Odiapua.com

କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସର ଆର୍ନ୍ତଜାତୀୟ ଯୋଗ ଶିବିରରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ପୁରୀ ୨୧-୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସର ଆର୍ନ୍ତଜାତୀୟ ଯୋଗ ଶିବିର ଅନୁଷ୍ଠିତ ହୋଇଛି। କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହି ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ବିଶେଷ କରି ଦୈନଦିନ ଜୀବନରେ ଯୋଗ ଶରୀରକୁ ସୁସ୍ଥ ରଖିବା ସହିତ ମାନସିକ ଶାନ୍ତି ପ୍ରଦାନ କରିଥାଏ। ଏହି ଯୋଗ ଶିବିର ସୂର୍ଯ୍ୟ ମନ୍ଦିର ପରିସର, ସୂର୍ଯ୍ୟ ମନ୍ଦିର ସମ୍ମୁଖ ଓ ଆଇଓସିଏଲ ବ୍ୟାଖାନ କେନ୍ଦ୍ର ପରିସର ଭିତରେ ଏହି ଶିବିର ଆୟୋଜିତ ହୋଇଅଛି। ବିଭିନ୍ନ ବର୍ଗର ଲୋକ, ଛାତ୍ରଛାତ୍ରୀ ନିଜକୁ ଏହି ଶିବିରରେ ସାମିଲ କରିଥିବା ବେଳେ ପ୍ରାୟ ଅଢ଼େଇ ହଜାର ଲୋକ ଏକତ୍ର ହୋଇ ଏହି ଶିବିରରେ ଯୋଗ କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ସୂର୍ଯ୍ୟ ମନ୍ଦିର ପରିସରରେ ପହଞ୍ଚିବା ପୂର୍ବରୁ ସୂର୍ଯ୍ୟ ମନ୍ଦିର ପରିସର ବୁଲି ସୂର୍ଯ୍ୟ ମନ୍ଦିରର କଳା କୃତି କୁ ଅତି ନିକଟରୁ ଦେଖିବା ସହିତ ଯୋଗ ଶିବିରରେ ଯୋଗ ଦେଇଥିବା ପିଲାମାନଙ୍କୁ ସାକ୍ଷାତ କରି ଯୋଗର ଉପକାରୀତା ସମ୍ପର୍କରେ ସେମାନଙ୍କୁ କହିଥିଲେ। ନିଜ ଅଭିଭାଷଣରେ ଓଡ଼ିଆରେ ଅଭିଭାଷଣ ଆରମ୍ଭ କରିଥିଲେ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଯୋଗ ଆମ ଦୈନଦିନ ଜୀବନ ସ୍ଥିରତା ଆଣି ପାରିଛି ବୋଲି ମତ ରଖିଲେ କେନ୍ଦ୍ର ମନ୍ତ୍ରୀ ଆଶ୍ବିନୀ ବୈଷ୍ଣବ।