ମାଲକାନଗିର.୨୦ା୪ (ଓଡିଆ ପୁଅ) କରୋନା ମହାମାରିର ସଂକ୍ରମଣରୁ କିପରି ସୁରକ୍ଷିତ ରହିବେ ଓ କୋଭିଡ ନିୟମପାଳନ ନେଇ ଡିଆରଡିଏ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଡଃ ୟେଦୁଲା ବୀଜୟ ଙ୍କ ଅଧ୍ୟକ୍ଷତାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଟିତ ହୋଇଯାଇଛି । କରୋନା ସଂକ୍ରମଣ ଧିରେ ଧିରେ ବୃଦ୍ଧିପାଉଥିବାରୁ ସୀମାନ୍ତ ଆନ୍ଦ୍ରପ୍ରଦେଶ, ତେଲାଙ୍ଗାନ, ଛତିଶଗରାଜ୍ୟ ସୀମାକୁ ସିଲ କରାଯାଇ ୪ଟି ରାଜ୍ୟ ସୀମାନ୍ତ ମୋଟୁ କାଲେରୁ ବ୍ରିଜ, ମୋଟୁ ସିଲେରୁ ନଦୀଘାଟ,ପଡିଆ ବ୍ଲକର କମାରଗୁଡା ସାବେରୀ ନଦୀ ଘାଟ ଧରନାପାଲ,ଖଇରପୁଟ ବ୍ଲକସ୍ଥ ଗୋବିନ୍ଦପାଲି ଠାରେ ସୀମାନ୍ତ ଚେକପୋଷ୍ଟ ପ୍ରତିଷ୍ଟା କରାଯାଇ ସେଠାରେ ୨୪ଘଟିଂଆ ପୁଲିସ ପ୍ରହରା ଦେଉଛନ୍ତି । କେନ୍ଦୁପତ୍ର ସଂଗ୍ରହ ପାଇଁ ଛତିଶଗଡ, ମହାରାଷ୍ଟ୍ର ସହ ବାହାର ରାଜ୍ୟରୁ ୬୦୦ କୋନ୍ଦୁପତ୍ର ତୋଳାଳି ଶ୍ରମିକ ଓ ୨୩ଜଣ ବ୍ୟବସାୟୀ ଜିଲ୍ଲାରେ ପହଁଚିଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଲେଖା ବ୍ୟବସାୟୀ ଙ୍କୁ ଜିଲ୍ଲାରେ ରଖା ଯାଇ ୬୦୦ଜଣ ଶ୍ରମିକଙ୍କୁ ସେମାନଙ୍କ ରାଜ୍ୟାକୁ ଫେରାଇ ଦେବାର ବ୍ୟବସ୍ଥା ହୋଇଛି । ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାରେ ପ୍ରତିଦିନ ୬୦୦ଲେଖା ଆଟିଂଜେନ ଓ ଆରଟିପିସିଆର କୋଭିଡ ପରୀକ୍ଷା କରାଯାଉଛି , ଇତି ମଧ୍ୟରେ ଜିଲ୍ଲାରେ ୧ଲକ୍ଷ ୮୯ହଜାର୭୪୨ ଜଣଙ୍କର କୋଭିଡ ପରୀକ୍ଷା କରାଯାଇଛି ,୧ଲକ୍ଷ ୮୨ହଜାର ୬୪୯ଜଣଙ୍କର ନେଗେଟିଭି ରିପୋର୍ଟ ଆସିଥିବା ବେଳେ ୫୨୮୮ଜଣଙ୍କର ପଜିଟିଭ ଚିହ୍ନଟ ହୋଇଛି । ଆଜି ସୁଦ୍ଧା ୫୨୮୮ଜଣ ପଜିଟିଭ ଚିହ୍ନଟଙ୍କ ମଧ୍ୟରୁ ୫୨୩୩ଜଣ ସୁସ୍ଥ ହୋଇଛନ୍ତି,୩୦ଜଣ ପଜିଟିଭ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୨୨ଜଣ ହୋମ ଆୟୁସୁଲେସନ ରେ ରହିଥିବା ବେଳେ ୮ଜଣ ଜିଲ୍ଲାକୋଭିଡ ହସପିଟାଲରେ ଚିକିତ୍ସାଧିନ ଅଛନ୍ତି । ବାହାର ରାଜ୍ୟ ରୁ ଆସୁଥିବା ବ୍ୟକ୍ତିମାନଙ୍କର ୭୨ଘଟାଂମଧ୍ୟରେ କୋଭିଡ ନେଗେଟିଭ ରିପୋର୍ଟ କିମ୍ବା କୋଭିଡ ଟିକାର ଦ୍ୱିତୀୟ ଡୋଜ ଟିକାନେବାର ସାର୍ଟିଫେକଟ ଦେଖାଯାଇ ସୋମାନଙ୍କୁ ଜିଲ୍ଲାଭିତରକୁ ପ୍ରବେଶ ନିମନ୍ତେ ଅନୁମତି ଦିଆଯାଉଛି । ଯାହାର ଜ୍ୱର କିମ୍ବା କିଛି ଲକ୍ଷଣ ଦେଖାଯାଉଛି ସେବ୍ୟକ୍ତି ମାନଙ୍କୁ ଗୃହସଂଘରୋଧ, ନିକଟସ୍ଥ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର(ଟିଏମସି) କିମ୍ବା ସିଏଲଟିଏମସି ରେ ରଖିବା ନିମନ୍ତେ ସମସ୍ଥ ପ୍ରକାର ବ୍ୟବସ୍ଥା କରାଯାଇଛି । ଏହି ବ୍ୟକ୍ତି ମାନଙ୍କ ସ୍ୱାସ୍ଥ୍ୟସେବା ପାଇଁ ସ୍ୱତନ୍ତ୍ର ଭାବେ ଦୁଇଜଣ ଡାକ୍ତରଙ୍କୁ ନିଯୁକ୍ତି ଦିଆ ଯାଇଛି । କରୋନା ସଂକ୍ରମଣରୁ ସୁରକ୍ଷିତ ରହିବା ପାଇଁ ସପ୍ତାହାନ୍ତ ସଟ୍ଡାଉନ୍ ସହ ନାଇଟକର୍ଫ୍ୟୁ ଜାରି କରାଯାଇଛି । କୋଭିଡ ନିୟମ ମାନିବା ସହିତ ଜିଲ୍ଲାବାସୀ କିପରି କରୋନା ସଂକ୍ରମଣରୁ ସୁରକ୍ଷିତ ରହିପାରିବେ ସେନେଇ ଜିଲ୍ଲାପ୍ରଶାସନ ପକ୍ଷରୁ ଜିଲ୍ଲା ଓ ବ୍ଲକସ୍ତରୀୟ ଅଧିକାରୀ ମାନଙ୍କୁ ନେଇ ଟାସ୍କଫୋର୍ସ ଗଠନ କରାଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କୋଭିଡ ପାଇଁ ୨୪ଘଟିଂଆ କଂଟ୍ରୋଲ ରୁମ ଖୋଲାଯାଇଛି । କୋଭିଡ ନିୟମକୁ କଡା କଡି କରି ମାସ୍କ ପରିଧାନ, ସମାଜିକ ଦୂରତା ଅବଲମ୍ବନ,କୌଣସି ସ୍ଥାନରେ ଭିଡ ନକରିବା ପାଇଁ ଜିଲ୍ଲାପାଳ ଗଣମାଧ୍ୟମକୁ ସୁଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟାନ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ,ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ, ଜିଲ୍ଲାମୁଖ୍ୟସ୍ୱାସ୍ଥ୍ୟ ଅଧିକାରୀ ଡ.ପ୍ରଫୁଲକୁମାର ନନ୍ଦ,ପିଡି ଡିଆରଡିଏ ବାଳମୁକୁନ୍ଦ ଭୂୟାଁ,ତହଲିଦାର ଡଃ ଗୁଣନିଧି ନାୟକ,ଡିଆରଡିଏ ଏପିଡି ମାନସ କୁମାର ମିଶ୍ର,ଜିଲ୍ଲାସୁଚନା ଲୋକସଂପର୍କ ଅଧିକାରୀ ସ୍ନିଗ୍ଧା ରାଣୀ ଚୌଧୂରୀ ଓ ସ୍ୱାସ୍ଥ୍ୟ ବିଭାଗ ସହିତ ଅନ୍ୟାନ ଅଧିକାରୀ ମାନେ ଉପସ୍ଥିତ କରିଥିଲେ । କରୋନା ମହାମାରି ସମୟରେ ଜିଲ୍ଲାର ସମସ୍ତ ଜନସାଧରଣ,ଗଣମାଧ୍ୟମ କୋଭିଡ ନିୟମ ପାଳନ କରି ଜିଲ୍ଲାପ୍ରଶାସନକୁ ସହଯୋଗ କରନ୍ତୁ ବୋଲି ଜିଲ୍ଲାପାଳ ଡଃ ୟେଦୁଲା ସାମ୍ବିଦିକ ସମ୍ମଳନୀ କହିଛନ୍ତି ।