Odiapua.com

କୋଭିଡ କଟକଣା ମଧ୍ୟରେ ଭକ୍ତଶୂନ୍ୟରେ ଶ୍ରୀଜିଉ ଙ୍କ ହେରାପଚଂମି ପାଳିତ

ମାଲକାନଗିରି,୧୬ା୭ (ଓଡିଆ ପୁଅ) ସମଗ୍ର ବିଶ୍ୱରେ କରୋନା ମହାମାରି ବ୍ୟାପିଥିବାରୁ ମାଲକାନଗିରି ଜଗନ୍ନାଥ ମନ୍ଦିରରେ ସବ ର୍ସାଧରଣରେ ହେରାପଚଂମିୀ ଉତ୍ସବ ପାଳନ କରା ନ ଯାଇ କୋଭିଡ ନିୟମ ପାଳନ କରି କେବଳ ମନ୍ଦିର ବେଢାରେ ଅସ୍ଥାୟୀ ମାଉସୀ ମା ଙ୍କ ଆଡପ ମଣ୍ଡପରେ ଚତୁର୍ଧାମୂର୍ତିଙ୍କ ପୂଜାବିଧି ହୋଇଛି । ଅସ୍ଥାୟୀ ଆଡପମଣ୍ଡପରେ ରାଜପୌରହିତ ପଣ୍ଡିତ ବିନାୟକ ସତପଥୀ,ମନ୍ଦିରର ବଡପଣ୍ଡା ମୁଖ୍ୟପୂଜାରି ସନ୍ତୋଷକୁମାର ନନ୍ଦ, କାହ୍ନୁନନ୍ଦ ଚତୁର୍ଦ୍ଦାମୂର୍ତିଙ୍କ ସକାଳ ସ୍ନାନ,ନିତି ରିତି, ଆଳତି ସାରିବାପରେ ଆଜି ରାତ୍ର ରେ ଶ୍ରୀଜୀଉ ଙ୍କର ହେରାପଚଂମୀ ଉତ୍ସବ ନିରାଡମ୍ବର ସହକାରେ ପାଳନ କରିଛନ୍ତି । ବିଧିମୁତାବକ ମହାଲକ୍ଷ୍‌ମି କୁନି ରଥକୁ ଭାଙ୍ଗି ସାରିବା ପରେ ଚତୁର୍ଧାମୂର୍ତିଙ୍କ ପୂଜାବିଧି କରାଯାଇଥିଲା । ଠିକ ସେହିପରି କାଲିମେଳା,ମୋଟୁ,ପଡିଆ, ବାଲିମେଳା, ଗୋବିନ୍ଦପାଲି,ମାଥିଲି ବିଭିନ୍ନ ସ୍ଥାନରେ ମଧ୍ୟ ଶ୍ରୀଜୀଉ ଙ୍କ ହେରାପଚଂମି ହୋଇ ଯାଇଛି । ଜଗନ୍ନାଥ ମନ୍ଦିରରେ ପାଶ୍ୱର୍ ଦେବାଦେବିଙ୍କ ପୁଜାଅର୍ଚନା ଆଳତୀପରେ ଶ୍ରୀ ମହାଲକ୍ଷମୀ ଙ୍କୁ ଶ୍ରୀମନ୍ଦିରରୁ ଶ୍ରୀଗୁଣ୍ଡିଚାମନ୍ଦୀର ଆଡପମଣ୍ଡପରେ ଥିବା ଜଗନ୍ନାଥଙ୍କୁ ଦର୍ଶନ କାରଇବାପାଇଁ ଅଣା ଯାଇଥିଲା । ଅସ୍ଥାୟୀ ମାଉସୀ ମା ଘରେ ପହଁଚି ଜଗନ୍ନାଥଙ୍କୁ ମା ଲକ୍ଷମ୍‌ି ଦର୍ଶନକରି ରୋଷ ପ୍ରକାଶ କରିଥିଲେ । ଜଗନ୍ନାଥ ଙ୍କ ବଡପଣ୍ଡା ଓ ମା ଲକ୍ଷମ୍‌ିଙ୍କ ପଣ୍ଡାଙ୍କ ମଧ୍ୟରେ ଶ୍ରୀଜଗନ୍ନାଥ ଓ ଲକ୍ଷମ୍ମୀଠାକୁରାଣୀ ଙ୍କ ଗୁଣଗାନ ସହିତ କଥାକଟା କଟି ପ୍ରତିଯୋଗୀତା ହୋଇଥିଲା ।ଶ୍ରୀଜଗନ୍ନାଥଙ୍କୁ ଲକ୍ଷମ୍‌ୀ ଠାକୁରାଣୀ ଙ୍କ ଦର୍ଶନ ସମୟରେ ଦେଢଶୁର ବଳଭଦ୍ରଙ୍କ ମୁଖକୁ ଘୋଡାଇ ଦିଆଯାଇଥିଲା ।ରଥର କିଛି ଅଶଂକୁ ଭାଙ୍ଗିଦେଇ ମା ଲକ୍ଷ୍‌ମୀ ବଡଦେଉଳକୁ ପ୍ରତ୍ୟାବର୍ତନ କରିଥିଲେ । ପୁରି ଶ୍ରୀମନ୍ଦିର ରିତିନିତି ଅନୁସାରେ ସମସ୍ଥପ୍ରକାର ପ୍ରଥା ଚଳିଆସୁଥିବା ବେଳେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାସଦର ମହକୁମା ଠାରେ ଥିବା ଶ୍ରୀଜଗନ୍ନାଥ ଙ୍କ ମନ୍ଦିରରେ ଭିନ୍ନପରମ୍ପରା କେଉଁ ଆବାହନକାଳରୁ ପ୍ରଚଳିତ ହୋଇଆସୁଛି । ହେରାପଚଂମିରେ ଲକ୍ଷମ୍‌ି ଠାକୁରାଣୀ ମାଉସୀ ମା ମନ୍ଦିର ପ୍ରବେଶ କରି ଶ୍ରୀମନ୍ଦିରକୁ ତିନିଠାକୁରଙ୍କୁ ଫେରାଇନେବାକୁ ଆସି ରଥଭାଙ୍ଗୁଥିବାରୁ ଶ୍ରୀଜିଉଙ୍କ କୈଣସି ଅବତାର ହୋଇନଥାଏ ,ତେଣୁ ହେରାପଚଂମି ଆଗଦିନ ଶ୍ରୀଜିଉଙ୍କୁ ବାମନ ଓ ପର୍ଶୁରାମ ଅବତାର ଭେଷରେ ସଜିତ କରାଯାଇଥାଏ ବୋଲି ପୁଜକ ସନ୍ତୋଷ ନନ୍ଦ କହିଛନ୍ତି । ଚଳିତ ବର୍ଷ ମହାମାରି କରୋନା ପାଇଁ ମନ୍ଦିର ନିକଟରେ ଭକ୍ତଙ୍କର ଭିଡହୋଇ ନଥିବା ବେଳେ କେବଳ ପୂଜକ ସେବାୟତ ଠାକୁରଙ୍କ ନିତିକାନ୍ତି ସମ୍ପନ କରିଥିଲେ ।