Odiapua.com

କୋଣାର୍କ ମନ୍ଦିରର ପ୍ରବେଶ ଓ ପ୍ରସ୍ଥାନ ସମୟ ବଦଳିଲା

ଭୁବନେଶ୍ଵର, ୦୧/୧୧, (ଓଡ଼ିଆ ପୁଅ ପି ନାୟକ): ଆଜିଠୁ କୋଣାର୍କ ମନ୍ଦିରର ପ୍ରବେଶ ଓ ପ୍ରସ୍ଥାନ ସମୟ ପରିବର୍ତ୍ତନ ହୋଇଛି। ପୂର୍ବରୁ ଯେଉଁ ସମୟ ଥିଲା ତାହା ଏବେ ପରିବର୍ତ୍ତନ ହୋଇଛି। ତେବେ ପରିବର୍ତ୍ତିତ ସମୟ ଅନୁସାରେ, ଏବେ ମନ୍ଦିର ସକାଳ ୬ଟାରୁ ଖୋଲାଯାଇ ସନ୍ଧ୍ୟା ୬ଟାରେ ବନ୍ଦ ହେବ। ଯାହା ପୂର୍ବରୁ ସକାଳ ୭ଟାରୁ ଖୋଲି ସନ୍ଧ୍ୟା ୭ଟାରେ ବନ୍ଦ ହେଉଥିଲା। ଏହାସହ ଲାଇଟ୍ ଓ ସାଉଣ୍ଡ ର ସମୟ ମଧ୍ୟ ପରିବର୍ତ୍ତନ ହୋଇଛି। ଏବେ ଏହା ସନ୍ଧ୍ୟା ୭ଟା ୩୦ମିନିଟରୁ ଆରମ୍ଭ ହୋଇ ରାତ୍ର ୮ଟା ୧୦ମିନିଟ୍ ପର୍ଯ୍ୟନ୍ତ ଚାଲିବ। ଏଥିରେ ଦୁଇଟି ସୋ ରହିବ। ଯାହା ୪୦ମିନିଟ ର ରହିବ।