Odiapua.com

କୋଣାର୍କ ସୁରକ୍ଷା ସମିତି ପକ୍ଷରୁ ୨୬ ତମ ଗଣ ସତ୍ୟାଗ୍ରହ

ପୁରୀ ୧୭ -୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ସମୁଖରେ କୋଣାର୍କ ସୁରକ୍ଷା ସମିତି ପକ୍ଷରୁ ୫ ଦଫା ଦାବି ନେଇ ୨୬ ତମ ଗଣ ସତ୍ୟାଗ୍ରହ ଧାରଣା ଦିଆଯାଇଛି। ୧୯୯୫ ମସିହା ଠାରୁ କୋଣାର୍କ ସୂର୍ଯ୍ୟ ମନ୍ଦିର କୁ ASI ହାତକୁ ନେଇ ପ୍ରବେଶ ଶୁଳ୍କ ଆଦାୟ କରିଥିଲେ। ସେହି ଦିନରୁ କୋଣାର୍କ ସୁରକ୍ଷା ସମିତି ପ୍ରତି ଶନିବାର ଏହି ସତ୍ୟଗ୍ରହ କରୁଛି। ମନ୍ଦିର ଭିତରକୁ ପ୍ରବେଶ ଶୁକ୍ଳ ଛାଡ, ଭବ୍ୟ ନବଗ୍ରହ ମନ୍ଦିର ନିର୍ମାଣ, କୋଣାର୍କ ଅଞ୍ଚଳର ଜମିଜମା ଫଇସଲା, ଵ୍ୟଵସାୟି ମାନଙ୍କୁ ଥଇଥାନ, ସୂର୍ଯ୍ୟ ମନ୍ଦିର ସୁରକ୍ଷା ଆଦି ଦାବିନେଇ କୋଣାର୍କ ସୁରକ୍ଷା ସମିତି ପକ୍ଷରୁ ଆନ୍ଦୋଳନ କରିଆସୁଛନ୍ତି। ଆଜକୁ ୨୬ ବର୍ଷ ବିତିଯାଇଥିଲେ ମଧ୍ୟ କେନ୍ଦ୍ର ସରକାର ଏପର୍ଯ୍ୟନ୍ତ କୈଣସି ଦାବି ପୂରଣ କରି ନାହାଁନ୍ତି। ତାକୁ ଆଖିରେ ରଖି ସୁରକ୍ଷା ସମିତି ଆଜି ୨୬ ତମ ଗଣ ସତ୍ୟାଗ୍ରହ ରେ ପହଞ୍ଚିଥିବା ବେଳେ ୫ ଦଫା ଦାବି ଗୋପ ତହସିଲଦାରଙ୍କ ମାଧ୍ୟମରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଥିଲା।

ସେପଟେ ୫ ଦଫା ଦାବି ପୁରଣ ନହଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତ୍ରୀବ୍ରତିର ହେବବୋଲି କୋଣାର୍କ ସୁରକ୍ଷା ସମିତି ପକ୍ଷରୁ ଚେତାବନୀ ଦିଆଯାଇଛି।