Odiapua.com

କୋଭିଡ଼ -୧୯ ଚିକିତ୍ସାରେ ଡାଃ ରାମଚରଣ ପ୍ରଧାନଙ୍କ ପ୍ରସ୍ତୁତ ହୋମିଓପାଥି ଔଷଧ ଏକ ନୂତନ ଆଶାର ସଂଚାର କରିବ

ସମ୍ବଲପୁର, ୧୮/୦୯ (ଓଡ଼ିଆ ପୁଅ/ସରୋଜ ସାହୁ): ବର୍ତମାନ ସାରା ବିଶ୍ବ କରୋନା ମହାମାରୀକୁ ନେଇ ବ୍ୟାପକ ଭାବରେ ଚିନ୍ତିତ, ଭୟଭିତ ଏବଂ ଆତଙ୍କିତ ମଧ୍ୟ। ଏହାର ନିର୍ଦ୍ଧିଷ୍ଟ ଭାବେ କୌଣସି ଚିକିତ୍ସା ବାହାରି ପାରିନାହିଁ। ଏଭଳି ସ୍ଥିତିରେ ହୋମିଓପାଥି ଚିକିତ୍ସା ଏକ ଆଶାର ସଂଚାର କରିଛି ବୋଲି ହୋମିଓପାଥି ଡାକ୍ତର ରାମଚରଣ ପ୍ରଧାନ ଆଜି ଏକ ସାମ୍ବାଦିକ ସମିଳନୀ ରେ ପ୍ରକାଶ କରିଛନ୍ତି। ପ୍ରାୟ ୮ ରୁ ୧୦ ପ୍ରକାର ହୋମିଓପାଥି ଔଷଧର ମିଶ୍ରଣ ରେ ସେ ପ୍ରସ୍ତୁତ କରିଥିବା ଔଷଧ ରେ ଅନେକ କରୋନା ରୋଗୀ ଠିକ୍ ହୋଇ ଥିବା ସେ ଦାବି କରିଛନ୍ତି। ଏହା ସହିତ ନିକଟରେ ଏହି ମହାମାରୀର ଚିକିତ୍ସାରୁ ମିଳିଥିବା ଫଳପ୍ରଦ ଫଳାଫଳକୁ ନେଇ ସେ ତାଙ୍କର ଅଭିଜ୍ଞତା ବର୍ଣନା କରିଥିଲେ। କରୋନା ରୋଗୀ ଙ୍କ ଚିକିତ୍ସା ପାଇଁ ହୋମିଓପାଥି ଡାକ୍ତର ଙ୍କୁ ସୁଯୋଗ ଦେବା, ରୋଗୀ ଠିକ ହେଲା ପରେ ନେଗେଟିଭ ରିପୋର୍ଟ ପ୍ରମାଣ ପତ୍ର ଦେବା ଆଦି ଦାବି କରିଛନ୍ତି। ତେବେ କୋଭିଡ଼ -୧୯ ଚିକିତ୍ସା ରେ ଡାକ୍ତର ରାମଚରଣ ପ୍ରଧାନ ଙ୍କ ପ୍ରସ୍ତୁତ ଏହି ଔଷଧ ଏକ ନୂତନ ଆଶା ର ସଂଚାର କରିବ ବୋଲି ଅନୁମାନ କରାଯାଏ।

ଏହି ଅବସରରେ ସାମଜସେବୀ ପ୍ରଦୀପ ବେହେରା, ଆଶଫ ଅଲ୍ଲୀ ଖାଁ ଉପସ୍ଥିତ ରହି ଅଭିଜ୍ଞତା ପ୍ରକାଶ କରିଥିଲେ।