Odiapua.com

କୋଚିଳା ନଦୀବନ୍ଧରେ ବାରମ୍ବାର ଭୁସ୍ଖଳନ ହେଉଛି, ୩ଦିନ ବିତିଥିଲେ ମଧ୍ୟ ଆସିଲେ ନାହିଁ ଉଚ୍ଚ ଅଧିକାରୀ

ଭଦ୍ରକ, ୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକ ଅର୍ଜ୍ଜୁନପୁର ପଂଚାୟତର କୋଚିଳା ନଦୀବନ୍ଧର ଡ଼ାହଣ ପାଶ୍ୱର୍ରେ ସଇଲବାଙ୍କ ଠାରେ ରବିବାର ରାତିରୁ ନଦୀବନ୍ଧରେ ୧୦୦ଫୁଟ ଲମ୍ବର ଭୁସ୍ଖଳନ ସୃଷ୍ଟି ହୋଇଥିବାବେଳେ ପୁଣି ଗତକାଲି ଓ ଆଜି ଦୁଇଦିନ ଧରି ସେଠାରେ ଏହି ଭୁସ୍ଖଳନ ସୃଷ୍ଟି ହେଉଥିବାବେଳେ ବନ୍ଧରୁ ପ୍ରାୟ ଆଜି ୩୦ଫୁଟ ତଳକୁ ମାଟି ଧସିଥିବାର ଦେଖିବାକୁ ମିଳିଛି । ଗାନ୍ଧୀଘାଟ ଜଳସେଚନ ବିଭାଗର କନିଷ୍ଠ ଯନ୍ତ୍ରୀ ପ୍ରଦୀପ କୁମାର ଦାସ ଉପସ୍ଥିତ ରହି ଜେସିବି ମାଧ୍ୟମରେ ଉକ୍ତ ବନ୍ଧରେ କାର୍ଯ୍ୟ ଆରମ୍ଭ କରିଥିବାବେଳେ ଘଟଣା ତିନିଦିନ ଘଟିଥିଲେ ମଧ୍ୟ ଆଜି ସୁଦ୍ଧା ଜଳସେଚନ ବିଭାଗର ଉପରିସ୍ଥ ଅଧିକାରୀ ମାନେ ପହଂଚିଲେ ନାହିଁ । ଯାହା ଫଳରେ ଉକ୍ତ କାର୍ଯ୍ୟର ମାନ ସହ ଏପରି କାହିଁକି ବାରମ୍ବାର ସେଠାରେ ଭୁସ୍ଖଳନ ହେଉଛି ତାହାର ସ୍ଥାୟୀ ପ୍ରତିକାର ମଧ୍ୟ କରାଗଲା ନାହିଁ । ଏନେଇ ସ୍ଥାନୀୟ ଅଂଚଳର ନଦୀକୂଳିଆ ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରିଛି । ତୁରନ୍ତ ଉପରିସ୍ଥ ଅଧିକାରୀ ଘଟଣା ସ୍ଥଳରେ ପହଂଚି ସ୍ଥାୟୀ ପ୍ରତିକାର କରିବା ସହ ନଦୀବନ୍ଧର ଦୁଇପାଶ୍ୱର୍ରେ ଗାର୍ଡ଼ ୱାଲ କରିବା ପାଇଁ ସାଧାରଣରେ ଦାବି ହେଉଛି ।