Odiapua.com

କୋଦଳା ଏନଏସି ପକ୍ଷରୁ ଆରମ୍ଭ ହେଲା ଜଳଛତ୍ର

କୋଦଳା ୦୧/୦୫ (ଓଡ଼ିଆ ପୁଅ/ସୁଶାନ୍ତ କୁମାର ପଟ୍ଟନାୟକ) ତାତିର ପ୍ରକୋପ ବଢ଼ିବାରେ ଲାଗିଛି। ଡହ ଡହ ଖରା ସାଙ୍ଗକୁ ଝାଞ୍ଜି ପବନ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଉଛି। ଘରୁ ବାହାରିବା ଏକ ପ୍ରକାର କଷ୍ଟ ହୋଇ ପଡ଼ିଛି। ଏଭଳି ସ୍ଥିତିରେ ଥଣ୍ଡା ପାନୀୟର ଆବଶ୍ୟକତା କେବଳ ଖରାରେ ଯାଉଥିବା ବାଟୋଇ ହିଁ ବୁଝିପାରିବ। କିନ୍ତୁ ଏମାନଙ୍କ କଷ୍ଟ ଲାଘବ ପାଇଁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟିରେ ରଖି ଲୋକଙ୍କୁ ପାନୀୟ ଜଳ ଯୋଗାଇବାକୁ ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲା ଯାଉଥିବା ବେଳେ ଗଂଜାମ ଜିଲ୍ଲା କୋଦଳା ଏନଏସିରେ ଆଜି ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲା ଯାଇଛି। କୋଦଳା ସହରକୁ ପ୍ରତ୍ୟେକ ସମୟରେ ଆସୁଥିବା ଜନସାଧାରଣ, ବାଟୋଇ, ପଥିକ ସମସ୍ତଙ୍କୁ ପାନୀୟ ଜଳର ସୁବିଧା ପାଈଁ ଏହି ଜଳଛତ୍ରର ଆରମ୍ଭ ହୋଇଥିବା କଥା କହିଛନ୍ତି ଏନଏସି ଶ୍ରୀ ନାୟକ। ଜଳ ଯୋଗାଣ ଯେପରି ସୁରୁଖୁରୁରେ ହେଇପାରିବ ସେ ନେଇ ବିଶେଷ ଧ୍ୟାନ ଦିଆଯାଇଛି।