Odiapua.com

କୋଭିଡ କଟକଣାରେ ମା’ଦକ୍ଷିଣକାଳୀଙ୍କ ପଣାସଂକ୍ରାନ୍ତି ପାଳିତ

ନୟାଗଡ଼, ୧୪ା୪ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ମା’ଦକ୍ଷିଣକାଳୀଙ୍କ ପୀଠରେ ପଣାସଂକ୍ରାନ୍ତି ଯାତ୍ରା କୋଭିଡ କଟକଣା ଭିତରେ ଅନୁଷ୍ଠିତ ହୋଇଯାଇଛି। ବିଧିବିଧାନ ମୁତାବକ ମା’ଙ୍କୁ ପଣା ଲାଗି କରିବା ପରେ ଭକ୍ତମାନେ ପଣା ପ୍ରସାଦ ସେବନ କରିଥିଲେ। କୋଭିଡ କଟକଣା ହେତୁ ମନୋରଂଜନ କାର୍ଯ୍ୟକ୍ରମ ବନ୍ଦ ରହିଥିବାବେଳେ ଆତସବାଦୀ ପ୍ରତିଯୋଗିତା ସହ ନାନା ରଙ୍ଗ ବେରଙ୍ଗର ଆଲୋକ ସଜ୍ଜାରେ ପୀଠ ଫିକା ପଡ଼ିଥିଲା। ଜିଲ୍ଳା ଓ ଜିଲ୍ଳା ବାହାରୁ ଆସୁଥିବା ଭକ୍ତମାନେ କଟକଣା ଭିତରେ ମା’ଙ୍କ ଦର୍ଶନ କରିଥିଲେ।