Odiapua.com

କୋଦଳା ସବ୍ ଜେଲରେ ବିଚାରାଧୀନ କଏଦୀଙ୍କ ସନ୍ଦେହ ଜନକ ମୃତ୍ୟୁ

କୋଦଳା: ୧୯/୦୯ (ଓଡ଼ିଆ ପୁଅ/ସୁଶାନ୍ତ ପଟ୍ଟନାୟକ) ଗଞ୍ଜାମ ଜିଲ୍ଲା କୋଦଳା ସବ୍ ଜେଲରେ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ତିରିଡା ଗ୍ରାମର ପଙ୍କଜ ଦାସ(୪୨)ଏକ ଚୋରୀ ଅଭିଯୋଗରେ ଗତ ୪ ସେପ୍ଟେମ୍ବରରେ ଜେଲକୁ ଆସିଥିଲେ। ଜେଲରଙ୍କ କହିବା ମୁତାବକ ସଂକ୍ରାନ୍ତି ଦିନ ସେ ପୂଜାପୂଜି ସାରି ଶୋଇ ପଡ଼ିଥିଲେ କିନ୍ତୁ ସକାଳୁ ଲକପ ଗେଟ ଖୋଲିଲା ବେଳକୁ ପକଂଜର ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ। ଏହାପରେ ତାକୁ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା ଏବଂ କୋଦଳା ତହସିଲଦାର ଓ ପୋଲିସ୍ ଉପସ୍ଥିତିରେ ସେଠାରୁ ଶବ ଵ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି। ତେବେ ପକଂଜର ପରିବାର ଲୋକେ ଏହି ଘଟଣାରେ ହତୋତ୍ସାହ ହେବା ସହ ମୃତ୍ଯୁକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ପରିବାର ଲୋକଙ୍କ କହିବା ଅନୁସାରେ ଜେଲକୁ ଆସିବାର ୧୫ ଦିନ ବିତିଯାଇଥିଲେ ମଧ୍ୟ ପକଂଜର ଜେଲ ମଧ୍ୟରେ କେବେ ବି ସ୍ବାସ୍ଥ୍ୟ ଖରାପ ହୋଇନଥିଲା। ହଠାତ୍ କେଉଁ ପରିସ୍ଥିତିରେ ତାହାର ମୃତ୍ୟୁ ଘଟିଲା ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଘଟଣାର ନିରପେକ୍ଷ ତଦନ୍ତ କରିବାକୁ ପରିବାର ଲୋକେ ଦାବି କରିଛନ୍ତି।