Odiapua.com

କୋଭିଡ ଟିକାକରଣ ନିମନ୍ତେ ଡ୍ରାଏରନ୍ ଅନୁଷ୍ଠିତ

ପୁରୀ- ୮.୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – କୋଭିଡ-୧୯ ଟିକାକରଣ କାର୍ଯ୍ୟକ୍ରମର ଡ୍ରାଏରନ ( ପୂର୍ବାଭାସ) ବଳିଆପଣ୍ତାସ୍ଥିତ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ଦୋଳକୋଣ ଠାରେ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ପୂର୍ବାଭାସ ନିମନ୍ତେ ଭିତ୍ତିଭୂମି ପ୍ରସ୍ତୁତିର ଯାଞ୍ଚ କରିବା ସହ ଉପଲବ୍ଧ ବ୍ୟବସ୍ଥା ସଂପର୍କରେ ପଚାରି ବୁଝିଛନ୍ତି। ପ୍ରକୃତ ଟିକାକରଣ ବେଳେ ଆବଶ୍ୟକୀୟ ବ୍ୟବସ୍ଥା ଓ ପ୍ରକ୍ରିୟା ସହ ସୁପରିଚିତ କରିବା ପାଇଁ ଏଭଳି ଡ୍ରାଏରନ କରାଯାଉଛି। ଆଜିର ଏହି ପୂର୍ବାଭାସରେ ୨୫ ଜଣ କୋଭିଡ ଯୋଦ୍ଧା ସାମିଲ ଥିଲେ। ଏଥିରେ ଡାକ୍ତର, ଫାର୍ମାସିଷ୍ଟ, ପାରାମେଡିକ୍ସ, ଆଶା, ଅଙ୍ଗନୱାଡି ଓ ସ୍ବାସ୍ଥ୍ୟକର୍ମୀ ପ୍ରମୁଖ ସାମିଲ ଥିଲେ। ଏଥିସହ ଗୋପସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମଧ୍ୟ ପୂର୍ବାଭାସ ଅନୁଷ୍ଠିତ ହୋଇଛି। ଏଥିରେ ମଧ୍ୟ ୨୫ ଜଣ କୋଭିଡ ଯୋଦ୍ଧା ସାମିଲ ଥିଲେ। କୋଭିଡ ଟୀକା ଉପଲବ୍ଧ ହେଲେ ଜିଲ୍ଲରେ ପ୍ରାଥମିକ ଭାବେ ଦଶ ହଜାର ୭୮୭ ଜଣଙ୍କୁ ଟୀକା ପ୍ରଦାନ କରାଯିବ। ସେଥିମଧ୍ୟରୁ ୫୧୪୯ ଜଣ ଅଙ୍ଗନୱାଡି କର୍ମୀ, ୧୫୩୫ ଆଶା, ୧୯୬ ଜଣ ଡାକ୍ତର, ୩୬୧୧ ପାରାମେଡିକ କର୍ମଚାରୀ ଏବଂ ବେସରକାରୀ ଡାକ୍ତରଖାନାର ୨୯୬ ଜଣ ସାମିଲ ରହିବେ। ପ୍ରଥମ ଟୀକା ପ୍ରଦାନର ୨୭ ଦିନ ପରେ ଦ୍ବିତୀୟ ଟୀକା ଦିଆଯିବ। ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ସୁଜାତା ମିଶ୍ର, ଡଃ ସୁନିଲ ତରେଇ, ଡଃ ଜିତେନ୍ଦ୍ର ମହାନ୍ତି, ଡିପିଏମ୍ ଟି. ନାରାୟଣ ରାଓ, ଏପିଏମ୍ ଶ୍ରୀ ସନ୍ତୋଷ ମିଶ୍ର, ଡିଡିଏମ୍ ଶ୍ରୀ ସୁଦାମ ଚରଣ ମହାରଣା, ଶ୍ରୀ ପ୍ରତୀକ ଶ୍ରୀଚନ୍ଦନ ପ୍ରମୁଖ ଉପସ୍ଥିତ ଥିଲେ।