Odiapua.com

କୋଭିଡ ନିୟମ ଉଲ୍ଲଙ୍ଘନ ଯୋଗୁଁ ଟାଉନ ପୋଲିସ ପକ୍ଷରୁ ୨୦ହଜାର ଜୋରିମାନା ଆଦାୟ

କେନ୍ଦ୍ରାପଡ଼ା, ୨୦ା୫ (ଓଡିଆ ପୁଅ/ଚିତ୍ତରଞ୍ଜନ ଦାସ):କୋଭିଡ ନିୟମ ଉଲ୍ଲଙ୍ଘନକାରୀଙ୍କ ଠାରୁ କେନ୍ଦ୍ରାପଡା ଟାଉନ ଥାନା ପୋଲିସ ଗତ ୩ଦିନ ମଧ୍ୟରେ ପ୍ରାୟ ୨୦ ହଜାର ଟଙ୍କା ଜୋରିମାନା ଆଦାୟ କରିଥିବା ସୂଚନା ମିଳିଛି। ଟାଉନ ଥାନା ସବଇନସପେକ୍ଟର ଅନ୍ତର୍ଯ୍ୟାମୀ ବିଶ୍ୱାଳ, ସବଇନସପେକ୍ଟର ସୈାମ୍ୟରଞ୍ଜନ ଜାଲି ପ୍ରମୁଖ ସହରର ବିଭିନ୍ନ ସ୍ଥାନରେ ଚେକିଂ କରିବା ସହ ବିନା ମାସ୍କ ପରିଧାନ, ବିନା ସାମାଜିକ ଦୂରତା ରକ୍ଷା ପ୍ରଭୃତି କାରଣରୁ ବାଇକ ଚାଳକ, ପଥଚାରୀ ଓ ବିଭିନ୍ନ ଦୋକାନୀମାନଙ୍କ ଠାରୁ ଏହି ଜୋରିମାନା ଆଦାୟ କରିଥିବା ଟାଉନ ଥାନାର ଭାରପ୍ରାପ୍ତ ଇନସପେକ୍ଟର ଜ୍ୟୋତିରଞ୍ଜନ ସାମନ୍ତରାୟଙ୍କ ଠାରୁ ସୂଚନା ମିଳିଛି।