଷାର ପାତ କରାଯାଉଥିବା ବେଳେ ଏ ନେଇ ତୁରନ୍ତ ଉଚ୍ଚସ୍ତରୀୟ ତଦନ୍ତ କରିବା ନିମନ୍ତେ ଜନସେବା ସି ବି ଓ ସଭାପତି ଦାବି କରିଛନ୍ତି। ସେହିପରି ଜିଲ୍ଲା ର ଆକ୍ରାନ୍ତ ଏ ଆର ଟି ଔଷଧ କିପରି ପ୍ରତି ମାସରେ ପାଇ ପାରିବେ ଓ ଡାକ୍ତରୀ ମୋବାଇଲ ଟିମ ବା ଦଳ ଦ୍ଵାରା ସ୍ୱାସ୍ଥ୍ୟ ପରୀକ୍ଷା, ସି ଡି-୪ ପରୀକ୍ଷା କରାଯିବା ନିୟମ ଅନୁଯାୟୀ ଯଥାଶୀଘ୍ର କରା ନ ଗଲେ ଅନେକ ଆକ୍ରାନ୍ତ ଶୋଚନୀୟ ମୃତ୍ୟୁ ର ଶିକାର ହେବା ସାର ହେବ। ସେହିପରି ବିଗତ ଦିନରେ ଓ ଏହି କୋଭିଡ ସମୟରେ ଜିଲ୍ଲା ରେ କଣ ସବୁ ଏହି ବିଭାଗରେ କାର୍ଯ୍ୟକ୍ରମ ମାନ ହୋଇଛି ସେ ନେଇ ଭିଜିଲାନ୍ସ ତଦନ୍ତ କରାଯିବା ପାଇଁ ଜିଲ୍ଲା ରକ୍ତଦାତା ସଙ୍ଘ ଉପଦେଷ୍ଟା ଶ୍ରୀ କାନ୍ତ କୁମାର ସାହୁ ଦୃଢ କାର୍ଯ୍ୟାନୁଷ୍ଠାନ ନିମନ୍ତେ ବିଭିନ୍ନ ଉଚ୍ଚ ପଦାଧିକାରୀ ଙ୍କ ନିକଟ କୁ ଦାବି ପତ୍ର ପ୍ରେରଣ କରିଥିବା ଜଣାଇଛନ୍ତି।