Odiapua.com

କୋଭିଡ ନିୟମ ଉଲଙ୍ଘନକାରୀଙ୍କୁ ବିରୋଧ କରିବାରୁ ନାଏବ ସରପଞ୍ଚଙ୍କୁ ମରଣାନ୍ତକ ଆକ୍ରମଣ, ପଣ୍ଡାପଡା ଥାନାରେ ଲିଖିତ ଅଭିଯୋଗ

ହରିଚନ୍ଦନପୁର,ତା ୨୭ ଅଗଷ୍ଟ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କରେନା ମହାମାରୀ ବିଶ୍ବରେ ନିଜର କାୟା ବିସ୍ତାର କରିଥିବା ବେଳେ ସେଥିରୁ ଆମ ଦେଶ ବାଦ ପଡ଼ିନାହିଁ । ଏଥିରୁ ଜନସାଧାରଣଙ୍କୁ ସୁରକ୍ଷିତ ରଖିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ସହ ବିଭିନ୍ନ କଟକଣା ଲାଗୁ କରିଛନ୍ତି । ସେହି କଟକଣାର ଉଲଙ୍ଘନକାରୀଙ୍କୁ ବିରୋଧ କରିବାରୁ ନାଏବ ସରପଞ୍ଚଙ୍କୁ ପନିକିରେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏମିତି ଏକ ନିନ୍ଦନୀୟ ଘଟଣା କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ପଣ୍ଡାପଡା ଥାନା ଅଧିନସ୍ଥ ତଅଁଳାହତା ଗାଁରେ ଦେଖିବାକୁ ମିଳିଛି । ଗ୍ରାମର କିଛି ମହିଳା ଓ ପୁରୁଷ ମିଳିତ ହୋଇ ଅନେକ ଦିନରୁ ସରକାରଙ୍କ କୋଭିଡ୍ ନିୟମକୁ ଭଙ୍ଗ କରୁଥିବା ଦେଖି ହୁଣ୍ଡା ପଞ୍ଚାୟତର ନାଏବ୍ ସରପଞ୍ଚ ବିପିନ୍ ବେହେରା ଏହାକୁ ବିରୋଧ କରିଥିଲେ । ହେଲେ ତାଙ୍କ କଥାକୁ ବେଖାତିର କରି ବାରମ୍ବାର ନିୟମ ଭଙ୍ଗ କରୁଥିଲେ, ଏହାକୁ ବିରୋଧ କରିବାକୁ ନେଇ ନାଏବ ସରପଞ୍ଚଙ୍କୁ ବିଭିନ୍ନ ଧମକ୍ ଦେଉଥିବା ଅଭିଯୋଗ କରିଛନ୍ତି । ଏଥିସହ ନାଏବ ସରପଞ୍ଚ ପଞ୍ଚାୟତ କାମ ସାରି ଘରକୁ ଫେରୁଥିବା ସମୟରେ ତାଙ୍କୁ ଅଧାରାସ୍ତାରେ ତଅଁଲାହତା ଗ୍ରାମର ରାଜ ଘଣା ସମେତ ୩ଜଣ ମହିଳା ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ପନିକିରେ ମରଣାନ୍ତକ ଆକ୍ରମଣ କରିଥିଲେ । ଫଳରେ ତାଙ୍କର ମୁଣ୍ଡ, ପିଠି ଏବଂ ବାମ ହାତରେ ଗଭିର କ୍ଷତ ହୋଇଥିବା ଦେଖିବାକୁମିଳିଛି । ଏହାକୁ ନେଇ ନାଏବ୍ ସରପଞ୍ଚ ପଣ୍ଡପଡା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପଣ୍ଡପଡା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିବା ସହ ରାଜ ଘଣା ଓ ଜଣେ ମହିଳାଙ୍କୁ ଥାନାରେ ଅଟକ ରଖିଥିଲେ । ପରେ ରାଜ ଘଣାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ମହିଳାଙ୍କୁ ଛାଡ଼ି ଦେଇଥିବା ଜଣାପଡିଛି ‌। ପୋଲିସ ଏହି ଘଟଣାର ସଠିକ୍ ତଦନ୍ତ କରି କେବେ ଅନ୍ୟ ଅଭିଯୁକ୍ତ ମହିଳାଙ୍କ ଉପରେ ଉଚିତ କାର୍ଯ୍ୟାନୁଷ୍ଠାନ ନେବାକୁ ନାଏବ ସରପଞ୍ଚ ଦାବି କରିଛନ୍ତି ।