Odiapua.com

କୋଦଳା ଓ ସୁମଣ୍ଡଳରେ ବିଜେପିର ସେବା ସପ୍ତାହ ପାଳନ : ବୃକ୍ଷ ରୋପଣ ସାଂଗକୁ ସ୍ବାସ୍ଥ୍ୟ କେନ୍ଦ୍ରରେ ଫଳ ବଣ୍ଟନ

କୋଦଳା: ୨୦/୦୯ (ଓଡ଼ିଆ ପୁଅ/ସୁଶାନ୍ତ ପଟ୍ଟନାୟକ) ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ଦାସ ମୋଦୀଙ୍କ ୬୯ ତମ ଜନ୍ମ ଦିବସ ଅବସରରେ ଏକ ସପ୍ତାହ ଧରି ବିଜେପି ସେବା ସପ୍ତାହ ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଛି। ମଂଗଳବାର କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ବିଜେପି ପକ୍ଷରୁ କୋଦଳା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଥିବା ରୋଗୀ ମାନଙ୍କୁ ଫଳ ଓ ବିସ୍କୁଟ ବଣ୍ଟନ କରାଯାଇଥିଲା।ଏଥି ସହିତ ବେଗୁନିଆପଡା ବ୍ଲକ ଶାକୁଂଡା ସ୍ଥିତ ଧବଳେଶ୍ବର ମନ୍ଦିରରେ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରି ୧୦୮ଦୀପ ଯଜ୍ଞ କରାଯାଇଥିଲା।ସେହିପରି ଅଂଗାରଗାଁ ମଣ୍ଡଳ ପକ୍ଷରୁ ମଧ୍ୟ ସୁମଣ୍ଡଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରୋଗୀ ମାନଙ୍କୁ ଫଳ ବଣ୍ଟନ ସହ ମେଡିକାଲ୍ ପରିସରରେ ବୃକ୍ଷ ରୋପଣ ଓ ସଫେଇ କାର୍ଯ୍ୟ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଏକ ସପ୍ତାହ ଧରି ଚାଲୁ ରହିବା ସହ ବିଭିନ୍ନ ଜନହିତକର ତଥା ଉନ୍ନତି ମୂଳକ କାର୍ଯ୍ୟ ମଧ୍ୟ କରାଯିବ ବୋଲି ବିଜେପିର ଗତ ନିର୍ବାଚନର ବିଧାୟକ ପାର୍ଥି ରଞ୍ଜନ ପଲେଇ ସୂଚନା ଦେଇଛନ୍ତି।ସୁମଣ୍ଡଳର କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା ଅରୁଣ ପଣ୍ଡା, ଜିଲ୍ଲା ସଂପାଦକ ରବିନ୍ଦ୍ର ନାଥ ମିସ୍ତ୍ରୀ, ଲିଗାଲ୍ ସେଲ୍ ଯୁଗ୍ମ ଆବାହକ ଗୋବିନ୍ଦ ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇଥିବା ବେଳେ କୋଦଳା ଠାରେ ଆୟୋଜିତ କାର୍ଯ୍ଯକ୍ରମରେ ଶ୍ରୀ ପଲେଇକଂ ସମେତ , କୋଦଳା ମଣ୍ଡଳ ବିଜେପି ସଭାପତି ମଧୁସୂଦନ ଜେନା,ଉପ ସଭାପତି ମନୋରଞ୍ଜନ ଜେନା,ସମ୍ପାଦକ ବିଭୁତି ଭୂଷଣ ରଥ,ବରିଷ୍ଠ କାର୍ଯ୍ୟକର୍ତ୍ତା ଦଣ୍ଡପାଣି ପଣ୍ଡା,ପ୍ରହ୍ଲାଦ ସାହୁ,ମନୋଜ ଡାକୁଆ,ମିଟୁ ନାହାକ,ନିରଞ୍ଜନ ସ୍ଵାଇଁ,ମନୋଜ ପୋଲାଇ,ପିଣ୍ଟୁ ସ୍ଵାଇଁ, ଭୋଳା ପାଣ୍ଡି,ଉଜ୍ଜଳା ଦିଦି,ସୁନିତା ସାମନ୍ତ୍ରା, ରଶ୍ମିତା ବାଡ଼ତ୍ୟା, ବନିତା ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ।ଏଥିରେ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।