Odiapua.com

କୋଭିଡ ନିୟମ ପାଳନ କରି ୧୦ମ ଓ ଯୁକ୍ତଦୁଇ ଶ୍ରେଣୀରେ ପାଠ ପଢାଆରମ୍ଭ

ମାଲକାନଗିରି ,୨୬ା୭(ଓଡିଆ ପୁଅ ) ଆଜି ଠାରୁ ଜିଲ୍ଲାର ୧୨୪ଟି ହାଇସ୍କୁଲରେ ୧୦ମ ଓ ମହାବିଦ୍ୟାଳୟ ଗୁଡିକରେ ଯୁକ୍ତଦୁଇ ଶ୍ରେଣୀରେ କୋଭିଡ କଟକଣା ମଧ୍ୟରେ ପାଠପଢା ଆରମ୍ଭ ହୋଇଯାଇଛି ।ବିଶେଷ କରି ଜିଲ୍ଲାସଦର ମହକୁମାସ୍ଥ ସରକାରି ଉଚ୍ଚବାଳିକା ବିଦ୍ୟାଳୟକୁ ଆଜି ସକାଳ୧୦ଟାରେ ଛାତ୍ରୀ ଛାତ୍ର ମାନେ ସାମାଜିକ ଦୁରତା ଅବଲମ୍ବନ କରି ଗୋଲେଇ ଚିହ୍ନମଧ୍ୟରେ ଆସିଥିଲେ,ବିଦ୍ୟାଳୟକୁ ପ୍ରବେଶ କରିବା ପୂବ ର୍ରୁ ଥର୍ମାଲ ସ୍କ୍ରିନିଂ କରାଯାଇ ଥିଲା, ସମସ୍ତ ଛାତ୍ରୀ ଛାତ୍ରମାନେ ମାସ୍କ ପିନ୍ଧି ସାନିଟାଇଜ ହୋଇ ବିଦ୍ୟାଳୟକୁ ପ୍ରବେଶ କରିଥିଲେ । କୋଭିଡ ନିୟମ ପାଳନ କରି ଶିକ୍ଷୟତ୍ରୀ ଓ ଶିକ୍ଷକମାନେ ଶିକ୍ଷାଦାନ କରିଥିଲେ । ଏହି ବିଦ୍ୟାଳୟର ୧୦ମ ଶ୍ରେଣୀରେ ମୋଟ ଛାତ୍ରୀ ଓ ଛାତ୍ର ସଂଖ୍ୟା ୨୨୬ଜଣ ଥିବା ବେଳେ ଆଜି ପ୍ରଥମଦିବସରେ୧୫୦ଜଣ ଉପସ୍ଥିତ ଥିଲେ । ସେମାନଙ୍କୁ ୫ଟି ସେକ୍ସସନ ରେ କୋଭିଡ ଗାଇଡ ଲାଇନ ଅନୁସାରେ ପାଠପଢା ଯାଇଥିଲା । ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟକୁ ଯିବା ପୁବ ର୍ରୁ ବିଦ୍ୟାଳୟ ଶ୍ରେଣୀ କୋଠରି ଗୁଡିକୁ ସାନିଟାଇଜ କରାଯାଇଥିଲା ।