Odiapua.com

କୋଭିଡ୍ ମୁକାବିଲା ପାଇଁ ଓଡିଶାକୁ କେନ୍ଦ୍ରର ୩୩୩.୮ କୋଟି ଅନୁଦାନ ପ୍ରସଙ୍ଗ: ରାଜ୍ୟର ଗ୍ରାମାଂଚଳରେ କରୋନା ମୁକାବିଲା ସୁଦୃଢ ହେବ-ଧର୍ମେନ୍ଦ୍ର ପ୍ରଧାନ

– ଆର୍ଥିକ ସହାୟତା ପାଇଁ ପ୍ରଧାନମନ୍ତ୍ରୀ, କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଏବଂ ଅର୍ଥ ମନ୍ତ୍ରୀଙ୍କୁ ଧନ୍ୟବାଦ
– ଦେଶର ସମସ୍ତ ନାଗରିକଙ୍କ ସ୍ୱାସ୍ଥ୍ୟ ଓ କଲ୍ୟାଣ ମୋଦି ସରକାରଙ୍କ ପ୍ରାଥମିକତା

ଭୁବନେଶ୍ୱର, ମଇ ୦୯ (ଓଡ଼ିଆ ପୁଅ) – କୋଭିଡ଼୍ -୧୯ ମହାମାରୀର ମୁକାବିଲା ତଥା ଗ୍ରାମାଂଚଳରେ ସ୍ୱାସ୍ଥ୍ୟ ଭିତିଭୂମିକୁ ଅଧିକ ସୁଦୃଢ଼ କରିବା ପାଇଁ ଓଡ଼ିଶାକୁ ୩୩୩.୮ କୋଟି ଟଙ୍କା ସମେତ ୨୫ଟି ରାଜ୍ୟର ପଂଚାୟତକୁ ୮ ହଜାର ୯୨୩.୮ କୋଟି ଟଙ୍କାର ଅନୁଦାନ ମଞ୍ଜୁର କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏବଂ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ଦେଶର ସମସ୍ତ ନାଗରିକଙ୍କ ସ୍ୱାସ୍ଥ୍ୟ ଓ କଲ୍ୟାଣ ମୋଦି ସରକାରଙ୍କ ପ୍ରାଥମିକତାରେ ରହିଛି। ଚଳିତବର୍ଷର ପ୍ରଥମ କିସ୍ତିରେ ମିଳିଥିବା ଏହି ଆର୍ôଥକ ସହାୟତା ଓଡ଼ିଶାର ଗ୍ରାମାଂଚଳର ଲୋକମାନଙ୍କୁ ଏହି ସଂକଟ ସମୟରେ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇବାରେ ସହାୟକ ହେବ।

ମୋଦି ସରକାର ଓଡ଼ିଶାକୁ ସର୍ବଦା ପ୍ରାଥମିକତା ଦେଇ ଆସିଛନ୍ତି। ୨୦୨୦-୨୧ ଆର୍ôଥକ ବର୍ଷ ପାଇଁ ମୋଦି ସରକାର ଓଡ଼ିଶାର ଗ୍ରାମାଂଚଳ ସ୍ୱାୟତ ସଂସ୍ଥା ଗୁଡ଼ିକୁ ୨, ୨୫୮ କୋଟି ଟଙ୍କା ଏବଂ ସହରାଂଚଳ ସ୍ୱାୟତ ସଂସ୍ଥା ଗୁଡ଼ିକୁ ୧ ହଜାର ୮୭ କୋଟି ଟଙ୍କା ପ୍ରଦାନ କରିଥିଲେ।