Odiapua.com

କୋଠାର ସାରସ୍ୱତ ଆଶ୍ରମରେ ପ୍ରସ୍ତୁତି ବୈଠକ,ଫେବୃଆରୀ ୧୧ ଓ ୧୨ ରେ ୪୪ ତମ ଜିଲ୍ଲାସ୍ତରୀୟ ଭକ୍ତ ସମ୍ମିଳନୀ

ଭଦ୍ରକ, ୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କୋଠାର ସାରସ୍ୱତ ଆଶ୍ରମ ପରିସରରେ ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦଙ୍କ ୪୪ ତମ ଜିଲ୍ଲାସ୍ତରୀୟ ଭକ୍ତ ସମ୍ମିଳନୀ ଆସନ୍ତା ଫେବୃଆରୀ ୧୧ ଓ ୧୨ ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ହେବାକୁ ଯାଉଛି। ଏହି ବିରାଟ ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଆଶ୍ରମ ପରିସରରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ସଭାପତି ଶ୍ରୀ ହରି ପାକଳ ଙ୍କ ସଭାପତିତ୍ୱ ରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ସମ୍ପାଦକ ମାଖନଲାଲ ଗୁପ୍ତା ସମ୍ମିଳନୀର ଆୟୋଜନ ଓ ସୂଚୀ ସମ୍ପର୍କରେ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ।କୋଷାଧ୍ୟକ୍ଷ ହରିହର ସାହୁ ବୈଠକରେ ଉପସ୍ଥିତ ଅତିଥି ଓ ଭକ୍ତମାନଙ୍କ ପରିଚୟ ପ୍ରଦାନ କରିଥିଲେ, ଶେଷରେ ସହ-ସମ୍ପାଦକ ଆନନ୍ଦ ସାହୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।ଏହି ଦୁଇ ଦିନିଆ ସମ୍ମିଳନୀରେ ଜିଲ୍ଲାର କୋଣ ଅନୁକୋଣ ରୁ ଶହ ଶହ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଛି। ଭକ୍ତମାନଙ୍କ ରହଣି, ଖାଦ୍ୟପେୟ ଏବଂ ଠାକୁରଙ୍କ ପୂଜାର୍ଚ୍ଚନା କୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ ବୈଠକରେ ବ୍ୟାପକ ଆଲୋଚନା ହୋଇଥିଲା। ସାରା ଅଂଚଳରେ ଏବେ ଏହି ଭକ୍ତି ମୟ କାର୍ଯ୍ୟକ୍ରମକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅଶେଷ ଉତ୍ସାହ ପ୍ରକାଶ ପାଇଛି। ତେବେ ଶାନ୍ତି ଶୃଙ୍ଖଳା ସହ ଏହି ଭକ୍ତ ସମ୍ମିଳନୀ କିପରି ଭାବରେ ଶେଷ ହେବ ସେ ସେ ନେଇ ସମ୍ପାଦକ ଶ୍ରୀ ଗୁପ୍ତା ସମସ୍ତଙ୍କୁ ନିବେଦନ କରିଛନ୍ତି।