ଏହି ପରିବର୍ତ୍ତନ ଫଳରେ କୋଇଲା ଓ ଶକ୍ତି ଭିତ୍ତିଭୂମି ବିକାଶ କ୍ଷେତ୍ରରେ କୌଣସି ପ୍ରତିବନ୍ଧକ ରହିବ ନାହିଁ
ନୂଆ ଦିଲ୍ଲୀ ୧୩ -୪ (ଓଡ଼ିଆ ପୁଅ) କୋଇଲା ଖୋଳା ସରିଥିବା ଜମି ବା କୋଇଲା ଖଣି ନିମନ୍ତେ ଅନୁପଯୁକ୍ତ ଜମିରେ ପୁଞ୍ଜିବିନିଯୋଗ ବୃଦ୍ଧି ବା କୋଇଲା କ୍ଷେତ୍ରରେ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ଏକ ନୀତିକୁ ଆଜି (୧୩.୦୪.୨୦୨୨) କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କୋଇଲା ଥିବା (ଅଧିଗ୍ରହଣ ଓ ବିକାଶ ) ଆଇନ, ୧୯୫୭(ସିବିଏ ଆକ୍ଟ) ଅଞ୍ଚଳ ନୀତିକୁ କ୍ୟାବିନେଟ ଅନୁମୋଦନ ଦେଇଛନ୍ତି। କୋଇଲା ଓ ଶକ୍ତି କ୍ଷେତ୍ରରେ ଭିତ୍ତିଭୂମି ବିକାଶ ପାଇଁ ଜମିର ଉପଯୋଗ ଲାଗି ଏହି ନୀତିରେ ବ୍ୟବସ୍ଥା ରହିଛି।
ସିବିଏ ଆଇନରେ କୋଇଲା ଗଚ୍ଛିତ ଥିବା ଅଞ୍ଚଳରେ ବିନା ବାଧାରେ ସରକାରୀ କମ୍ପାନୀମାନେ ସେମାନଙ୍କ କାର୍ଯ୍ୟ କରିପାରିଥିବା ତଥା ତାହାକୁ ଅଧିଗ୍ରହଣ ନିମନ୍ତେ ବ୍ୟବସ୍ଥା ରହିଛି। ଏହି ଅନୁମୋଦିତ ନୀତି ବଳରେ ସିବିଏ ଆଇନ ଅଧୀନରେ ଅଧିଗ୍ରହଣ ହୋଇଥିବା ନିମ୍ନପ୍ରକାର ଜମିରେ ଉପଯୋଗ ହୋଇପାରିବ।
(କ) କୋଇଲା ଖଣି କାର୍ଯ୍ୟକଳାପ ନିମନ୍ତେ ଅନୁପଯୁକ୍ତ ତଥା ଆର୍ଥିକ ଦୃଷ୍ଟିରୁ ଠିକ୍ ନ ଥିବା ଜମି
(ଖ) ଯେଉଁ ଖଣିରୁ କୋଇଲା ଉତ୍ତୋଳନ ସରିଛି ଓ ସେହି ଜମିରେ କେହି ଅଧିକାର ସାବ୍ୟସ୍ତ କରିଛନ୍ତି।
କୋଲ ଇଣ୍ଡିଆ ଲିମିଟେଡ(ସିଆଇଏଲ) ଭଳି ସରକାରୀ କୋଇଲା କମ୍ପାନୀ ଓ ସେମାନଙ୍କ ସହାୟକ କମ୍ପାନୀଗୁଡିକ ସିବିଏ ଆଇନ ଅଧୀନରେ ଏହାର ମାଲିକ ରହିବେ ଓ ନୂତନନୀତିରେ ବ୍ୟବସ୍ଥା ଅନୁସାରେ କେବଳ ସେହି ଜମିକୁ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟରେ ଚୁକ୍ତି ଭିତ୍ତିରେ ଦେଇପାରିବେ। ସରକାରୀ କୋଇଲା କମ୍ପାନୀଗୁଡିକ କୋଇଲା ଓ ଶକ୍ତି ସମ୍ପର୍କୀତ ଭିତ୍ତିଭୂମି ବିକାଶ ଯୁଗ୍ମ ପ୍ରକଳ୍ପରେ ଘରୋଇ ପୁଞ୍ଜି ଲଗାଇପାରିବେ।
ଯେଉଁ ସରକାରୀ କମ୍ପାନୀର ମାଲିକାନା ଥିବ ସେ ନୀତି ଅନୁସାରେ ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଚୁକ୍ତିଭିତ୍ତିରେ ନେଇପାରିବ। ତେବେ ଏହି ଚୁକ୍ତିନାମ ଏକ ସ୍ୱଚ୍ଛ, ସଚ୍ଚୋଟ ଏବଂ ପ୍ରତିଯୋଗିତା ଓ ସର୍ବାଧିକ ମୂଲ୍ୟଭିତ୍ତିରେ ହେବ। ଏହି ଜମି ନିମ୍ନଲିଖିତ କାର୍ଯ୍ୟକଳାପ ନିମନ୍ତେ ଯୋଗ୍ୟ ବିବେଚିତ ହେବ:-
(କ) କୋଇଲା ସଫା କାରଖାନା ବସାଇବା
(ଖ) ପରିବହନ ପଦ୍ଧତି ତିଆରି
(ଗ) କୋଇଲା ପରିଚାଳନା ପ୍ଲାଣ୍ଟ ସ୍ଥାପନ
(ଘ) ମୁଖ୍ୟ ରେଳଲାଇନରୁ ପାଶ୍ୱର୍ବର୍ତ୍ତୀ ରେଳଲାଇନ
(ଙ) ସିବିଏ ଓ ଅନ୍ୟାନ୍ୟ ଜମି ଅଧିଗ୍ରହଣ ଆଇନ ଯୋଗୁଁ କ୍ଷତିଗ୍ରସ୍ତ ଲୋକମାନଙ୍କ ପୁନର୍ବାସ ଓ ପୁନର୍ବାସ ପ୍ରକଳ୍ପ ନିର୍ମାଣ।
(ଚ) ତାପଜ ଓ ଅକ୍ଷୟ ଶକ୍ତି ପ୍ରକଳ୍ପ ସ୍ଥାପନ
(ଛ) କ୍ଷତିଭରଣା ଜନିତ ଜଙ୍ଗଲୀକରଣ ଓ କୋଇଲା ଜନିତ ବିକାଶ ଭିତ୍ତିଭୂମି ସ୍ଥାପନ
(ଜ) ପ୍ରକୃତ ରାସ୍ତା ନିର୍ମାଣ
(ଝ) କୋଇଲା ବାଷ୍ପୀକରଣ ଓ ରାସାୟନିକ କାରଖାନା ପାଇଁ କୋଇଲା ଯୋଗାଣ
(ଞ୍ଜ) ଶକ୍ତିଭିତିକ ଭିତ୍ତିଭୂମି ପ୍ରତିଷ୍ଠା ପାଇଁ ଜମି
କୋଇଲା ଉତ୍ତୋଳନ ସରିଥିବା ବା ଯେଉଁ ଜମି କୋଇଲା ଖଣି ପାଇଁ ଅନୁପଯୁକ୍ତ ବିଶେଷକରି ସେହି ଜମି ଗୁଡିକର ବେଆଇନ ଜବରଦଖଲ ତଥା ରକ୍ଷଣାବେକ୍ଷଣ ଓ ସୁରକ୍ଷା ପାଇଁ ହେଉଥିବା ଖର୍ଚ୍ଚ ସହଜରେ ରୋକି ହେବ। ଅନୁମୋଦିତ ନୀତି ଅନୁସାରେ ସରକାରୀ କମ୍ପାନୀଗୁଡିକରୁ ମାଲିକାନା ପରିବର୍ତ୍ତନ ନ କରି ବିଭିନ୍ନ କୋଇଲା ଓ ଶକ୍ତି ସମ୍ପର୍କୀତ ଭିତ୍ତିଭୂମିମୂଳକ ପ୍ରକଳ୍ପ ସ୍ଥାପନ ଦ୍ୱାରା ବ୍ୟାପକ ପ୍ରତ୍ୟକ୍ଷ ଓ ପରୋକ୍ଷ କର୍ମନିଯୁକ୍ତି ସୃଷ୍ଟି ହୋଇପାରିବ।
ଅଣ ଖଣି ଉତ୍ତୋଳନ ଯୁକ୍ତ ଜମି ଅନ୍ୟ କାର୍ଯ୍ୟ ପାଇଁ ବ୍ୟବହୃତ ହେଲେ ସିଆଇଏଲ କୁ ଏହାର ରକ୍ଷଣାବେକ୍ଷଣ ବାବଦ ଖର୍ଚ୍ଚ କମ୍ ପଡିବା ସହ ଏହା କୋଇଲା ସମ୍ପର୍କୀତ ଭିତ୍ତିଭୂମି ଓ ସୌର ଶିଳ୍ପାନୁଷ୍ଠାନ ଭଳି ଅନ୍ୟାନ୍ୟ ପ୍ରକଳ୍ପ ନିଜ ଜମିରେ କରିବା ସହ ଘରୋଇ କ୍ଷେତ୍ର ସହ ସହଯୋଗରେ ଏକ ଭିନ୍ନ ବ୍ୟାବସାୟିକ ଭିତ୍ତିଭୂମି ସ୍ଥାପନ କରିପାରିବ। କୋଇଲା ଅନ୍ୟାନ୍ୟ ଦୂରବର୍ତ୍ତୀ ସ୍ଥାନକୁ ପରିବହନ କରିବା ଆବଶ୍ୟକ ହେଉ ନ ଥିବାରୁ ଏହା କୋଇଲା ବାଷ୍ପୀକରଣ ପ୍ରକଳ୍ପ ସ୍ଥାପନ କରିବା ସହଜ ହେବ।
ପୁନର୍ବାସ ଉଦ୍ଦେଶ୍ୟରେ ପ୍ରସ୍ତାବିତ ପ୍ରକଳ୍ପ ନିମନ୍ତେ ଜମି ବ୍ୟବହୃତ ହେଲେ ତାହା ସଠିକଭାବେ କାମରେ ଲାଗିବା ସହ ସାନି ଜମି ଅଧିଗ୍ରହଣଜନିତ ଆଇନଗତ ସମସ୍ୟାରୁ ମୁକ୍ତି ମିଳିବ। ଏହା ଦ୍ୱାରା କ୍ଷତିଗ୍ରସ୍ତ ଲୋକମାନଙ୍କ ପୁନର୍ବାସ ସୁବିଧା ହେବା ସହ ପ୍ରକଳ୍ପ ବାବଦ ଅଯଥା ଆର୍ଥିକ ବୋଝ ମଧ୍ୟ ହ୍ରାସ ପାଇବ। ଏହା ଦ୍ୱାରା ସ୍ଥାନୀୟ ବାସିନ୍ଦାଙ୍କ ନିମନ୍ତେ କୋଇଲା ପ୍ରକଳ୍ପ ଯୋଗୁଁ ସମର୍ଥନ ମିଳିବା ସହ, କୋଇଲା ଖଣି ପାଇଁ ଅଧିଗୃହୀତ ଜଙ୍ଗଲ ଜମି ଭରଣା ବାବଦ ବନୀକରଣ ପାଇଁ ମଧ୍ୟ ରାଜ୍ୟ ସରକାରଙ୍କୁ ଦିଆଯାଇପାରିବ।
ଘରୋଇ ନିର୍ମାଣ, ଆମଦାନୀ ନିର୍ଭରଶୀଳତା ହ୍ରାସ ଓ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି ଇତ୍ୟାଦି ଯୋଗୁଁ ଏହି ନୀତି ଆତ୍ମନିର୍ଭର ଭାରତ ଲକ୍ଷ୍ୟ ହାସଲ ଦିଗରେ ସହାୟକ ହେବ। ଏହି ନୀତି ବିଭିନ୍ନ କୋଇଲା ଓ ଶକ୍ତି ଭିତିଭୂମି କ୍ଷେତ୍ରରେ ଜମି ଯୋଗାଇବାକୁ ଥିବାରୁ ଦେଶର ଅନଗ୍ରସର ଅଞ୍ଚଳରେ ପୁଞ୍ଜି ବିନିଯୋଗ ପଥ ସୁଗମ ହୋଇପାରିବ। ଅଧିଗୃହିତ ଜମିର ଉପଯୋଗ ଯୋଗୁଁ ସାନି ଜମି ଅଧିଗ୍ରହଣ ତଥା ବାସଚ୍ୟୁତ ସମସ୍ୟା ଦୂର ହୋଇ ସ୍ଥାନୀୟ ନିର୍ମାଣ ଓ ଶିଳ୍ପକୁ ପ୍ରୋତ୍ସାହନ ଯୋଗାଇବ।