Odiapua.com

କୋଠରୀରୁ ଅସୁସ୍ଥ ଅବସ୍ଥାରେ ବୃଦ୍ଧଙ୍କୁ ଉଦ୍ଧାର କରି ହସପିଟାଲ ନେଇ ଚିକିତ୍ସା କଲେ ସାମାଜିକ କର୍ମୀ 

ମାଲକାନଗିରି,୪ ।୧୦(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାସଦର ମହକୁମା ବ୍ଲକକୋଲନିର ଏକ ଅନ୍ଧାରୀ କୋଠରୀରୁ ଜଣେ ବୃଦ୍ଧଙ୍କୁ ଅସୁସ୍ଥ ଅବସ୍ଥାରେ ଉଦ୍ଧାର କରି ହସପିଟାଲ ନେଇ ଚିକିତ୍ସା କରିଛନ୍ତି କିଛି ସାମାଜିକ କର୍ମୀ । ଜଣେବୃଦ୍ଧ ଏକ କୋଠରୀର ଖଟିଆ ରେ ଅସହାୟ ଅବସ୍ଥାରେ ଝାଡିବାନ୍ତି ହୋଇ ଅସୁସ୍ଥ ହୋଇପଡିଥିବାର ସାମାଜିକ କର୍ମୀ ରାମକୃଷ୍ଣଚୌଧୂରୀ,ସରୋଜ ପଟନାୟକ,ସତ୍ୟବାନ ସାହୁ ଜାଣିବାକୁ ପାଇଲାପରେ ସେମାନେ ସେଠାକୁ ଯାଇ ବୃଦ୍ଧ ଏସ. ଦାସ(୭୨)ଙ୍କୁ ମୁମୁର୍ଷଅବସ୍ଥାରେ ଉଦ୍ଧାର କରିଥିଲେ । ସେ କୋଠରୀରେ ଝାଡା ବାନ୍ତିରେ ଭରପୁର ହୋଇ ପୁତିଗନ୍ଦମୟ ପରିସ୍ଥିତି ସୃଷ୍ଟିକରିଥିଲେ ମଧ୍ୟ ଏହି ଯୁବକ ମାନେ ବୃଦ୍ଧଙ୍କୁ ଗାଧୋଇ ଦେଇ ସଫାସୁତର କରି ୧୦୮ଆମ୍ବୁଲାନ୍ସକୁ ଫୋନ କରି ମାଲକାନଗିରି ଜିଲ୍ଲା ହସପିଟାଲକୁ ନେଇ ଚିକିତ୍ସା କରିଛନ୍ତି । ବୃଦ୍ଧ ଙ୍କର ପୁଅ ବୋହୂ ଜୟପୁର ଠାରେ ରହୁଥିଲେ ମଧ୍ୟ ସେମାନେ କେତେବେଳେ କେମିତି ମାଲକାନଗିରି କୁ ଆସି ବୃଦ୍ଧଙ୍କୁ ଦେଖା ଦେଖି କରି ଫେରି ଯାଇଥାନ୍ତି । ଏକାକି ବୃଦ୍ଧ ସେହି ଅନ୍ଧାରୀ କୋଠରୀର ଗୋଟିଏ ଖଟିଆରେ ସେମିତି ପଡି ରହିଥାନ୍ତି, ପାଖ ପଡୋଶି ମାନେ କେତେବେଳେ କେମିତି ବୃଦ୍ଧଙ୍କୁ ଖାଇବାକୁ ଦେଇଥାନ୍ତି ।ଗତ କିଛି ଦିନହେଲା ବୃଦ୍ଧ ଝାଡାବାନ୍ତି ରୋଗରେ ଆକ୍ରାନ୍ତ ହୋଇ ଅସୁସ୍ଥ ହୋଇପଡିଥିଲେ,