Odiapua.com

କୋଭିଡ୧୯ ନୋଡାଲ ଅଧିକାରୀ ଙ୍କ ମାଲକାନଗିରି ଜିଲ୍ଲା ଗସ୍ତ,ଉନ୍ନୟନମୁଳକ କାର୍ଯ୍ୟ ସଂପର୍କରେ ସମୀକ୍ଷା ବୈଠକ

ମାଲକାନଗିରି,୨ା୬ (ଓଡିଆ ପୁଅ )ବିଜ୍ଞାନ କାରିଗରି ବିଭାଗ ଅତିରିକ୍ତ ଶାସନ ସଚିବ ତଥା କୋଭିଡ୧୯ ନୋଡାଲ ଅଧିକାରୀ ଏମଡି ରଶିଦ ଖାନ ମାଲକାନଗିରି ଜିଲ୍ଲାଗସ୍ତ ରେ ଆସି କୋଭିଡ ଆସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର କ୍ୱାକେଟାଂଇନ ଗୃହ ପରିଦର୍ଶନ କରି ବିଭାଗୀୟ ଅଧିକାରୀ ମାନଙ୍କ ସହ ସମୀକ୍ଷା ବୈଠକରେ ଯୋଗଦେଇ ଆଜି ଫେରି ଯାଇଛନ୍ତି । ଆଜି ସକାଳେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସଭାଗୃହରେ ଆୟୋଜିତ ବିଭାଗୀୟ ସମୀକ୍ଷା ବୈଠକରେ ନୋଡାଲ ଅଫିସର ଶ୍ରୀ ଖାନ ଯୋଗଦେଇ ଜିଲ୍ଲାରେ ଚାଲିଥିବା ଜଳପରିମଳ,ଉଦ୍ୟାନ,କୃଷି, ନରେଗା,ପୂର୍ତ, ଗ୍ରାମଉନ୍ନୟନ,ସମବାୟ,ସ୍ୱାସ୍ଥ୍ୟ,ଗମନା ଗମନ ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟରଲ ସମୀକ୍ଷା କରିବାସହିତ ଲକଡାଉନରେ ଶ୍ରମିକ ମାନଙ୍କୁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଲଗାଇ ସେମାନଙ୍କୁ ରୋଜଗାରକ୍ଷମ କରିବା ପାଇଁ କହିଥିଲେ ।ବିଶେଷ କରି ଚିନାବାଦମ ଚାଷ ପ୍ରତି ଗୁରୁତ୍ୱ ଦେଇ କୃଷକ ମାନଙ୍କ ଚାହିଦା ମୁତାବକ ସାର,ବିହନ,କିଟନାଶକ ଔଷଧ ଯୋଗାଇଦେବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । କୋଭିଡ୧୯ ସଂକ୍ରମଣ ଠାରୁ ରକ୍ଷାପାଇବା ପାଇଁ ମାଲକାନଗିରି ଜିଲ୍ଲାପ୍ରଶାସନ ସମସ୍ତ ପ୍ରକାର ପ୍ରସୁତି କରିଥିବାରୁ ନୋଡାଲ ଅଧିକାରୀ ଶ୍ରୀ ଖାନ ଜିଲ୍ଲାପାଳ,କୋଭିଡ୧୯ ଯୋଦ୍ଧା ଓ ଅନ୍ୟାନ ଅଧିକାରୀ ମାନଙ୍କୁ ପ୍ରଶସାଂ କରିଥିଲେ । ଜିଲ୍ଲାରେ ୨୧୮୭ଟି ମହିଳାସ୍ୱଂୟସହାୟକ ଗୋଷ୍ଠି ଲୋକମାନଙ୍କ ପାଇଁ ଭଲ କାମକରୁଛନ୍ତି, ଗ୍ରାମ୍ୟ ଆବାସ ଯୋଜନାରେ ୨୩୨୯୪ଟି ଗୃହ ନିର୍ମାଣ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ଅଦ୍ୟାବଧି ୧୯୩୨୮ ଟି ଗୃହ ସଂପୂଣ୍ଣ ର୍ କରାଯାଇଛି । ନରେଗାରେ ଅଦ୍ୟବଧି୪୫୧୦୬୨ କାଯ ର୍୍ୟ ଦିବସ ସୃଷ୍ଟି କରିବାସହ ୯୩୩୬୯୮୩୪ ଟଙ୍କା ପ୍ରଦାନ କରାଯାଇଛି । ଚଳିତ ବର୍ଷ୨୦୦୯ଟି ନୂଆ ଜବ କାର୍ଡ ଶ୍ରମିକ ମାନଙ୍କୁ ପ୍ରଦାନକରାଯାଇଛି, ସାଧାରଣ ବଟଂନ ବ୍ୟବସ୍ଥାରେ ଏପ୍ରିଲ ରୁ ଜୁନ ମାସ ପର୍ଯ୍ୟନ୍ତ ୯୩୧୮୦୨୧କ୍ୱିଟାଂଲ ଚାଉଳ ପ୍ରଦାନ କରାଯାଇ ୧ହଜାର ଟଙ୍କା ଲେଖାଏ ଅଦ୍ୟାବଧି ଜିଲ୍ଲାରେ ୧୫୨୯୦୧୦୦୦ଟଙ୍କା ସହାୟତା ରାଶି ହିତାଧିକାରୀ ମାନଙ୍କୁ ପ୍ରଦାନ କରାଯାଇଥିବାର ସମୀକ୍ଷା ବୈଠକରେ ବିଭାଗୀୟ ଅଧିକାରୀମାନେ ବିବରଣି ଦେଇଥିଲେ । ଏହି ସମୀକ୍ଷା ବୈଠକରେ ଅନ୍ୟାନ ମାନଙ୍କ ମଧ୍ୟରେ ଜିଲ୍ଲାପାଳ ମନୀଷଅଗ୍ରଓ୍ୟାଲ,ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ,ଜିଲ୍ଲା ଗ୍ରାମଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ବାଳ ମୁକୁନ୍ଦ ଭୂୟାଁ,ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ,ଜିଲ୍ଲାମୁଖ୍ୟ ସ୍ୱାସ୍ଥ୍ୟଅଧିକାରୀ ଡା ଅରୁଣକୁମାର ପାଢୀ,ପିଏ ଆଇଟିଡିଏ କ୍ଷୀରାଦ୍ଧି ବେହେରା,ଜିଲ୍ଲା ମୁଖ୍ୟକୃଷିଅଧିକାରୀ ରାମପ୍ରସାଦ ପଟନାୟକ,ଡିଆରଡିଏ ଏପିଡି ମାନସ କୁମାର ମିଶ୍ର,ଜିଲ୍ଲା ସୁଚନାଲୋକସଂପର୍କ ଅଧିକାରୀ ଦୀଲିପକୁମାର ସାମନ୍ତରାୟ ଙ୍କ ସହିତ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ସମୀକ୍ଷା ବୈଠକରେ ଆଲୋଚନା କରିଥିଲେ ।