Odiapua.com

କୋଭିଡ୍ ଟିକା ଦ୍ୱିତୀୟ ଡୋଜ୍ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା, ଜିଲ୍ଲାପାଳ ରୋଗୀମାନଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଲେ

ନୟାଗଡ଼, ୯ା୫ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ନୟାଗଡ଼ ଜିଲ୍ଲାର ୮ଟି ବ୍ଳକରେ କୋଭିଡ୍ ଭ୍ୟାକ୍‌ସିନ୍ ଦ୍ୱିତୀୟ ଡୋଜ୍ ଦେବାପାଇଁ ସରକାରୀଭାବେ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଥିବା ଜଣାପଡ଼ିଛି। ୪୫ବର୍ଷରୁ ଉର୍ଦ୍ଧ୍ୱ ଯେଉଁମାନେ ଟିକାର ପ୍ରଥମ ଡୋଜ୍ ନେଇଥିଲେ ସେମାନଙ୍କୁ ଏହି ଦ୍ୱିତୀୟ ଡୋଜ ଦିଆଯିବ। ଭାପୁର ବ୍ଳକର ବାଘୁଆପଲ୍ଲୀ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଦଶପଲ୍ଳା ବ୍ଳକର ମଧ୍ୟଖଣ୍ଡ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଗଣିଆ ବ୍ଳକର କିଶୋରପ୍ରସାଦ ଆୟୁର୍ବେଦିକ ହସ୍‌ପିଟାଲ , ଖଣ୍ଡପଡ଼ା ବ୍ଳକର ଖଣ୍ଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ରଣପୁର ବ୍ଳକର ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଓଡ଼ଗାଁ ବ୍ଳକର ଶରଣକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଗୋଡିପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ କୁରାଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ନୟାଗଡ଼ ‌ବ୍ଳକ ଇଟାମାଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ବାଲୁଗାଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଲାଠିପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ନୟାଗଡ଼ ପୌରାଂଚଳର ବ୍ରଜେନ୍ଦ୍ର ହାଇସ୍କୁଲରେ ଟିକାକରଣର ଦ୍ୱିତୀୟ ଡୋଜ୍ ପାଇଁ ବ୍ୟବସ୍ଥା କରାଯାଇଥିବା ଜିଲ୍ଳା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଅନ୍ୟପକ୍ଷରେ ଜିଲ୍ଲାପାଳ ଡ.ପୋମା ଟୁଡୁ ରବିବାର ଜିଲ୍ଳାର କୋଭିଡ୍ ସମୀକ୍ଷା କରି ଖଣ୍ଡପଡ଼ା ଓ ଚାନ୍ଦପୁର କୋଭିଡ ହସପିଟାଲରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କ ସହିତ କଥାବାର୍ତ୍ତା ହୋଇ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ।