Odiapua.com

କୋଇଲା ବୋଝେଇ ଟ୍ରେନ ଲାଇନଚ୍ୟୁତ

ଭଦ୍ରକ,୩୦/୦୯,(ଓଡ଼ିଆ ପୁଅ ପି ନାଏକ): କୋଇଲା ବୋଝେଇ ଟ୍ରେନ୍ ଲାଇନଚ୍ୟୁତ ହୋଇଛି । ମିଳିଥିବା ସୂଚନା ଅନୁସାରେ, ଧାମରା ବନ୍ଦରରୁ ଖଡକପୁର ଅଭିମୁଖେ ଯାଉଥିବା ଏକ କୋଇଲା ବୋଝେଇ ମାଲବାହୀ ଟ୍ରେନ ହଠାତ ଲାଇନଚ୍ୟୁତ ହୋଇ ତିହିଡି ଥାନା ଜିଝାରପୁର ନିକଟରେ ଓଲଟି ପଡିଥିଲା । ଇଞ୍ଜିନ୍ ନିକଟରୁ ୪ଟି ବଗି ସୁରକ୍ଷିତ ଥିବା ବେଳେ ଅନ୍ୟ ୭ଟି ବଗି ଓଲଟି ପଡିଥିଲା ।ହେଲେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି । ଖବର ପାଇ ବନ୍ଦର କତୃପକ୍ଷ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏନେଇ ଅଧିକ ତଦନ୍ତ ଆରମ୍ଭ କରିଛନ୍ତି । ହେଲେ ଏହି ଦୁର୍ଘଟଣା ନେଇ ବନ୍ଦର କତୃପକ୍ଷ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି ।