Odiapua.com

କୋଭିଡ ଟୀକାକରଣର ବର୍ଷ ପୂରଣରେ ପୁରୀ ବେଳାଭୂମିରେ ବାଲୁକା କଳା

ପୁରୀ, ୧୮-୦୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) କୋଭିଡ ଟୀକା ପ୍ରଦାନରେ ଭାରତ ୧୬ ତାରିଖ ଦିନ ଏକ ବର୍ଷ ପୂରଣ କରିଛି।ସେହିପରି ଭାରତରେ ଚାଲିଥିବା କୋଭିଡ ଟୀକାକରଣ ବିଶ୍ୱରେ ସର୍ବ ବୃହତ ଟିକାଦାନ ଅଭିଯାନ ଭାବେ ପରିଗଣିତ ହେଉଛି। କୋଭିଡ ଟିକା ପ୍ରଦାନ ରେ ଭାରତ ଏକ ବର୍ଷ ପୂରଣ କରିବା ଅଵସରରେ ଶୁଭେଚ୍ଛା ଜଣାଇଛନ୍ତି ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ।

ପୁରୀ ବେଳାଭୂମିରେ ଏ ନେଇ ସେ ଏକ ସୁନ୍ଦର ବାଲୁକା ଚିତ୍ରକଳା ଗଢିଥିବା ବେଳେ କୋଭିଡ ଟୀକାକରଣ ରେ ସାମିଲ ଥିବା ଟିମ ମେମ୍ବର୍ ଙ୍କୁ ସୁଦର୍ଶନ ନିଜ ସ୍ୟାଣ୍ଡ ଆର୍ଟ ମାଧ୍ୟମ ରେ ଶୁଭେଚ୍ଛା ଜଣାଇଛନ୍ତି। ସେହିପରି କୋଭିଡ ସ୍ଥିତି ସମୟ ରେ ସରକାର ଙ୍କ ଗାଇଡ଼ ଲାଇନ ପ୍ରତେକ ନାଗରିକ, ବ୍ୟକ୍ତି ପାଳନ କରିବା ପାଇଁ ସୁଦର୍ଶନ ଅପିଲ କରିଛନ୍ତି।