Odiapua.com

କୋଭିଡ୧୯ ପରିସ୍ଥିତି ଅନୁଧ୍ୟାନ ପାଇଁ ଆଇସିଏମଆର-ଆରଏମଆରସି ଟିମ ମାଲକାନଗିରି ଜିଲ୍ଲାରେ ପହଁଚିଲେ, ସିରୋଲୋଜିକାଲ ସର୍ଭେଲେନ୍ସ ପାଇଁ ରକ୍ତନମୁନା ସଂଗ୍ରହ ଆରମ୍ଭ

ମାଲକାନଗିରି,୫ା୧୦ (ଓଡିଆ ପୁଅ ) କୋଭିଡ-୧୯ ପରିସ୍ଥିୁତି ଅନୁଧ୍ୟାନ ପାଇଁ ଆଇସି ଏମ ଆର -ଆରଏମଆରସି ୫ଜଣିଆ ଟିମ ମାଲକାନଗିରି ଜିଲ୍ଲାରେ ଆଜି ପହଁଚିଛନ୍ତି । ଏହି ଟିମର ବୈଜ୍ଞାନିକ ଓ ଡାକ୍ତର ବିଶେଜ୍ଞ ଦଳ ମାନେ ଜିଲ୍ଲାପାଳ ମନିଷ ଅଗ୍ରଓ୍ୟାଲ,ଜିଲ୍ଲାମୁଖ୍ୟ ସ୍ୱାସ୍ଥ୍ୟଅଧିକାରୀ ଡାକ୍ତର ପି.କେ.ନନ୍ଦ ଓ କୋଭିଡ୧୯ ହସପିଟାଲର ଡାକ୍ତର ମାନଙ୍କ ସହିତ କରୋନା ପରିସ୍ଥିତି କିପରି ସୁଧୁରିବ ଓ ସଂକ୍ରମଣ କିପରି ରୋକା ଯାଇପାରିବ ସେ ସଂପର୍କରେ ଆଲୋଚନା କରିଛନ୍ତି । ମାଲକାନଗିରି ପୌରପରିଷଦ ଅଚଂଳର ୧୯ଟି ଯାକ ଓ୍ୟାର୍ଡରେ ୬ତାରିଖ ଠାରୁ ୮ତାରିଖ ପର୍ଯ୍ୟନ୍ତ ଆଇସିଏମଆର-ଆରଏମଆରସି ର ବିଶେଷଜ୍ଞ ଦଳ ଓ ସ୍ୱାସ୍ଥ୍ୟକର୍ମୀ ମାନେ ଘର ଘର ବୁଲି ସିରୋଲୋଜିକାଲ ସର୍ଭେଲେନ୍ସ ରେ ରକ୍ତନମୁନା ସଂଗ୍ରହ କରିବେ, ଏହା ଦ୍ୱାରା କୋରନା ପ୍ରତିରୋଧକ ଶକ୍ତି ଲୋକମାନଙ୍କ ମଧ୍ୟରେ କେତେ ରହିଛି ଜଣାପଡିବ,ଏହି ଟିମଙ୍କୁ ପୌରପରିଷଦ ବାସୀ ସହଯୋଗ କରନ୍ତୁ ବୋଲି ଜିଲ୍ଲାପାଳ ଶ୍ରୀ ଅଗ୍ରଓ୍ୟାଲ ପୌରାଚଂଳ ବାସୀଙ୍କୁ ଅନୁରୋଧ କରିଛନ୍ତି ।