ଭଦ୍ରକ, ୨୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକ ଅନ୍ତର୍ଗତ ପଧାନୀ ପଂଚାୟତ ର ସଇଲୋ ଦାସପାରି ନିକଟରେ କୋଚିଳା ନଦୀ ବନ୍ଧରେ ଭୁଷ୍କଳନ ହେବା ଦ୍ୱାରା ସ୍ଥାନୀୟ ଅଂଚଳ ର ଲୋକ ମାନେ ଆତଙ୍କିତ ଅବସ୍ଥା ରେ ଅଛନ୍ତି। ସମ୍ପଦ ବିଭାଗ ର ସର୍ବୋଚ୍ଚ ଅଧିକାରୀ ଶରତ ଘଡାଇ ଓ ସ୍ଥାନୀୟ କନିଷ୍ଟ ଯନ୍ତ୍ରୀ ଘଟଣା ସ୍ଥଳରେ ପହଂଚି ଅସ୍ଥାୟୀ କାର୍ଯ୍ୟପାଇଁ ନିର୍ଦେଶ ଦେଇଛନ୍ତି। ଏବେ ଅସ୍ଥାୟୀ ଭାବେ ଏହାର ମରାମତି କରାଯିବ । ବର୍ଷାଦିନ ପରେ ସ୍ଥାୟୀ ମରାମତି କରାଯିବ ବୋଲି ଜଳସମ୍ପଦ ଅଧିକାରି ଶ୍ରୀ ଘଡାଇ କହିଛନ୍ତି। ସୂଚନା ଥାଉକି ବୈତରଣୀ ନଦୀର ଶାଖାନଦୀ କୋଚିଳା ନଦୀର ସଇଲୋ ଗ୍ରାମ ନିକଟରେ କୋଚିଳା ନଦୀ ର ବନ୍ଧ ପ୍ରାୟ ୧୦୦ ଫୁଟ ଭୁଷ୍କଳନ ହୋଇଛି।ନିକଟରେ ବଡ ବନ୍ୟା ସମୟ ରେ ମଧ୍ୟ ଏପରି ଘଟଣା ଘଟିଥିଲା । ତେବେ ବିଭାଗୀୟ ଅଧିକାରି ଙ୍କ ତୁରିତ ପଦକ୍ଷେପ ରେ ବନ୍ଧ ର ମରାମତି ହୋଇ ଥିଲା,ଅଂଚଳ ବାସି ବଡ ବନ୍ୟା କୁ ମଧ୍ୟ ମୁକାବିଲା କରିପାରିଥିଲେ ।ପରବର୍ତୀ ସମୟରେ ନଦୀରୁ ବନ୍ୟା ପାଣି ଛାଡିବା ପରେ ଏବଂ ତିନିଦିନ ହେବ ଅହରହ ବର୍ଷା ଦ୍ୱାରା ଏବେ ଉକ୍ତ ନଦୀବନ୍ଧ ପୁଣି ପୂର୍ବ ଅବସ୍ଥା ଦେଖା ଦେଇଇଚି। ବନ୍ଧ ରେ ଦିଆ ଯାଇଥିବା ପଥର ପ୍ରାୟ ୫୦ ଫୁଟ ତଳକୁ ଓ ମାଟି ୩୦ ଫୁଟ ତଳକୁ ଦବି ଯାଇଛୀ ଓ କେତେକ ଅଂଶ ରେ ଫାଟ ମଧ୍ୟ ସୃଷ୍ଟିହୋଇଛି।ବାରମ୍ବାର ଏପରି ଘଟଣା କୁ ନେଇ ସ୍ଥାନୀୟ ଅଂଚଳବାସି ଙ୍କ ମନରେ ଆତଙ୍କ ସୃଷ୍ଟି ହୋଇଛି ।ଯଦି ବନ୍ୟା ହୁଏ ତେବେ ଅନେକ ଲୋକଙ୍କର କ୍ଷତି ଘଟିବ। ତେବେ ଉକ୍ତ ସ୍ଥାନ ରେ ବାରମ୍ବାର ଏପରି ଘଟଣାକୁ ନେଇ ବିଭାଗୀୟ ଅଧିକାରୀ ଶ୍ରୀ ଘଡାଇ କହିଛନ୍ତି ଯେ ଉକ୍ତ ସ୍ଥାନ ରେ ନଦୀ ର ତଳ ଅଂଶ ରେ କିଛି ପତଳା ମାଟି ରହୁଛିଫ। ଫଳରେ ଉପରେ ମାଟି ଓ ପଥର ଲୋଡ ହେବାରୁ ଏପରି ଘଟଣା ଘଟୁଛି ,ତେବେ ଟେକିନିକାଲ ଟିମ ଆସି ପ୍ରକୁତ କାରଣ ଖୋଜିବା ପରେ ସ୍ଥାୟୀ କାର୍ଯ୍ୟ କରାଯିବ, ଅପର ପକ୍ଷେ ସ୍ଥାନୀୟ ଲୋକ ସେମାନଙ୍କ ର ନିଜସ୍ୱ ଜାଗା ଛାଡୁ ନଥିବାରୁ ନଦୀ ବନ୍ଧ କୁ ବି ସ୍ଥାନାନ୍ତରିତ କରିହେଉ ନାହିଁ ଫଳରେ ଉକ୍ତ ସ୍ଥାନରେ ସ୍ତାୟୀ ସମାଧାନ କାରିହେଉନାହିଁ ବୋଲି ଅଧିକାରୀ ଶ୍ରୀ ଘଡାଇ କହିଛନ୍ତି ।ତେବେ ଉକ୍ତ ନଦୀ ବନ୍ଧ ର ସ୍ଥାୟୀ ସମାଧାନ ପାଇଁ ନିକଟରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଙ୍କ ନିକଟରେ ଦାବି କରା ଯାଇଛି। ମନ୍ତ୍ରୀ ମଧ୍ୟ ଭଦ୍ରକ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି। ଏବେ ମଧ୍ୟ ମନ୍ତ୍ରୀ ଙ୍କ ନିର୍ଦେଶ ରେ ଉକ୍ତ ସ୍ଥାନ ରେ କାଠବଲା ପୋତାଯାଇ ଅସ୍ତାଇ ମରାମତି କରାଯାଉଛି ଅଞ୍ଚଳବାସି ଭୟଭୀତ ନ ହେବାପାଇଁ ପଧାନି ସରପଂଚ ଅଶୋକ ପୁହାଣ କହିଛନ୍ତି।