Odiapua.com

କୋଣାର୍କ କ୍ଲବ, ବାଲିପାଟଣାରେ ରକ୍ତଦାନ ଶିବିର

ଭଦ୍ରକ, ୧୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି କୋଣାର୍କ କ୍ଲବ, ବାଲିପାଟଣ ବରିଷ୍ଠ ସଦସ୍ୟ ଶ୍ରୀଯୁକ୍ତ ସପନ ରାଉତ ପିତା ସ୍ମରଣାର୍ଥେ ଏକ ରକ୍ତଦାନ ଶିବିର ଆୟୋଜନ କରାଇଲେ । ଉକ୍ତ ଶିବିରକୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟର ଭେଷଜ ବିଜ୍ଞାନର ପୂର୍ବତନ ଅକ୍ଷଧ୍ୟ ତଥା ପୂର୍ବତନ ନିର୍ଦ୍ଦେଶକ ଏସ୍‌.ଭି,ଡ଼ି.ସି. ଓଡ଼ିଶା ସରକାର ଶ୍ରୀଯୁକ୍ତ ରବିନ୍ଦ୍ର ନାଥ ଦ୍ୱାରା ଉଦ୍‌ଘାଟନ କରାଯାଇଥିଲା । ଆମ ଅଞ୍ଚଳର ସମାଜସେବୀ ଶ୍ରୀଯୁକ୍ତ ସୂର୍ଯ୍ୟମଣୀ ନାୟକ, ପ୍ରଫୁଲ୍ଲ ପରିଡ଼ା ତଥା କ୍ଲବର ସଭାପତି ମାୟାଧର ରାଉତ, ସହ ସମ୍ପାଦକ ପ୍ରଶାନ୍ତ ନାୟକ, ସଂପାଦକ ବିନୋଦ ନାୟକ ଉକ୍ତ କାର୍ଯ୍ୟକ୍ରମରେ ସଂଯୋଜକ ଚିନ୍ମୟ ସ୍ୱାଇଁ ସମେତ ସମସ୍ତ ବରିଷ୍ଠ ଓ କନିଷ୍ଠ ସଦସ୍ୟ ବୃନ୍ଦ ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମକୁ ସଫଳତା ସହିତ୍ୟ ସଂପାଦନା କରାଇଥିଲେ । ଉକ୍ତ ଶିବିରରେ ସଂଗୃହିତ ହୋଇ ଜିଲ୍ଲା ରକ୍ତ ଭଣ୍ଡାରକୁ ପଠାଗଲା । ସର୍ବଶେଷରେ ରକ୍ତଦାନ କରିଥିବା ସମସ୍ତ ରକ୍ତଦାତ୍ତାମାନଙ୍କୁ ପ୍ରମାଣ ପ୍ରଦାନ ସହିତ କ୍ଲବ ତରଫରୁ ଅଶେଷ ଧନ୍ୟବାଦ ପୂର୍ବକ କୃତଜ୍ଞତା ଜ୍ଞାପନ କରାଯାଇଥିଲା ।