Odiapua.com

କୋଭିଡ୍ -୧୯ ପରୀପେକ୍ଷୀରେ ବ୍ରହ୍ମଗିରୀ ପାଇଁ ୨ ଟି ବି ଏଲ୍ ଏସ୍ ଆମ୍ବୁଲାନ୍ସ ଲୋକାର୍ପିତ

ପୁରୀ ୧୭-୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ସ୍ୱାଧୀନତା ଦିବସ ଅବସରରେ ବ୍ରହ୍ମଗିରୀ ରେବଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ର‌୍ୟ କେନ୍ଦ୍ର ପ୍ରାଙ୍ଗଣ ସମ୍ମୁଖରେ କୋଭିଡ୍ -୧୯ ପରିସ୍ଥିତି ର ମୁକାବିଲା ଉଦ୍ଦେଶ୍ୟରେ ୨ ଗୋଟି ନୂତନ ବି ଏଲ୍ ଏସ୍ ଆମ୍ବୁଲାନ୍ସ ଲୋକାର୍ପିତ କରାଯାଇଥିଲା। ସାଂସଦ ପିନାକି ମିଶ୍ର ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଞ୍ଜୟ ଦାସବର୍ମ୍ମା, ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ, ଆରକ୍ଷୀ ଅଧ୍ୟକ୍ଷକ ଅଖିଲେଶ୍ୱର ସିଂ, ଜିଲ୍ଳାମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସୂଜାତା ମିଶ୍ର, ଓ ବ୍ରହ୍ମଗିରୀ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତି ନଳିନୀ ପ୍ରଭା ବରାଳ ପ୍ରମୁଖ ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ପତାକା ପଦର୍ଶନ ପୂର୍ବକ ଏହି ୨ ଆମ୍ବୁଲାନ୍ସ କୁ ଅଞ୍ଚଳ ବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଥିଲେ। ଉକ୍ତ ଆମ୍ବୁଲାନ୍ସ ଦ୍ୱୟରୁ ଗୋଟିଏ ରେବଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଅନ୍ୟ ଟି ଚିଲିକା ନୂଆପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବ୍ୟବହୃତ ନିମନ୍ତେ ରହିବ। ଏହି ଆମ୍ବୁଲାନ୍ସ ସେବା ଦ୍ୱାରା ବ୍ରହ୍ମଗିରୀ କୃଷ୍ଣପ୍ରସାଦ ବ୍ଲକର ଅଧିବାସୀମାନେ ଜରୁରୀ ସମୟରେ ଉପକୃତ ହେବେ।