Odiapua.com

କୋଭିଡ ନିୟମ ଉଲ୍ଲଘଂନ ଯୋଗୁ ଦୁଇଟି ଦୋକାନ ସିଲ୍ କଲା ପୋଲିସ

କେନ୍ଦ୍ରାପଡ଼ା, ୧ା୬(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଟାଉନଥାନା ପୋଲିସ ପକ୍ଷରୁ ଚଢାଉ କରାଯାଇ କୋଭିଡ-୧୯ ନିୟମ ଉଲ୍ଲଘଂନ କରିଥିବା ଯୋଗୁ ସହରର ଦୁଇଟି ବ୍ୟବସାୟୀକ ପ୍ରତିଷ୍ଠାନକୁ ସିଲ୍ କରାଯିବା ସହିତ ଉଭୟ ପ୍ରତିଷ୍ଠାନର ମାଲିକଙ୍କୁ ଗିରଫ କରାଯାଇଛି। ଟାଉନଥାନା ଅନ୍ତର୍ଗତ ବଡହାଟର ମୟୁରୀ ଶାଢୀ ସେଣ୍ଟର ଓ ସହେଲୀ ଫେସନ ନାମକ ଦୁଇଟି ଦୋକାନ କୋଭିଡ-୧୯ ନିୟମକୁ ଉଲ୍ଲଘଂନ କରି କରୋନା ଲକ୍ଡାଉନ ସମୟରେ ଦୋକାନ ଖୋଲି ବ୍ୟବସାୟ କରୁଥିବା ଯୋଗୁ ଟାଉନଥାନା ସବଇନସପେକ୍ଟର ଅନ୍ତର୍ଯ୍ୟାମୀ ବିଶ୍ୱାଳ ଉଭୟ ଦୋକାନକୁ ସିଲ୍ କରିଦେବା ସହିତ ଉଭୟ ଦୋକାନର ମାଲିକଙ୍କୁ ଗିରଫ କରିନେଇଥିବା ଟାନଥାନାର ଭାରପ୍ରାପ୍ତ ଇନସପେକ୍ଟର ଜ୍ୟୋତିରଞ୍ଜନ ସାମନ୍ତରାୟଙ୍କ ଠାରୁ ସୂଚନା ମିଳିଛି। ଏଥି ସହିତ କୋଭିଡ ନିୟମ ଉଲ୍ଲଘଂନ କରି ମାସ୍କ ପିନ୍ଧି ନଥିବା ଓ ଲକ୍ ଡାଉନ ଏବଂ ସଟ୍ଡାଉନ ସମୟରେ ବିନା ଆବଶ୍ୟକତାରେ ମାସ୍କ ନପିନ୍ଧି ରାସ୍ତାରେ ବୁଲୁଥିବା ଅମାନିଆଙ୍କ ଠାରୁ ୧୫ହଜାର ଟଙ୍କା ଜୋରିମାନା ଟାଉନଥାନା ପୋଲିସ ଆଦାୟ କରିଥିବା ସୂଚନା ମିଳିଛି।