Odiapua.com

କୋଣାର୍କ କ୍ଲବର ବାର୍ଷିକ ଉତ୍ସବ ପାଳିତ

ଭଦ୍ରକ, ୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରତିବର୍ଷ ଭଳି ଫାଲ୍‌ଗୁନ ତ୍ରୟୋଦଶି ତିଥିରେ ଶ୍ରୀ ଶ୍ରୀ ରାଧାକୃଷ୍ଣଙ୍କ ମିଳନ ଉତ୍ସବ ସହ କ୍ଲବର ୪୩ତମ ବାର୍ଷିକ ଉତ୍ସବ ଭଦ୍ରକ ପୌରପାଳିକ ଅନ୍ତର୍ଗତ ବାଲିପାଟଣା ଗ୍ରାମ କୋଣାର୍କ କ୍ଲବ ପରିସରରେ ପାଳିତ ହୋଇଯାଇଅଛି । କ୍ଲବର ଉପଦେଷ୍ଟା ସୁଧାକର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ଭଦ୍ରକର ବିଧାୟକ ସିତାଂଶୁ ଶେଖର ମହାପାତ୍ର, ସମ୍ମାନିତ ଅତିଥିଭାବେ ତ୍ୟାଗଭୂମୀର ସଭାପତି ଅଜୟ ନାୟକ, ଖଣ୍ଡତଡ଼ା ପଂଚାୟତର ପୂର୍ବତନ ସରପଂଚ ବିଶ୍ୱନାଥ ନାୟକ, ଗାନ୍ଧୀ ଓଡ଼ିଶା ବାଳାଶ୍ରମର ସଂପାଦକ ଅଶୋକ କୁମାର ଦାସ, ଭାରତମାତା ମଣ୍ଡଳ ସଭାପତି ବାବୁଲା ଲେଙ୍କା ପ୍ରମୁଖ ଯୋଗ ଦେଇ ସମାଜ ଗଠନରେ ଯୁବକମାନଙ୍କ ଭୂମିକା ବିଷୟରେ ଆଲୋକପାତ କରିଥିଲେ । ଆପଣମାନଙ୍କ ସ୍ନେହ ଶ୍ରଦ୍ଧା ମୋତେ ବିଧାୟକ ଭାବେ ଜୟଯୁକ୍ତ କରିଛି । ଭଦ୍ରକର ସର୍ବାଙ୍ଗିନ ଉନ୍ନତି ସହ, ସହରାଂଚଳ ଓ ପଂଚାୟତର ଯେଉଁ ସବୁ ଉନ୍ନତିମୂଳକ କାମ ଅବହେଳିତ ହୋଇ ରହିଛି ତାହା ପର୍ଯ୍ୟାୟ କ୍ରମେ ମୁଁ ପୁରଣ କରିବାକୁ ପ୍ରତିଶୃତି ବଦ୍ଧ । କୋଣାର୍କ କ୍ଲବର ପିଲାମାନେ ସମାଜ ସଂସ୍କାରରେ ଯେପରି ନିୟୋଜିତ ହୋଇଛନ୍ତି ସେଥିପାଇଁ ତାଙ୍କୁ ସାଧୁବାଦ ଜଣାଇଥିଲେ । କ୍ଲବର ସଭାପତି ମାୟାଧର ରାଉତ, ସଂପାଦକ ବିନୋଦ ନାୟକ, ପାଠାଗାରର ସଭାପତି ମୁକ୍ତିକାନ୍ତ ନାୟକ, ସଂପାଦକ ସତ୍ୟଜିତ୍ ନାୟକଙ୍କ ସହ ପ୍ରଫୁଲ୍ଲ ପରିଡ଼ା, ଓମ୍ ପ୍ରକାଶ ନାଥ, ସମୀର ପୃଷ୍ଟି, ପ୍ରକାଶ ପରିଡ଼ା, ଟିକନ ରାଉତ. ଦିବ୍ୟରଂଜନ ରାଉତ, ଅଭିଶେକ ପ୍ରଧାନ, ଅନିରୁଦ୍ଧ ନାୟକ, ଚଳନ ନାୟକ, ଶତୃଜୀତ୍ ନାୟକ, ରଂଜନ ପ୍ରଧାନ, ଗଦାଧର ନାୟକ, ଦେବେନ୍ଦ୍ର ରାଉତ୍‌। ଚିନିମୟ ସ୍ୱାଇଁ ପ୍ରମୁଖ କାର୍ଯ୍ୟ କ୍ରମରେ ସକ୍ରିୟ ଅଂଶ କରିଥିଲେ। ଆମ ଗାଁ ଝିଅ ସୁଶ୍ରୀ ଦେବୀରାଣୀ ସାହୁ ଗତ ମେଟ୍ରିକ ପରୀକ୍ଷାରେ ଜିଲ୍ଲାରେ ପ୍ରଥମ ଦଶ ଜଣଙ୍କ ମଧ୍ୟରେ ସ୍ଥାନ ପାଇଥିବାରୁ ତାକୁ ସମ୍ବର୍ଦ୍ଧିତ କରାଯାଇଥିଲା। ଡଲଫିନ୍ ଡେନ୍ସଗୃପ, ମଙ୍ଗଳପୁର, ଯାଜପୁର ଦ୍ୱାରା ଆୟୋଜିତ ମନୋରଂଞ୍ଜନ କାର୍ଯ୍ୟକ୍ରମକୁ ଗ୍ରାମବାସୀ ଉପଭୋଗ କରିଥିଲେ। ବିଭିନ୍ନ ଗାଁରୁ ୧୦ ଗୋଟି ଠାକୁର ମେଢ଼ ଏ ମିଳନ ଉତ୍ସବରେ ଅଂଶ ଗ୍ରହଣ କରିଥିଲେ। ସେମାନଙ୍କୁ ପୂଜା ଅର୍ଚ୍ଚନା ପୂର୍ବକ ମିଳନ ଉତ୍ସବ ସମାପ୍ତ ହୋଇଥିଲା।